//BREAKING//
Loading...

ଅଣ ଗେଜେଟେଡ କର୍ମଚାରୀ ସମନ୍ବୟ ସମିତିର ଏକ ବିଦାୟ କାଳିନ ସଭା


 ଅଣ ଗେଜେଟେଡ କର୍ମଚାରୀ ସମନ୍ବୟ ସମିତିର ଏକ ବିଦାୟ କାଳିନ ସଭା ସ୍ଥାନୀୟ ଅମଲା ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ଜିଲ୍ଲା ଅମଲା ସଂଘ ସଭାପତି ଶ୍ରୀ ସୁକାନ୍ତ କୁମାର ମହାପାତ୍ର ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥି ଭାବରେ ମହମ୍ମଦ ବୁରାନ, ଜିଲ୍ଲା ଟ୍ରେଜରୀ ଅଧିକାରୀ, ଶ୍ରୀ କେଦାରନାଥ ସେଠି, ପୂର୍ବତନ ସଭାପତି, ଜିଲ୍ଲା ଅମଲା ସଂଘ, ଶ୍ରୀ ଅଶୋକ କୁମାର ନାଏକ, ପୂର୍ବତନ ଜିଲ୍ଲା ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘ, ଶ୍ରୀ ରୂପ କେଶରୀ ଦଳେଇ, ପରାମର୍ଶ ଓ ବିଦାୟୀ ବନ୍ଧୁ ଶ୍ରୀ ଅଭିମନ୍ୟୁ ମହାନନ୍ଦ, ଜିଲ୍ଲା ଅଣ ଗେଜେଟେଡ କର୍ମଚାରୀ ସମନ୍ବୟ ସମିତି ମଞ୍ଚାସିନ ହୋଇଥିଲେ। ସର୍ବପ୍ରଥମେ ସଂଘ ର ବରିଷ୍ଠ ସଭ୍ୟ ଶ୍ରୀ ପୁଳସ୍ତ ନାଏକ ସଭାକୁ ସମ୍ବୋଧିତ କରି ଥିଲେ, ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ଭାବଗ୍ରାହୀ ନାୟକ, ସଭାପତି ଜିଲ୍ଲା ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘ, ଅନ୍ତର୍ଯ୍ୟାମୀ ଚଲାନ, ସମ୍ପାଦକ ଜିଲ୍ଲା ମୋଟର କର୍ମଚାରୀ ସଂଘ, ରାକେଶ ହୋତା, ଜିଲ୍ଲା ରାଜସ୍ବ କ୍ଷେତ୍ର କର୍ମଚାରୀ ସଂଘ, ସୁକଦେବ ମାଝୀ, ସମ୍ପାଦକ ଜିଲ୍ଲା ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘ, ଅନ୍ୟାନ୍ୟ ସଂଘର ଭବନାଥ ରାୟଗୁରୁ, ଜିତେନ୍ଦ୍ର ମୁଣ୍ଡ, ରତ୍ନାକର ଧଙ୍ଗଡା ମାଝୀ ପ୍ରଭୁତି ବକ୍ତବ୍ୟ ରଖିଥିଲେ। ସମସ୍ତ ଅତିଥି ଓ ବିଭିନ୍ନ କର୍ମକର୍ତ୍ତାମାନେ ବିଦାୟୀ ବନ୍ଧୁ ମହାନନ୍ଦ  ମହାଶୟଙ୍କ ର  ସଂଘ ପ୍ରତି ସମର୍ପଣ ମନୋଭାବ ଓ କର୍ମଚାରୀମାନଙ୍କର ସୁବିଧା ଅସୁବିଧାରେ ଠିଆ ହେବା କଥା ବର୍ଣ୍ଣନା କରି ଥିଲେ ଏବଂ ତାଙ୍କର ଭବିଷ୍ୟତ ଜିବନ ସୁଖମୟ ହେଉ କାମନା କରି ଥିଲେ। କର୍ମଚାରୀ ମାନଙ୍କ ତରଫରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ବିଦାୟୀ ମହାନନ୍ଦ ବାବୁ ତାଙ୍କର ଅଭିଭାଷଣ ପ୍ରଦାନ କରିଥିଲେ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe