//BREAKING//
Loading...

ପରଲୋକରେ ପୂର୍ବତନ ଲୋକସଭା ସାଂସଦ ସୁବାସ ଚନ୍ଦ୍ର ନାୟକ





 କଳାହାଣ୍ଡି: କଳାହାଣ୍ଡିର ପୂର୍ବତନ ଲୋକସଭା ସାଂସଦ ସୁବାସ ଚନ୍ଦ୍ର ନାୟକଙ୍କ ପରଲୋକ  । ଆଜି ସକାଳ 8ଟା 45 ମିନିଟରେ ଭବାନୀପାଟଣା ମେଡିକାଲରେ ପୂର୍ବତନ ସାଂସଦଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ରେ ଜନ୍ମ ଗ୍ରହଣ କରି ଥିବା ସୁବାଷ ନାୟକ କିଛିବର୍ଷ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ରେ ଚାକିରୀ କରୁଥିଲେ ।ପରବର୍ତୀ ସମୟରେ ଦୈନିକ ଧରିତ୍ରୀ ଖବର କାଗଜ ର ଜିଲ୍ଲା ପ୍ରତିନିଧି ଭାବରେ ଦୀର୍ଘ ବର୍ଷ ଧରି ସାମ୍ବାଦିକତା କରି ରାଜ୍ୟର ସ୍ଵୀକୃତିପ୍ରାପ୍ତ ସାମ୍ବାଦିକ ଥିଲେ ।ସାମ୍ବାଦିକତା  ରୁ ସଂସଦ ଭବନ ପର୍ଯ୍ୟନ୍ତ ଜୀବନ ଯାତ୍ରା ରେ ସୁବାଷ ନାୟକ  ଙ୍କ ସଫଳ ଯାତ୍ରା ଚିର ସ୍ମରଣୀୟ ହୋଇ ରହିବ ।୧୯୯୧ରୁ ୧୯୯୫ ପର୍ଯ୍ୟନ୍ତ କଂଗ୍ରେସରୁ କଳାହାଣ୍ଡିର ସାଂସଦ ଥିଲେ । ବର୍ତ୍ତମାନ ବିଜେପି ସଦସ୍ୟ ଥିଲେ ପୂର୍ବତନ ସାଂସଦ ସୁବାସ ଚନ୍ଦ୍ର ନାୟକ । ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ଅମର ଆତ୍ମାର ସଦଗତି କାମନା ସହିତ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।ପୂର୍ବତନ ସାଂସଦ ସୁବାସ ନାୟକ ବିୟୋଗ ରେ କଳାହାଣ୍ଡି ଜିଲ୍ଲାର ପୂର୍ବତନ ଲୋକସଭା ସଦସ୍ୟ, ଶ୍ରୀ ରାସ ବିହାରୀ ବେହେରା, ଶ୍ରୀ ଜଗନ୍ନାଥ ପଟ୍ଟନାୟକ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଭକ୍ତ ଚରଣ ଦାସ, ରାଜ୍ୟ ବିରୋଧୀଦଳ ନେତା ପ୍ରଦୀପ୍ତ କୁମାର ନାଏକ, ରାଜ୍ୟ ଅଲମ୍ପିକ ସଙ୍ଘ ସଭାପତି ଜଗ ମୋହନ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ମହମ୍ମଦ ଅଲ୍ଲୀ, ବିଜେପି ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି ଗଭୀର ଶୋକ ପ୍ରକାଶ କରିବା ସହ ଜିଲ୍ଲା ପାଇଁ ଏହା ଏକ ଅପୁରଣୀୟ କ୍ଷତି ବୋଲି କହିଛନ୍ତି । ତର୍ଜମା ପରିବାର ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ ପରିବାର ବର୍ଗ ଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରୁଛୁ ।


ବିଶ୍ବ ଚାମ୍ପିଅନସିପରେ ରୌପ୍ୟ ଜିତିଲେ ଗୋଲ୍ଡେନ ବଏ ନୀରଜ କ୍ଲିକ୍ କରି ପଡନ୍ତୁ 

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe