ଭବାନୀପାଟଣା:--(ତର୍ଜମା ନ୍ୟୁଜ)କଳାହାଣ୍ଡି ଜିଲ୍ଲା କୋଷାଗାର, ଭବାନୀପାଟଣାର ନୂତନ ଷ୍ଟ୍ରଙ୍ଗ ରୁମର ଉଦଘାଟନ କଳାହାଣ୍ଡି ଜିଲ୍ଲାପାଳ ଶ୍ରୀମତୀ ପି.ଅନ୍ୟେଶା ରେଡ୍ଡୀ କରିଥିଲେ। ବର୍ତ୍ତମାନ ଏହି ଷ୍ଟ୍ରଙ୍ଗ ରୁମ କଳାହାଣ୍ଡି ଜିଲ୍ଲା ଗଠନ ସମୟରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟରେ କାର୍ଯ୍ୟ କରି ଆସୁଛି। ଏହି ଉଦଘାଟନ ପରେ ତାହା ନୂତନ ଷ୍ଟ୍ରଙ୍ଗ ରୁମକୁ ସ୍ଥାନାନ୍ତରିତ ହେବ। ଏହା ସମ୍ଭବ ହୋଇ ପାରିଛି ବର୍ତ୍ତମାନର ଜିଲ୍ଲା କୋଷାଗାର ଅଧିକାରୀ ମହମ୍ମଦ ବୁରାନଙ୍କ ପ୍ରତ୍ୟକ୍ଷ ଚେଷ୍ଟାରେ ,ଆଜିର ଉତ୍ସବରେ ଭୁବନେଶ୍ଵର ର ଡେପୁଟି ଡାଇରେକ୍ଟର ସର୍ବଶ୍ରୀ ଦିପକ ଚୋଧୁରୀ, ଅତିରିକ୍ତ କୋଷାଗାର ଅଧିକାରୀ ଶ୍ରୀ ମଲ୍ଲିକ,ଶ୍ରୀ ମହାହୁତୀ, ଆକାଉଣ୍ଟାଣ୍ଟ ସମରେନ୍ଦ୍ର ପଣ୍ଡା,କୁରେଶ୍ବର ମାଝୀ, ଫକିର ସାହା ଏବଂ ଜିଲ୍ଲା ଅଣ ଗେଜେଟେଡ କର୍ମଚାରୀ ସମନ୍ବୟ ସମିତିର ରୁପ କେଶରୀ ଦଳେଇ, ସୁକାନ୍ତ ମହାପାତ୍ର ଭାବଗ୍ରାହୀ ନାୟକ, ମନୋରଞ୍ଜନ ଛତ୍ରପାଳ, ବିଶ୍ଵନାଥ ମୁଣ୍ଡ, ଡମ୍ବରୁ ଗୋଉଡ, ବିଶ୍ଵନାଥ ବାଘ ଓ ଜିଲ୍ଲା କୋଷାଗାର ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।
ଜିଲ୍ଲା କୋଷଗାର ର ନୂତନ ଷ୍ଟ୍ରଙ୍ଗ ରୁମ ଉଦଘାଟନ କଲେ କଳାହାଣ୍ଡି ଜିଲ୍ଲାପାଳ ।
By: Tarzama News
0




Post a Comment