ଭବାନୀ ପାଟଣା-(ତର୍ଜମା ନ୍ୟୁଜ )-କଳାହାଣ୍ଡି ଜିଲ୍ଲାରେ ଲାଗି ରହିଛି ଲଗାଣ ବର୍ଷା ଫଳରେ ସାଧାରଣ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି ।ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୨୦୦ ସହ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକରେ ସର୍ବାଧିକ ୧୭୧.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ନେଇ ସୂଚନା ଦେଇଛି ଜିଲ୍ଲା ପ୍ରଶାସନ। ଧର୍ମଗଡ଼ ବ୍ଲକ ରେ ୬୨ ମିମି, ଜୁନାଗଡ଼ ରେ ୫୧ ମିମି କଲମପୁର ରେ ୮୫ ମିମି, ଗୋଳାମୁଣ୍ଡା ୭୦ମିମି, ଜୟପାଟଣା ୭୧ ମିମି କୋକସରା ୫୭.୨ ମିମି, ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଜିଲ୍ଲାରେ ଲଗାଣ ବର୍ଷା ଫଳରେ ଭବାନୀପାଟଣା ଧର୍ମଗଡ଼ ଜାତୀୟ ରାଜପଥ (୧୩୦ସି) ବଡ଼ବସୁଲ ନିକଟରେ ଥିବା ହାଲୁର ନାଳର ଅସ୍ଥାୟୀ ପୋଲି ଭୁଶୁଡିବାରୁ ଯାତାୟତ ଠପ ହୋଇଛି।ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନାଳରେ ପୋଲ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ସାଧାରଣ ଲୋକଙ୍କ ଗମନାଗମ ପାଇଁ ଏକ ଅସ୍ଥାୟୀ ପୋଲିସ ନିର୍ମାଣ କରାଯାଇଥିଲା।ହେଲେ ଲଗାଣ ବର୍ଷା ଯୋଗୁଁ ପୋଲ ଟି ଧୋଇ ଯାଇଥିବା ରୁ ଯାତାୟତ ବାଧାପ୍ରାପ୍ତ ହୋଇଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ଵରେ ଯାନବାହନ ଅଟକି ରହିଥିବା ଦେଖିବାକୁ ମିଳିଛି। ତେବେ ଏହି ରାଜ୍ୟ ରାଜପଥ ନିର୍ମାଣ କାର୍ଯ୍ୟ ରେ ଠିକାଦାର ଙ୍କ କାର୍ଯ୍ୟରେ ଅହେତୁକ ବିଳମ୍ବ ସହ ବିଭଗୀୟ କତ୍ତୃପକ୍ଷ ଙ୍କ ଠିକାଦାର ପ୍ରୀତି ଓ ଅବହେଳା ଯୋଗୁଁ ଜିଲ୍ଲା ମୁଖ୍ୟାଳୟ ସହ ଯୋଗାଯୋଗ ବିଛିନ୍ନ ସହ ପଡୋଶୀ ଛତିଶଗଡ଼ ସହ ମଧ୍ୟ ଯୋଗାଯୋଗ ବିଛିନ୍ନ ହୋଇ ପଡିଛି ।ରାଜ୍ୟ ସରକାର ଏହି ମନୁଷ୍ୟକୃତ ଘଟଣା ସମ୍ପର୍କରେ ଉଚ୍ଚ ସ୍ତରୀୟ ତଦନ୍ତ କଲେ ଅନେଜ ଗୁମର ଫିଟିବ ବୋଲି ଆଲୋଚନା ହେଉଛି ।
କଳାହାଣ୍ଡି ଜିଲ୍ଲାରେ ଲଗାଣ ବର୍ଷା ତାଣ୍ଡବ : ଧର୍ମଗଡ଼-ଜୁନାଗଡ଼ ରାଜ୍ୟ ରାଜପଥ ପୋଲ ଭାଙ୍ଗି ଯାତାୟାତ ବିଛିନ୍ନ
By: Tarzama News
0



Post a Comment