//BREAKING//
Loading...

ଭାରତର ଗରିବ ସ୍ବପ୍ନ ଦେଖିପାରେ ଓ ପୂରଣ କରିପାରେ।ଏହା ଭାରତୀୟ ଗଣତନ୍ତ୍ର ର ମହକ--ମହାମହିମ ରାଷ୍ଟ୍ରପତି


 ନୂଆଦିଲ୍ଲୀ:-(ତର୍ଜମା ବ୍ୟୁରୋ ନ୍ୟୁଜ):-- ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତ ଇତିହାସରେ ଯୋଡ଼ି ହେଇଗଲା ଏକ ନୂଆ ଅଧ୍ୟାୟ ।  ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ ଆଜି ଶପଥ ନେଇଛନ୍ତି । ଶପଥ ଗ୍ରହଣ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମସ୍ତଙ୍କୁ ଜୁହାର ଅଭିଭାଷଣ ଆରମ୍ଭ କରିଥିଲେ। ମହାମହିମ ରାଷ୍ଟ୍ରପତି "ପ୍ରାଣୀ ଙ୍କଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେ'ବା ସହୁ ଏ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ" ସନ୍ଥ କବି ଭୀମଭୋଇଙ୍କ କବିତା ଆବୃତ୍ତି କରି କହିଥିଲେ। ସାଂସଦ ଓ ବିଧାୟକଙ୍କୁ ଧନ୍ଯବାଦ ଜଣାଇଥିଲେ।ଏକ ଆଦିବାସୀ ଗାଁରୁ ରାଜନୀତି ଜୀବନ ଆରମ୍ଭ କରିଥିଲି । ମୋତେ ଏପର୍ଯ୍ୟନ୍ତ  ଆଣିଛି ଭାରତୀୟ ଗଣତନ୍ତ୍ରର ଶକ୍ତି । ମୁଁ ଗାଁର ପ୍ରଥମ କଲେଜ ଯାଇଥିବା ଝିଅ । କାଉନସିଲରରୁ ରାଷ୍ଟ୍ରପତି ହେବାର ସୌଭାଗ୍ୟ ମିଳିଛି । ନୂଆ ଭାରତରେ ଗରିବ, ଦଳିତ ଅବହେଳିତ ନୁହେଁ। ଦେଶବାସୀଙ୍କ ହିତରେ କାମ କରିବି ବୋଲି ଦ୍ରୌପଦୀ ମୁର୍ମୁ କହିଥିଲେ। ନୂଆ ଦାୟିତ୍ବ ମୋ ପାଇଁ ସୌଭାଗ୍ଯ ବୋଲି ଦ୍ରୌପଦୀ ମୁର୍ମୁ କହିଥିଲେ।  ମୋତେ ନୂଆ ଦିୟିତ୍ବ ମିଳିଛି, ନିଷ୍ଠାର ସହ ପାଳନ କରିବି ବୋଲି କହିଛନ୍ତି। ଓଡ଼ିଶାର ଏକ ଛୋଟ ଆଦିବାସୀ ଗାଁରୁ ମୋର ଜୀବନ ଯାତ୍ରା ଆରମ୍ଭ ବୋଲି ନବ ନିର୍ବାଚିତ ତଥା ନୂଆ ରାଷ୍ଟ୍ରପତି ଓଡ଼ିଆ ଝିଅ ମହାମହିମ ଦ୍ରୌପଦୀ ମୁର୍ମୁ କହିଛନ୍ତି। ଅନେକ ବାଧା ପ୍ରତିବନ୍ଧକ ମଧ୍ଯରେ ସଙ୍କଳ୍ପରେ ଦୃଢ ରହିଛି। ଗଣତନ୍ତ୍ରର ଶକ୍ତି ମୋତେ ରାଷ୍ଟ୍ରପତି ପଦାସୀନ କରିଛି। ଜଣେ ଆଦିବାସୀ ଗରିବ ଝିଅକୁ ରାଷ୍ଟ୍ରପତି କରାଇଛି ଆମ ମହାନ ଗଣତନ୍ତ୍ର। ଏହା ଭାରତୀୟ ଗଣତନ୍ତ୍ରର ମହକ। ଭାରତ ଗରିବ ସ୍ବପ୍ନ ଦେଖିପାରେ ଓ ପୂରଣ କରିପାରେ। ମୁଁ ରାଷ୍ଟ୍ରପତି ନିର୍ବାଚିତ ହେବା ଏହା ପ୍ରମାଣ କରୁଛି ବୋଲି ଦ୍ରୌପଦୀ ମୁର୍ମୁ କହିଛନ୍ତି। ଭାରତର ଯୁବପିଢି ଓ ମହିଳାଙ୍କ ହିତ ମୋର ସର୍ବୋଚ୍ଚ ଦାୟିତ୍ବ ରହିବ ବୋଲି କହିଛନ୍ତି।ଜଗତର କଲ୍ୟାଣ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରି କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ସମସ୍ତେ ଏକଜୁଟ ହୋଇ ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ କାର୍ଯ୍ୟ କରିବା ବୋଲି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶପଥ ଗ୍ରହଣ କରିବା ପରେ ଦେଶବାସୀ ଙ୍କ ଉଦ୍ଦେଶ୍ୟରେ  କହିଛନ୍ତି ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe