//BREAKING//
Loading...

କଳାହାଣ୍ଡି ମାଟିର "ଝଡ଼ ର ଇଗଲ"ଆଉ ନାହାନ୍ତି ।

 "କଳାହାଣ୍ଡି ଝଡ଼ର ଇଗଲ" ବୟୋଜ୍ୟେଷ୍ଠ ଆଇନଜୀବୀ, ଡିବିଡିବି ସାପ୍ତାହିକ ର ପ୍ରତିଷ୍ଠାତା ମୁଖ୍ୟ ସମ୍ପାଦକ, ବରିଷ୍ଠ ରାଜନେତା, ନିର୍ଭୀକ ଓ ସ୍ପଷ୍ଟବାଦୀ ବ୍ୟକ୍ତିତ୍ୱ ଗଙ୍ଗାଧର ହୋତା  ଆଜି ସକାଳ ଘ:୭-୧୫ ମିନିଟ ସମୟରେ  ଇହଧାମ ତ୍ୟାଗ କରିଛନ୍ତି ।ତା-୧୬-୦୨-୧୯୨୫ ରେ ମଦନପୁର- ରାମପୁର ଠାରେ ଜନ୍ମ ଗ୍ରହଣ କରିଥିଲେ  ଗଙ୍ଗାଧର ହୋତା ।ଭବାନୀପାଟଣା ବ୍ରଜମୋହନ ହାଇସ୍କୁଲ ରୁ ପ୍ରଥମ ଶ୍ରେଣୀ ରେ ମାଟ୍ରିକ ପରୀକ୍ଷା ପାସ କରିଥିଲେ ହୋତା ଆଜ୍ଞା ।କଳାହାଣ୍ଡି ର ହିଜ ହାଇନେସ ରାଜା ଙ୍କ ତରଫରୁ ଷ୍ଟାଇପେଣ୍ଡ ପାଇ ରାଜେନ୍ଦ୍ର କଲେଜ ର ପ୍ରଥମ ବ୍ୟାଚ  ଗ୍ରାଜୁଏଟ ଏବଂ ମଧୁସୂଦନ ଆଇନ ମହାବିଦ୍ୟାଳୟ ର ପ୍ରଥମ ବ୍ୟାଚ ଆଇନ ପାସ କରିଥିଲେ ଗଙ୍ଗାଧର ହୋତା ଆଜ୍ଞା ।ପୂର୍ବତନ ବାଚସ୍ପତି ସ୍ବର୍ଗତ ରବି ରାୟ, ଓଡ଼ିଶାର ସୁନାମଧନ୍ୟ ଆଇନଜୀବୀ ସ୍ବର୍ଗତ ଗଙ୍ଗାଧର ରଥ ଙ୍କ ସହପାଠୀ ଥିଲେ ଗଙ୍ଗାଧର ହୋତା ଆଜ୍ଞା ।ସ୍ୱାଧୀନତା ପରେ କଂଗ୍ରେସ ଦଳ ରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରି ସ୍ବର୍ଗତ ବିଜୁ ପଟ୍ଟନାୟକ, ନୀଳମଣି ରାଉତରାୟ, ବିରେନ ମିତ୍ର ଙ୍କ ସହ ଅତ୍ୟନ୍ତ ଘନିଷ୍ଠ ଥିଲେ ସ୍ବର୍ଗତ ହୋତା ।ଜଣେ ସୁବକ୍ତା, ନିଷ୍ଠାପର ଓ ନିର୍ଭୀକ ବ୍ୟକ୍ତିତ୍ୱ ପୂର୍ବତନ କଳାହାଣ୍ଡି ର ସରକାରୀ ଓକିଲ ଭାବେ ଅତ୍ୟନ୍ତ ଲୋକପ୍ରିୟ ବ୍ୟକ୍ତିତ୍ୱ ଥିଲେ ହୋତା ଆଜ୍ଞା ।60 ରୁ 80ଦଶକ ପର୍ଯ୍ୟନ୍ତ ଜଣେ ନିର୍ଭୀକ ଓକିଲ, ସଂଗ୍ରାମୀ ରାଜନେତା ଏବଂ ସାପ୍ତାହିକି ଡିବିଡିବି ର ମୁଖ୍ୟ ସମ୍ପାଦକ ଭାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ସ୍ବର୍ଗତ ଗଙ୍ଗାଧର ହୋତା ।ଆଜି କଳାହାଣ୍ଡି ମାଟି ନିଜର ବୟୋଜ୍ୟେଷ୍ଠ  ଲୋକପ୍ରିୟ ବ୍ୟକ୍ତିତ୍ୱ କୁ ହରାଇ ମର୍ମାହତ । ଅମର ଆତ୍ମାଙ୍କ ପ୍ରତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଜଣାଇବା ସହ ପରିବାର ଵର୍ଗ ଙ୍କ ପ୍ରତି ସମବେଦନା ଜଣାଉଛି ।ପ୍ରଣାମ କଳାହାଣ୍ଡି ମାଟିର ଝଡ଼ ର ଇଗଲ ଗଙ୍ଗାଧର ହୋତା ଆଜ୍ଞା ।


Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe