//BREAKING//
Loading...

ଭବାନୀପାଟଣା ପାଇଁ ଆବଶ୍ୟକ ରିଙ୍ଗ ରୋଡ଼


ମନେ ପଡିଗଲା ଆଜି ଅତୀତର କିଛି ଘଟଣା ।କଳାହାଣ୍ଡିର ପ୍ରଥମ ଜିଲ୍ଲା ପରିଷଦ ସଭାପତି ସ୍ବର୍ଗତ ଶିବ ଶଙ୍କର ପଟ୍ଟନାୟକ ଙ୍କ ପାଞ୍ଚ ବର୍ଷ କ୍ଷମତା ସମୟ କୁ କଳାହାଣ୍ଡି ଜିଲ୍ଲାରେ ଗମନାଗମନ କ୍ଷେତ୍ର ରେ ଏକ ସୁଦୃଢ଼ ଭିତ୍ତି ଭୂମି ପକେଇ ପାରିଥିଲା ଫଳରେ କେନ୍ଦ୍ର ସରକାର ସ୍ୱତନ୍ତ୍ର ଭାବରେ କଳାହାଣ୍ଡି ଜିଲ୍ଲା ପରିଷଦ କୁ ବ୍ରିଜେଶ ଅଫ ଦ ଇଅର ଘୋଷଣା କରିଥିଲେ ।କାରଣ ଶିବ ଦା ଯୋଜନା ବଦ୍ଧ ଭାବରେ ଜିଲ୍ଲାରେ ଗମନାଗମନକ୍ଷେତ୍ରରେ ଅସୁବିଧା କୁ ଦୂର କରିବା ପାଇଁ ସମସ୍ତ ଆବଶ୍ୟକ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ କରି ପାରିଥିଲେ ଫଳରେ ସେହି ପାଞ୍ଚ ବର୍ଷ ମଧ୍ୟରେ ଜିଲ୍ଲାର ପ୍ରାୟ ସମସ୍ତ ଛୋଟ ବଡ଼ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ।ଏଥିସହ ଦାଦା ଓ ମୁଁ ପ୍ରାୟ ଆଠ ଦିନ କେବଳ ଜିଲ୍ଲାରେ ଆବଶ୍ୟକ ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣ ପାଇଁ ଲିଷ୍ଟ ତିଆରି କରି ଥିଲୁ ।ଶିବ ଦାଦା ବାସ୍ତବରେ ଥିଲେ ଜଣେ ପୋଖତ ବ୍ୟକ୍ତିତ୍ୱ ଯିଏ କି ଜିଲ୍ଲାର ସମସ୍ତ ଜଣା ଅଜଣା ରାସ୍ତା, ଓ ପ୍ରାୟ ସମସ୍ତ ଦଳର ଓ ବରିଷ୍ଠ ବିଜ୍ଞ, ଜ୍ଞାନୀ ଗୁଣି ଲୋକଙ୍କ ଘର ଠିକଣା ନିର୍ଭୁଲ ଭାବରେ ଜାଣିଥିଲେ ।ଆମେ ସେହି ସମୟରେ ଦେଇଥିବା ୧୭୬ଟି  ପ୍ରଧାନମନ୍ତ୍ରୀ ସଡକ ଯୋଜନା ଗୁଡିକ ଆଜି ବି ପର୍ଯ୍ୟାୟ କ୍ରମେ  ଚାଲିଛି ସରିବାକୁ ନା ନେଉ ନାହିଁ ।ଏଥିସହ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଜିଲ୍ଲାର ମୁଖ୍ୟାଳୟ ଭବାନୀପାଟଣା କୁ ପ୍ରବେଶ ପାଇଁ କେସିଙ୍ଗା, ନର୍ଲା, ଖରିଆର, ଥୁଅମୂଳ-ରାମପୁର , ଜୁନାଗଡ଼ ରହିଛି ।ସହର ର ପାଞ୍ଚ କିମି ଦୂର କୁ ଏହି ପାଞ୍ଚଟି ରାସ୍ତା କୁ ପରସ୍ପର ସଂଯୋଗ କରି ଏକ ରିଙ୍ଗ ରୋଡ଼ ନିର୍ମାଣ ପାଇଁ ନକ୍ସା ତିଆରି ସହ ଆରଡ଼ି ବିଭାଗ ଓ ରାଜ୍ୟ ସରକାର ଙ୍କୁ ପ୍ରଦାନ କରାଯାଇଥିଲା ।ଏହି ରିଙ୍ଗ ରୋଡ଼ ନିର୍ମାଣ ପ୍ରସ୍ତାବ ସରକାର ଗ୍ରହଣ କରିଥିଲେ ଭବାନୀପାଟଣା  ସହର ଭିତର ଦେଇ କୌଣସି ଯାନବାହନ ଆରାମରେ ରିଙ୍ଗ ରୋଡ଼ ରେ ଶୀଘ୍ର ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବେ ।ଆଜି ର ସ୍ଥିତି କୁ ଅନୁଧ୍ୟାନ କଲେ ଭବାନୀପାଟଣା ସହର ବାହାରେ ଥିବା ଚେକ ଗେଟ ମାନଙ୍କରେ ଟ୍ରାଫିକ ଭିଡ଼ ଯୋଗୁଁ ଭାରି ଯାନ ବାହାନ ଗୁଡିକ ଆଠ ରୁ ଦଶ ଘଣ୍ଟା ଅଟକି ରହୁଛନ୍ତି ଓ ରାତି ଦଶ ଘଣ୍ଟା ପରେ ସହର ଭିତର ଦେଇ ଯିବାକୁ ଅନୁମତି ମିଳୁଛି ।ଆଵଶ୍ୟକତା କୁ ଅନୁଭବ କରି କୋଡିଏ ବର୍ଷ ପୂର୍ବେ ପ୍ରସ୍ତାବିତ ରିଙ୍ଗ ରୋଡ଼ ଓ ବାଇପାସ କୁ ପ୍ରଶାସନ ଓ ସରକାର ଭୁଲି ଯାଇଥିବେ ଓ ଆଜିର ନିର୍ବାଚିତ ଜନ ପ୍ରତିନିଧି ମାନେ ଦଳୀୟ ସ୍ୱାର୍ଥ ରୁ ଉର୍ଧ୍ବ ରେ ଜିଲ୍ଲା ବାସୀଙ୍କ ଆଵଶ୍ୟକତା ପୂରଣ ପାଇଁ ଦୂରଦୃଷ୍ଟି ର ଅଭାବ ସହ  ଯୋଜନା ର ଭିତ୍ତିଭୂମି ପ୍ରସ୍ତୁତ କରିବା ପାଇଁ କୌଣସି ଇଛା ଶକ୍ତି ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ ।
       ସମୟ ଆସିଛି ,ଲୋକ ପ୍ରତିନିଧି ମାନେ ଦଳୀୟ ସ୍ୱାର୍ଥ ରୁ ଉର୍ଧ୍ବ ରେ ରହି ଜିଲ୍ଲା ର ବିକାଶ ପାଇଁ ସମାଜର ତଳ ରୁ ତଳ ପର୍ଯ୍ୟନ୍ତ ଲୋକଙ୍କ ଆଵଶ୍ୟକତା ପୁରଣ ପାଇଁ ଯୋଜନା ପ୍ରସ୍ତୁତ କରନ୍ତୁ ।
 ସ୍ୱର୍ଗତ ଶିବ ପଟ୍ଟନାୟକ ଦାଦା ଙ୍କ ପ୍ରସ୍ତାବିତ ରିଙ୍ଗ ରୋଡ଼ କାର୍ଯ୍ୟକାରୀ ହେଲେ ଗମନାଗମନ କ୍ଷେତ୍ରରେ ଏକ ନୁଆଁ ଅଧ୍ୟାୟ ସୃଷ୍ଟି ହେବ । ଧନ୍ୟବାଦ  ।
      
      ମହମ୍ମଦ ଅଲ୍ଲୀ, ବରିଷ୍ଠ ସାମ୍ବାଦିକ

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe