//BREAKING//
Loading...

ବିଜୁଳି କାଟର ଆଶଙ୍କା ସୃଷ୍ଟି ହେବାରୁ ବହୁ ବର୍ଷ ପରେ ପ୍ରଥମ କରି କୋଇଲା ଆମଦାନି କରିବ ‘କୋଲ୍‌ ଇଣ୍ଡିଆ’: ରିପୋର୍ଟ


ନୂଆଦିଲ୍ଲୀ: କୋଇଲା ଅଭାବ ଯୋଗୁଁ ଦେଶରେ ବିଜୁଳି କାଟର ହେବାର ସମ୍ଭାବନା ଥିବାରୁ ବିଜୁଳି ଉତ୍ପାଦନକାରୀଙ୍କ ବ୍ୟବହାର ନିମନ୍ତେ ବିଶ୍ବର ବୃହତ୍ତମ କୋଇଲା ଖଣି ସଂସ୍ଥାନ ‘କୋଲ୍‌ ଇଣ୍ଡିଆ’ ବିଦେଶରୁ କୋଇଲା ଆମଦାନି କରିବ ବୋଲି ଶକ୍ତି ମନ୍ତ୍ରାଳୟ ଚିଠିକୁ ଭିତ୍ତି କରି ସମ୍ବାଦ ସରବରାହ ସଂସ୍ଥାନ ‘ରଏର୍ଟସ୍‌’ ରିପୋର୍ଟ କରିଛି।
ସୂଚନାଯୋଗ୍ୟ, ୨୦୧୫ ପରେ ରାଷ୍ଟ୍ରାୟତ କୋଇଲା ଉତ୍ପାଦନକାରୀ ସଂସ୍ଥାନ ‘କୋଲ୍‌ ଇଣ୍ଡିଆ’ ପ୍ରଥମ ଥର ପାଇଁ ବିଦେଶରୁ କୋଇଲା ଉତ୍ପାଦନ କରିବ। ପ୍ରାୟ ୬ ବର୍ଷ ପରେ ଚଳିତ ବର୍ଷ ଏପ୍ରିଲ୍‌ ମାସରେ ବିଜୁଳି କାଟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏପ୍ରିଲ୍‌ ମାସର ପରିସ୍ଥିତିକୁ ଏଡ଼ାଇବା ପାଇଁ ରାଜ୍ୟ ଓ କେନ୍ଦ୍ରୀୟ ଅଧିକାରୀମାନେ ଆମଦାନି ହେବାକୁ ଥିବା କୋଇଲା ସବୁ ଗଚ୍ଛିତ କରି ରଖିବେ।ମେ ୨୮ ତାରିଖ ଦିନ ଲିଖିତ ଶକ୍ତି ମନ୍ତ୍ରାଳୟର ଉକ୍ତ ପତ୍ରରେ ଉଲ୍ଲେଖ ଅଛି, ସରକାରରୁ ସରକାରକୁ (ଜି-ଟୁ-ଜି) ନିୟମ ଆଧାରରେ ‘କୋଲ୍‌ ଇଣ୍ଡିଆ’ କୋଇଲା ଆମଦାନି କରି ସେଗୁଡ଼ିକୁ ରାଜ୍ୟ ସରକାରମାନଙ୍କର ତାପଜ ବିଦ୍ୟୁତ୍ କେନ୍ଦ୍ର ଏବଂ ସ୍ବାଧୀନ ବିଜୁଳି ଉତ୍ପାଦନକାରୀମାନଙ୍କୁ ଯୋଗାଇ ଦେବ।

କୋଇଲା ସଚିବ ଏବଂ ‘କୋଲ୍‌ ଇଣ୍ଡିଆ’ର ଅଧ୍ୟକ୍ଷଙ୍କ ସମତେ ଶୀର୍ଷସ୍ତରୀୟ କେନ୍ଦ୍ରୀୟ ଏବଂ ରାଜ୍ୟ ଶକ୍ତି ଅଧିକାରୀ ତଥା ସମସ୍ତ ବିଜୁଳି ଉତ୍ପାଦନକାରୀ ସଂସ୍ଥାନଗୁଡ଼ିକୁ ଏହି ଚିଠି ପଠାଇ ଦିଆଯାଇଛି।

ବିଜୁଳି ଶକ୍ତିର ଚାହିଦା ବୃଦ୍ଧି ପାଉଥିବାରୁ ଚଳିତ ବର୍ଷର ତୃତୀୟାର୍ଦ୍ଧରେ ଭାରତରେ କୋଇଲା ଅଭାବ ଦେଖା ଦେବାର ସମ୍ଭାବନା ରହିଛି। ବିଜୁଳି କାଟର ସମ୍ଭାବନା ଏଡ଼ାଇବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe