//BREAKING//
Loading...

ଗୋଳାମୁଣ୍ଡା ପୋଲିସ ଦ୍ୱାରା ୬କିଗ୍ରା ୫୦୦ଗ୍ରାମ ଗଞ୍ଜେଇ ଜବତ


 ଗୋଳାମୁଣ୍ଡା ପୋଲିସ ଦ୍ୱାରା ୬କିଗ୍ରା ୫୦୦ଗ୍ରାମ ଗଞ୍ଜେଇ ଜବତ 

ଗୋଳାମୁଣ୍ଡା-(ତର୍ଜମା ନ୍ୟୁଜ,)କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ପୋଲିସ ଦ୍ୱାରା ଉଦେଶୃଙ୍ଗ ଠାରେ ୬କିଗ୍ରା ୫୦୦ ଗ୍ରାମ ଗଞ୍ଜେଇ ଜବତ କରିଥିବା ଜଣାପଡ଼ିଛି । ସୂଚନାରୁ ପ୍ରକାଶ ଯେ ନାଲି ରଙ୍ଗର ହୋଣ୍ଡା ବାଇକ ନଂ  ଓ ଡ଼ି ୦୩ କ୍ୟୁ ୫୮୯୮ ଗାଡ଼ିରେ ଦୁଇ ଜଣ ବ୍ୟକ୍ତି  ଗଞ୍ଜେଇ ରପ୍ତାନି କରୁଥିବା ସମୟରେ ଗୋଳାମୁଣ୍ଡା ପୋଲିସ ଆଇ ଆଇସି ଯୁଗଳ ଶବର ଦୁଇ ବ୍ୟକ୍ତିଙ୍କୁ ଅଟକ ରଖି  ଗଞ୍ଜେଇ ଜବତ କରିବା ସହ ଗୋଟିଏ ମୋବାଇଲ, ଓ ଗୋଟିଏ ଓଜନିଆ ବ୍ୟାଗ ଜବତ କରିଥିଲେ । ସେହି ଦୁଇ ବ୍ୟକ୍ତି ଜଣକ ହେଲେ କୋରାପୁଟ ଜିଲ୍ଲା ମଚକୁଣ୍ଡ ଥାନାର ଘାସିରାମ ଦଳେଇ ୩୦ ଓ କାମୁ ଖେମୁଡୁ ୨୨   ବୋଲି ଜଣାପଡିଛି । ଗୋଳାମୁଣ୍ଡା ପୋଲିସ କେଶ ନଂ ୧୨୧/୨୨ରେ ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ  ଧର୍ମଗଡ଼ କୋର୍ଟ ଚାଲାଣ କରିଥିବା ପୋଲିସ ସୂତ୍ରରୁ ପ୍ରକାଶ ପାଇଛି ।


Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe