//BREAKING//
Loading...

ରାଜଧାନୀରେ ବିଏମସିର କଡ଼ା ପଦକ୍ଷେପ, ଆଜିଠୁ କଡ଼ାକଡ଼ି ଭାବେ ପାଳନ ହେବ କୋଭିଡ୍‌ ଗାଇଡଲାଇନ


 ଭୁବନେଶ୍ୱର: (ତର୍ଜମା ନ୍ୟୁଜ) ରାଜ୍ୟରେ ଦ୍ରୁତ ଗତରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ । ରାଜ୍ୟରେ ପ୍ରତିଦିନ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୫୦ ପ୍ରତିଶତ ଆକ୍ରାନ୍ତ ଖୋର୍ଦ୍ଧାରୁ ଚିହ୍ନଟ ହେଉଛି । ବିଶେଷକରି ଭୁବନେଶ୍ୱରରେ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଭୁବନେଶ୍ୱରରେ ଦ୍ରୁତ ସଂକ୍ରମଣକୁ ନେଇ ବିଏମସି କଡ଼ା ପଦକ୍ଷେପ ଗ୍ରହଣ କରିଛି । ଆଜିଠାରୁ ରାଜଧାନୀରେ କଡ଼ାକଡ଼ି ଭାବେ ପାଳନ ହେବ କୋଭିଡ ଗାଇଡଲାଇନ । ସଚେତନତା ପରେ ଏବେ ଏନଫୋର୍ସମେଣ୍ଟ ଉପରେ ଗୁରୁତ୍ୱ ଦିଆଯାଇଛି । ଭୁବନେଶ୍ୱରରେ ସମସ୍ତ ସପିଂମଲ୍ ଓ ବ୍ୟାବସାୟିକ ପ୍ରତିଷ୍ଠାନରେ ଶତ ପ୍ରତିଶତ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ । ପ୍ରତି ବ୍ୟାବସାୟିକ ପ୍ରତିଷ୍ଠାନରେ କୋଭିଡ ମନିଟରିଂ ଅଧିକାରୀ ରହିବା ସହ ସାମାଜିକ ଦୂରତା ରକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ହାଟ, ବଜାର, ସପିଂ ମଲ ଓ ବ୍ୟାବସାୟିକ ପ୍ରତିଷ୍ଠାନରେ ଗହଳି ନକରିବାକୁ ବିଏମସି ନିର୍ଦ୍ଦେଶ ଦେଇଛି ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe