କଳାହାଣ୍ଡି ଜିଲ୍ଲା ର ଅନ୍ୟତମ ସୁଯୋଗ୍ୟ ସନ୍ତାନ ପୂର୍ବତନ ବାୟୁସେନା ର ଅପ୍ରତିଦ୍ବନ୍ଦି ଯୋଦ୍ଧା, ପୂର୍ବତନ ବିଧାୟକ ଅଜିତ ଦାସ ଆଜି ଅପରାହ୍ନ ଘ ୪,୫୦ମିନିଟ ସମୟରେ ଇହଧାମ ତ୍ୟାଗ କରିଛନ୍ତି । ମାତା ବିଳାସିନୀ ଦାସ ଓ ବାପା ଦିବାକର ଦାସ ଙ୍କ ପ୍ରଥମ ସନ୍ତାନ ଅଜିତ ଦାସ 1944 ଫେବୃଆରୀ 3 ତାରିଖ ଦିନ ଜନ୍ମ ଗ୍ରହଣ କରିଥିଲେ ।ବ୍ରଜମୋହନ ହାଇସ୍କୁଲ ରୁ ଶିକ୍ଷା ସମାପ୍ତ ପରେ 1967 ରେ ଭାରତୀୟ ବାୟୁସେନା ରେ ଯୋଗ ଦେଇ 12 ବର୍ଷ ଦେଶ ମାତୃକା ର ସେବା କରିଥିଲେ । ବାୟୁସେନା ରୁ ଅବସର ଗ୍ରହଣ ପରେ ଶ୍ରୀ ଦାସ ସମାଜସେବା ରେ ନିଜକୁ ଉତ୍ସର୍ଗ କରିଥିଲେ ।1990 ମସିହାରେ ଭବାନୀପାଟଣା ସଦର ନିର୍ବାଚନ ମଣ୍ଡଳୀ ରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।ଜଣେ ଲୋକପ୍ରିୟ, ସ୍ପଷ୍ଟବାଦୀ ଓ ନିର୍ଭୀକ ବ୍ୟକ୍ତିତ୍ୱ ଅଜିତ ଦାସ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତଚରଣ ଦାସ ଙ୍କ ବଡ଼ଭାଈ ଅଟନ୍ତି ।ଚାରିଭାଇ ଦୁଇ ଭଉଣୀ ରୁ ସବା ବଡ଼ ଅଜିତ ଦାସ ଭାରତୀୟ ବାୟୁ ସେନା ରେ ଯୋଗ ଦେଇ ଦେଶ ମାତୃକା ର ସେବା ମନୋବୃତ୍ତି ପାଇଁ ପାରିବାର ର ଅନ୍ୟ ତିନିଭାଇ ସ୍ବର୍ଗତ ଆର୍ତ୍ତ ଦାସ, ସ୍ବର୍ଗତ ଭାଗ୍ୟବାନ ଦାସ ଏବଂ ଭକ୍ତ ଚରଣ ଦାସ ଙ୍କ ପାଇଁ ପ୍ରେରଣା ର ଉତ୍ସ ଥିଲେ । ଆଜି କଳାହାଣ୍ଡି ମାଟି ଜଣେ ସଚ୍ଚୋଟ, ନିର୍ଭୀକ ଦେଶଭକ୍ତ ଓ ଦେଶମାତୃକା ର ସେବା ରେ ସମର୍ପିତ ଜଣେ ସାଲିସ ବିହୀନ ସଂଗ୍ରାମୀ ଙ୍କୁ ହରେଇଲା ଓ କଳାହାଣ୍ଡି ମାଟିରେ ଏକ ଶୁନ୍ୟତା ସୃଷ୍ଟି ହୋଇଛି ।ବ୍ୟକ୍ତିଗତ ଭାବରେ ଆମେ ନିଜର ଶୁଭ ଚିନ୍ତକ, ଦିଗ ଦର୍ଶକ, ପଥ ପ୍ରଦର୍ଶକ ମୁରବୀ ଙ୍କୁ ଚିରଦିନ ପାଇଁ ହରେଇଛୁ ।ଅଜିତ ଦାଦା ଙ୍କ ମାର୍ଗଦର୍ଶନ ଏବଂ ପ୍ରେରଣା ଆଜି ଆମ ମାନଙ୍କ ପାଇଁ ସୃତି ରେ ରହିଗଲା ।ଆଜି କଳାହାଣ୍ଡି ମାଟି ନିଜର ଜଣେ ସୁଯୋଗ୍ୟ ସନ୍ତାନ ହରେଇ ମର୍ମାହତ । ଅଶ୍ରୁପୂର୍ଣ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣେଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି ।ଦାଦା ଆପଣ ଯେଉଁଠି ଥିଲେ ବି ସଦାସର୍ବଦା ଆପଣଙ୍କ ଆଶୀର୍ବାଦ, ପ୍ରେରଣା, ଦିଗଦର୍ଶନ ଦେଉଥିବ ।ଏ ଭଳି ଏକ ଦୁଃଖଦ ଘଟଣା କୁ ସହ୍ୟ କରିବା ପାଇଁ ପରିବାର ଵର୍ଗ ଙ୍କୁ ଭଗବାନ ଶକ୍ତି ପ୍ରଦାନ କରନ୍ତୁ ଏହାହିଁ କାମନା କରୁଛି ।ଓଁଶାନ୍ତି , ଜୟ ହିନ୍ଦ
ପୂର୍ବତନ ବିଧାୟକ ସ୍ବର୍ଗତ ଅଜିତ ଦାସ ଦାଦା ଙ୍କୁ ଅଶ୍ରୁପୂର୍ଣ ଶ୍ରଦ୍ଧାଞ୍ଜଳୀ ।
By: Tarzama News
0
Post a Comment