କଲାହାଣ୍ଡି :- ( ତର୍ଜମା ନ୍ୟୁଜ) କୋକସରା ଏ ଦୃଶ୍ୟ ଦେଖି ଆପଣ ମାନେ ବି ଠିକ୍ ଅନୁମାନ କରି ପାରୁଥିବେ କି ଏହା କୈାଣସି ଜଙ୍ଗଲ କୁ ଯିବା ରାସ୍ତା ନୁହେଁ କି କୈାଣସି ଚାଷଜମି ର ରୁଆ ବେଉଷଣ କରିବା ଭଲି ଦୃଶ୍ୟ ନୁହେଁ ବରଂ ଏହା ହେଉଛି ଗାଁ ମଝିର କଙ୍କ୍ରିଟ ରାସ୍ତା ଓଡ଼ିଶା ସରକାର ବିକାଶର ନାରା ଦେଇ ବାଃ... ବାଃ କରି ରାଜଧାନୀ ର ରାଜ ଗାଧିରେ ବସି ବିକାଶର ଚିତ୍କାର କରୁଥିବା ବେଳେ ତାହା ବାସ୍ତରେ ଠିକ୍ ଏହି ଦୃଶ୍ୟ ଓଡ଼ିଶା ସରକାର ର ଅପାରଗତାକୁ ବୟାନ କରୁଛି ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି କଲାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ବଡପୋଡାଗୁଡା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ରଏନଗୁଡା ଗ୍ରାମରେ ଦିନ କୁ ଦିନ ବେହାଲ ହେଉପଡୁଛି ରଏନଗୁଡା ଗ୍ରାମର କଙ୍କ୍ରିଟ ରାସ୍ତା l ଡ୍ରେନେଜ ବ୍ୟବସ୍ଥା ନଥିବାରୁ ଅଳ୍ପ ବର୍ଷା ହେଲେ ରାସ୍ତାର ଅବସ୍ଥା ବେହାଲ୍ ହେବା ଯୋଗୁଁ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l
ରାସ୍ତା ମଝିରେ ଏମିତି ପାଣି ଜମି ରହିଲେ ମଶାମାଛୀ ମାନଙ୍କ ଆଶ୍ରୟସ୍ଥଳୀ ପାଳଟିବା ନେଇ ସ୍ଥାନୀୟ ଲୋକ ଚିନ୍ତାପ୍ରକଟ କରିଛନ୍ତି l ଏଭଳି ପରିବେଶ ଆଗାମୀ ଦିନରେ ରହେ ତା ହେଲେ ମ୍ୟାଲେରିଆ,ଡାଇରିଆ ଭଳି ମାରାତ୍ମକ ରୋଗରେ ଶିକାର ହେବାର ସ୍ଥାନୀୟ ଲୋକ ମାନଙ୍କ ମନରେ ଛନକା ପସିଲାନି lଏହି ଖବର ବିଭିନ୍ନ ଗଣମାଧ୍ୟମ ଚ୍ୟାନେଲ ରେ ମଧ୍ୟ ଖବର ପ୍ରସାରଣ ହେଉଥିଲା।ଏପର୍ଯ୍ୟନ୍ତ ମଧ୍ୟ କୋୖଣସି ଜନପ୍ରତିନିଧି କିମ୍ବା ପ୍ରସାଶନ ର ନଜର ପଡ଼ିନାହିଁ । ଯଦି ଆଗକୁ ସମସ୍ୟା ର ସମାଧାନ ନ କରାଯାଏ ତାହେଲେ , ରୁଆ ବେଉଷଣ କରି ପ୍ରତିବାଦ କରାଯିବ ବୋଲି ଗ୍ରାମବସୀ ଚେତାବନୀ ଦେଇଛନ୍ତି ।
Reporter _ ଗଣେଶ ଭାଟି
Post a Comment