//BREAKING//
Loading...

ମହାମହିମ ରାଷ୍ଟ୍ରପତି କ୍ଷମତା ପ୍ରୟୋଗ କରି ରାଜ୍ୟ ସରକାରଙ୍କୁ ବହିଷ୍କାର କରିବା ସମୟ ଆସିଛି


 ମହାମହିମ ରାଷ୍ଟ୍ରପତି କ୍ଷମତା ପ୍ରୟୋଗ କରି ରାଜ୍ୟ ସରକାରଙ୍କୁ ବହିଷ୍କାର କରିବା ସମୟ ଆସିଛି :--ନୀତି ଓ ନୈତିକତା ଓ ସାମ୍ବିଧାନିକ ବ୍ୟବସ୍ଥାରେ ସରକାର ର ଦାୟିତ୍ୱ ଗ୍ରହଣ ପୂର୍ବରୁ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ମଣ୍ଡଳ ଈଶ୍ୱର ଙ୍କ ଶପଥ ନେଇ ଥାଆନ୍ତି ।ଜଣେ ଦାଇତ୍ୱବାନ  ଭାବରେ  କୌଣସି ପରିସ୍ଥିତି ରେ ଚାପ କିମ୍ବା ଲୋଭ ରୁ ଉର୍ଧ୍ୱରେ ସର୍ବସାଧାରଣ ଙ୍କ ପାଇଁ ନ୍ୟାୟ କରିବା କୁ ଶପଥ ନେଇ ଥାଆନ୍ତି ।କିନ୍ତୁ  ମମିତା ଭଳି ଅନେକ ମମିତା ଘଟଣା ରେ ରାଜ୍ୟ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ପରିଷଦ ର କୌଣସି ସଦସ୍ୟ କିମ୍ବା ରାଜ୍ୟ ସରକାରଙ୍କ କୌଣସି ଅଧିକାରୀ , କିମ୍ବା ଜିଲ୍ଲା ପ୍ରଶାସନ ର କୌଣସି ଅଧିକାରୀ ପିଡିତା ପରିବାର କୁ ଘଟଣାର 23 ଦିନ ପରେ ଭେଟି ଆଶ୍ୱାସନ, ସମବେଦନା ନ ଜଣାଇବା କିମ୍ବା ରାଜ୍ୟ ବାସୀ ଙ୍କୁ ଏହା ଉପରେ ନିରପେକ୍ଷ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରକାଶ ନ କରିବା ସାମ୍ବିଧାନିକ ଦାୟିତ୍ୱ ର ମର୍ଯ୍ୟାଦା ଉଲଂଘନ ଅଟେ ।ଗତ ୮ ତାରିଖ ରୁ ଆଜି ଯାଏ କଳାହାଣ୍ଡି ଭଳି ଏକ ଶାନ୍ତ, ସରଳ ପବିତ୍ର ମା ମାଣି କେଶ୍ୱରୀ ଙ୍କ ପୁଣ୍ୟଭୂମି ରେ ଘଟି ଥିବା ଜଘନ୍ୟ ବର୍ବରୋଚିତ ଓ ଲୋମ ହର୍ଷଣ କାରୀ ଘଟଣା ସମଗ୍ର ଦେଶକୁ ଆନ୍ଦୋଳିତ କରିଛି ।ଏ ସମ୍ପର୍କରେ ଜିଲ୍ଲାରେ କାର୍ଯ୍ୟରତ ଗଣ ମାଧ୍ୟମ ପ୍ରତିନିଧି  ଗଣ ନିରପେକ୍ଷ ଭାବରେ ଘଟଣା ର ସତ୍ୟାସତ୍ୟ ବାହାର କରି ଦୋଷୀ ଙ୍କୁ ଦଣ୍ଡ ବିଧାନ ପାଇଁ ନିଜ କଲମ ଚାଳନା କରିଥିଲେ ।ଏହି ଘଟଣା ରେ କୁଆଡେ ସାମ୍ବାଦିକ ମାନେ କଳାହାଣ୍ଡି କୁ ବଦନାମ କରୁଛନ୍ତି ବୋଲି କିଛି ତଥା କଥିତ ବୁଦ୍ଧିଜୀବୀ ରାତାରାତି ଏକ ପବ୍ଲିକ ଫୋରମ ଜରିଆରେ ସାମ୍ବାଦିକ ସମ୍ମିଳନୀ ଡାକି ସାମ୍ବାଦିକ ମାନଙ୍କୁ  ଜ୍ଞାନ ଦେଲେ ।କିନ୍ତୁ ସେମାନେ ଭୁଲି ଗଲେ ଯେ, କଳାହାଣ୍ଡି ର ସାମ୍ବାଦିକ ବନ୍ଧୁ ମାନେ ନିଜ ଲଷ୍ମଣ ରେଖା ଓ ଘଟଣା ର ଗୁରୁତ୍ୱ ଓ ଦେଶ ର ପ୍ରେସ ଆଇନ ବିଷୟରେ ଅଜ୍ଞ ।ଏପରି ପ୍ରୟୋଜିତ କାର୍ଯ୍ୟକ୍ରମ ରେ ଯଦି ବୁଦ୍ଧିଜୀବୀ ମାନେ ମମିତା ଘଟଣା ରେ ରାଜ୍ୟ ସରକାର କଠୋର ନିଷ୍ପତ୍ତି ଓ ନିରପେକ୍ଷ ତଦନ୍ତସହ ଜିଲ୍ଲାର ସମସ୍ତ ମହିଳା ହଷ୍ଟେଲ ର ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ଓ 1870 ଜଣ ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ କୁ ସୁରକ୍ଷିତ ରଖିବା ପାଇଁ ମହାଳିଙ୍ଗ +୨   ଓ +୩ ଡିଗ୍ରୀ କଲେଜ କୁ କଳାହାଣ୍ଡି ଜିଲ୍ଲାର ଉପାନ୍ତ ଅଞ୍ଚଳର ଏହି କଲେଜ ଯେଉଁଠି ସମସ୍ତ ଟଙ୍କା ରାଜ୍ୟ ସରକାରଙ୍କ ଲାଗିଛି ତାକୁ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ କିମ୍ବା କେନ୍ଦ୍ର ସରକାର ହାତକୁ ନେବା ପାଇଁ ଦାବି କରିଥିଲେ  ନମସ୍ୟ ହୋଇ ଥାନ୍ତେ ।ପ୍ରୟୋଜିତ କାର୍ଯ୍ୟକ୍ରମ ରେ ଗଣ ମାଧ୍ୟମ କୁ ଆକ୍ଷେପ କରିବା  ସହଜ କିନ୍ତୁ ଜିଲ୍ଲାରେ ଘଟିଥିବା କଳଙ୍କିତ ଘଟଣା କୁ ନିନ୍ଦା କରିବା ହଉ ଅଥବା ମହାଳିଙ୍ଗ କଲେଜ କୁ ରାଜ୍ୟ କିମ୍ବା କେନ୍ଦ୍ର ସରକାର ହାତକୁ ନେବା ପାଇଁ ଦାବି କରିବା ସମୟରେ ତଥା କଥିତ ବୁଡିଜିବୀ ଙ୍କ ପାଟି  ରେ ସେଲୋ ଟେପ ଲାଗିଯାଏ ।ସେହିପରି ଜୀବନରେ ଯେଉଁମାନେ କେବେ ସମ୍ବାଦ ପେପର ଦେଖି ନ ଥିଲେ କିମ୍ବା ପଢି ନ ଥିଲେ ସମ୍ବାଦ ରେ କୋଉ ଖବର  ବାହାରିଛି ଜାଣି ନ ଥିଲେ ସେଇ କିଛି ଜଣ ମହିଳା ଙ୍କୁ ଏକତ୍ରିତ କରି ଗାନ୍ଧୀ ଚୌକ ରେ ସମ୍ବାଦ ଖବର କାଗଜ ପୋଡିବା ଭଳି ପ୍ରୟୋଜିତ କାର୍ଯ୍ୟକ୍ରମ କରିବା ଘଟଣା ମମିତା  ର ଆତ୍ମା କୁ ଅନେକ ଆଘାତ ଦେଇଛି ।ଏଭଳି ପ୍ରୟୋଜିତ କାର୍ଯ୍ୟକ୍ରମ ଗୁଡିକ  ପଛରେ ଅସଲ ଉଦ୍ଦେଶ୍ୟ ମୂଳ ଘଟଣା ରୁ ସାଧାରଣ ଜନତା ଙ୍କ ଧ୍ୟାନ ଭଂଗ କରିବା ।ତଥାପି ମାଆ ମାଣିକେଶ୍ୱରୀ ପୀଠରେ ଏପରି କଳଙ୍କ ଘଟଣା କୁ ମା ନିଜେ ବି ଗ୍ରହଣ କରି ପାରୁ ନାହାନ୍ତି ।ପ୍ରତ୍ୟକ୍ଷ ଦେବୀ ମାଆ ମାଣିକେଶ୍ୱରୀ ଙ୍କ ନିକଟକୁ ଶପଥ କରିବା ପାଇଁ ନର ରାକ୍ଷସ ନେଇ ଥିଲା ମମିତା କୁ ଓ ମମିତା  ନରରକ୍ଷାସ ର ସମସ୍ତ ଅନୁରୋଧ କୁ ମନା କରି ମନେ ମନେ ମାଆ ଙ୍କ ଶରଣ ରେ ପଡି ନର ରାକ୍ଷସ ର ପାପ ର ସାମ୍ରାଜ୍ୟ କୁ ଶେଷ କରିବା ପାଇଁ ଭିକ୍ଷା ମାଗିଥିଲା  ।ଶେଷ ଥର ପାଇଁ ମାଆ ଙ୍କ ଦର୍ଶନ କରିଥିଲା ।ତେବେ  ମାଆ ଯୁଗେ ଯୁଗେ ନିଜ ସନ୍ତାନ ମାନଙ୍କ ଦୁଖଃ, ଯନ୍ତ୍ରଣା ଲାଘବ କରି ସବୁ ବେଳେ ନିଜ ସନ୍ତାନ ଙ୍କ ଆଖି ରୁ ଅଶ୍ରୁ ନିଜ ପଣତ କାନି ରେ ପୋଛି ନିଜ କୋଳରେ ସମସ୍ତଙ୍କୁ କୋଳେଇ ରଖିଛି ।ମମିତା  ପ୍ରତି ହୋଇଥିବା ଜଘନ୍ୟ ଅତ୍ୟାଚାର ପରେ ସତେ ଯେମିତି ମାଆ ଙ୍କ ଉଗ୍ର ରୂପ , ବିଶ୍ଵରୂପ  ସମଗ୍ର ରାଜ୍ୟ ଓ ଦେଶ ବାସୀ ଙ୍କ ଭିତରେ ପଶି ଯାଇଛି ।କରୁଣା ମୟୀ ମାଆ ଙ୍କ ଆଖିରେ ଆଜି ଅଶ୍ରୁ ମମିତା ପାଇଁ ମମିତା ଭଳି ଅନେକଙ୍କ ପାଇଁ ଦେଶ ଓ ବିଶ୍ୱ ପାଇଁ, କିନ୍ତୁ ନର ରାକ୍ଷସ ମାନେ ଆଇନ ର ବାହୁବଳ, ଧନବଳ ଓ କ୍ଷମତା ବଳ ମାଧ୍ୟମରେ  ସମସ୍ତପ୍ରକାର ଆସୁରିକ ଶକ୍ତି ପ୍ରୟୋଗ କରି ଖସି ଯିବାକୁ ଷଡ଼ଯନ୍ତ୍ର ରେ ବ୍ୟସ୍ତ ।ମାଆ ଙ୍କ କୋପ ରୁ କିନ୍ତୁ ପାପୀ ମାନେ ବର୍ତ୍ତିବା ଅସମ୍ଭବ ଏବଂ ବିଳମ୍ବ ହେଲେ ମଧ୍ୟ ମମିତା ଦିନେ ନା ଦିନେ ନିଶ୍ଚୟ ନ୍ୟାୟ ପାଇବା ସହ ପ୍ରକୃତ ଘଟଣା ଓ ନର ରକ୍ଷାସ ମାନଙ୍କ ଅସଲ ସ୍ୱରୂପ ଲୋକ ଲୋଚନ କୁ ଆସିବ ଏ ବିଶ୍ୱାସ ରହିଛି।  ସରକାର ଯଦି ନିଜ କର୍ତବ୍ୟ ସମ୍ପାଦନ ରେ ଅବହେଳା କରନ୍ତି ତେବେ ନୈତିକତା ଦୃଷ୍ଟିରୁ ଇସ୍ତାଫା ଦେବା କଥା  ।

ଯଦି ରାଜ୍ୟ ସରକାର ସମସ୍ତ ସାମ୍ବିଧାନିକ ଦାୟିତ୍ୱ ନିର୍ବାହ ପରିବର୍ତେ କ୍ଷମତା କୁ ଜାବୋଡି ଧରି  ସାମ୍ବିଧାନିକ ବ୍ୟବସ୍ଥା କୁ ଉଲ୍ଲଙ୍ଘନ କରନ୍ତି ତେବେ ମହାମହିମ ରାଷ୍ଟ୍ରପତି ନିଜ ସ୍ୱତନ୍ତ୍ର କ୍ଷମତା ପ୍ରୟୋଗ କରି ରାଜ୍ୟ ସରକାର ଙ୍କୁ ବରଖାସ୍ତ କରିବା ଓ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଏସ ଆଇ ଟି କିମ୍ବା ସିବିଆଇ କୁ ନିର୍ଦେଶ ଦେଇ ପାରିବେ ଓ ଗଣତନ୍ତ୍ର ର ରକ୍ଷା ଓ ସୁରକ୍ଷା  କରି ପାରିବେ ।ତେବେ ସମ୍ବିଧାନ ର ପ୍ରତ୍ୟେକ ଫର୍ଦ୍ଦ କୁ ଟୁକୁଡ଼ା ଟୁକୁଡ଼ା କରି କ୍ଷମତା ଜାବୋଡିବା ରହସ୍ୟ  ରାଜ୍ୟବାସୀ ଜାଣିବା ଜରୁରୀ ।

           ମହାମହିମ ରାଷ୍ଟ୍ରପତି ନିଜ କ୍ଷମତା ପ୍ରୟୋଗ କରି ରାଜ୍ୟ ସରକାର ଙ୍କୁ ବରଖାସ୍ତ କରିବା ସମୟ ଆସିଛି ।

       ମହମ୍ମଦ ଅଲ୍ଲୀ , 

              ବରିଷ୍ଠ ସାମ୍ବାଦିକ, 

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe