//BREAKING//
Loading...

ଲାଞ୍ଜିଗଡରେ କଂଗ୍ରେସର ମିଶ୍ରଣ ପର୍ବ ବିଜେଡିର ଶତାଧିକ ଅସନ୍ତୁଷ୍ଟ କର୍ମି କଂଗ୍ରେସରେ ଯୋଗ ଦେଲେ


ଲାଞ୍ଜିଗଡ଼, ( ତର୍ଜମା ନ୍ୟୁଜ)୨୫/୦୭(ନି.ପ୍ର)-ଗତ କିଛିଦିନ ହେଲା କଂଗ୍ରେସରେ ଉତ୍ସବର ମାହୋଲ ଦେଖାଦେଇଛି । ବିଜେଡି ଓ ବିଜେପିର ଅସନ୍ତୁଷ୍ଟ କର୍ମି ମାନେ ଗୋଟିଏ ପରେ ଗୋଟିଏ ନିଜ ଦଳ ଛାଡି କଂଗ୍ରେସ ମୁହାଁ ହେଉଛନ୍ତି । ଗତ ୧୯ ତାରିଖ ଦିନ ଭବାନୀପାଟଣା ସ୍ଥିତ ଏସଏନ କନଫେରନ୍ସ ହଲରେ ଲାଞ୍ଜିଗଡ ବ୍ଲକର ୨୫୦ରୁ ଉର୍ଦ୍ଧ ବିଜେଡି,ବିଜେପି କର୍ମି କଂଗ୍ରେସରେ ଯୋଗଦେଇଥିବା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଆଜି ପୁଣି ଲାଞ୍ଜିଗଡ ବ୍ଲକ ଅର୍ନ୍ତଗତ ବସନ୍ତପଡା ପଞ୍ଚାୟତରେ ଅନୁଷ୍ଠିତ ହୋଇଥିବା କଂଗ୍ରେସର ସମ୍ବର୍ଦ୍ଧନା ସଭା ଓ ମିର୍ଶଣ ପର୍ବରେ ଲାଞ୍ଜିଗଡ ବ୍ଲକର ୫ଗୋଟି ପଞ୍ଚାୟତ ଛତ୍ରପୁର,ବିଜେପୁର,କମର୍ଦ୍ଧା,ମାଳିଯୁବାଙ୍ଗ ଓ ଲାଖବାହଲିର ୧୨୦ରୁ ଉର୍ଦ୍ଧ ବିଜେଡି କର୍ମି କଂଗ୍ରେସରେ ଯୋଗଦେଇଥିଲେ । ଏପରି ଗୋଟିଏ ପରେ ଗୋଟିଏ ବିଜେଡି କର୍ମି ଦଳ ଛାଡୁଥିବା ବେଳେ ବିଜେଡି ଶିବିରରେ ତର୍କ ବିତର୍କ ଲାଗି ରହିଛି । ଲାଞ୍ଜିଗଡ ବିଧାୟକ ପ୍ରଦିପ କୁମାର ଦିଶାରି ଦଳ ସମ୍ଭାଳି ପାରୁ ନଥିବା ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ଜୋର ଧରିଛି । ଲାଞ୍ଜିଗଡ ବ୍ଲକ ବିଜେଡିରେ ହାତ ଗଣତି ଚାରିରୁ ପାଞ୍ଚଜଣ ବିଜେଡିରେ ରହି ଏକଛତ୍ରବାଦ ଶାସନ କରୁଥିବାରୁ ବ୍ଲକ ବିଜେଡିରେ ଗୋଷ୍ଠି କନ୍ଦଳ ସୃଷ୍ଟି ହେଉଥିବା ଶୁଣିବାକୁ ମିଳୁଛି । ବିଧାୟକଙ୍କ ପାଖ ଲୋକ ବୋଲାଉଥିବା କିଛି ମୁଷ୍ଟିମେୟ ବ୍ୟକ୍ତିଙ୍କ ଯୋଗୁଁ ବ୍ଲକ ବିଜେଡି ଶିବିରରେ ଏହି ପରିସ୍ଥିତି ସୃଷ୍ଟି ହେଉଥିବା କୁହାଯାଉଛି । ଗୋଟିଏ ପରେ ଗୋଟିଏ କର୍ମି ବିଜେଡି ଛାଡିବା ଦଳପାଇଁ ଶୁଭଙ୍କର ନୁହେଁ ବୋଲି ଚର୍ଚ୍ଚା ହେଉଛି । ଶତାଧିକ କର୍ମି କଂଗ୍ରେସରେ ଯୋଗଦେବା ପରେ ଲାଞ୍ଜିଗଡ କଂଗ୍ରେସ ଶିବିରରେ ଉତ୍ସାହ ପରିଲକ୍ଷିତ ହୋଇଛି । ଜିଲ୍ଲା କଂଗ୍ରେସ ସଭାପତି ଭାରତ ଭୁଷଣ ବେମାଲ ଓ ଜିଲ୍ଲା ଉପସଭାପତି ପରମାନନ୍ଦ ମାଝୀଙ୍କ ଉପସ୍ଥିତିରେ ଶତାଧିକ ବିଜେଡି ଓ ବିଜେପି କର୍ମି କଂଗ୍ରେସରେ ମିଶିଥିଲେ । ନୁତନ ଭାବେ ଯୋଗଦେଇଥିବା କର୍ମି ମାନଙ୍କୁ ପୁଷ୍ପଗୁଛ ଓ ଉପଢୈାକନ ଦେଇ ଦଳକୁ ସ୍ୱାଗତ କରି ସମ୍ବର୍ଦ୍ଧନା ଜଣାଇଥିଲେ । ଏହି ପରିପ୍ରେକ୍ଷିରେ କଂଗ୍ରେସର ସମସ୍ତ କର୍ମି ଏକଜୁଟ ହେବାର ଆବଶ୍ୟକତା ରହିଛି ଆଗାମି ୨୦୨୪ ବିଧାନସଭା ନିର୍ବାଚନରେ କିଭଳି ବିପୁଳ ଭୋଟରେ ଆମ ପ୍ରାର୍ଥୀ ବିଜୟଲାଭ କରିବ ସେ ନେଇ ଅଞ୍ଚଳର ବିକାଶ ଦିଗରେ କାମ କରିବାର ଆବଶ୍ୟକତା ଅଛି ବୋଲି କଂଗ୍ରେସ ଜିଲ୍ଲା ସଭାପତି ଭାରତ ଭୁଷଣ ବେମାଲ କର୍ମିଙ୍କୁ ଗୁରୁମନ୍ତ୍ର ଦେଇଥିଲେ । ଲାଞ୍ଜିଗଡ ବ୍ଲକ କଂଗ୍ରେସ ସଭାପତି ହରିହର କୁମାରଙ୍କ ଅଧ୍ୟକ୍ଷତାରେ ଏହି କର୍ମି ସମ୍ମିଳନୀ ତଥା ମିଶ୍ରଣପର୍ବ ଅନୁଷ୍ଠିତ ହୋଇଥିବା ବେଳେ କଂଗ୍ରେସର ବରିଷ୍ଠ ଯୁବନେତା ତଥା ବସନ୍ତପଡା ସରପଞ୍ଚ ଚାଞ୍ଚେର ମାଝୀ,ରାଜେନ୍ଦ୍ର ମାଳି,ଗୋପାଳଦାସ ମହାନନ୍ଦ,ବିଜୟ ନାଏକଙ୍କ ତତ୍ୱାବଧାନରେ ଏହି ମିଶ୍ରଣପର୍ବ ଅନୁଷ୍ଠିତ ହୋଇଥିଲା । ଏହି ମିଶ୍ରଣପର୍ବର ମଞ୍ଚ ପରିଚାଳନା ଗୋପାଳଦାସ ମହାନନ୍ଦ କରିଥିଲେ ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe