ଭବାନୀପାଟଣା:--------(ତର୍ଜମା ନ୍ୟୁଜ) ସ୍ଥାନୀୟ ବିବେକ କନଫେରେନ୍ସ ହଲ ଠାରେ କଳାହାଣ୍ଡି ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ତରଫରୁ କାରଗିଲ ବିଜୟ ଦିବସ ପାଳିତ ହୋଇଯାଇଛି। ବିବେକସେନା ର ପ୍ରତିଷ୍ଠାତା ତଥା ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ଼ା. ଶିବରାମ ନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କାର ଗିଲ ଯୁଦ୍ଧ ରେ ଭାରତୀୟ ବୀର ସହୀଦ ଯବାନଙ୍କ ବଳିଦାନ ବୃଥା ଯିବନି ଏବଂ ପ୍ରତ୍ୟେକ ଯୁବକ ଯୁବତୀ ରାଷ୍ଟ୍ର ଗଠନ ସହ ଦେଶ ପ୍ରେମ ରେ ବ୍ରତୀ ହେବାକୁ ଆହ୍ୱାନ କରିଥିଲେ। ବିବେକସେନା ର ଜିଲ୍ଲା ସମ୍ପାଦକ ଉତ୍ତମ କୁମାର ନାୟକ ସଭା ପରିଚାଳନା ସହ ଧନ୍ୟବାଦ ଦେଇଥିଲେ। ପ୍ରଥମେ ସହୀଦ ଯବାନଙ୍କୁ ପୁଷ୍ପମାଲ୍ୟ ଦେଇ ସଭା ଆରମ୍ବ ହୋଇଥିଲା। ବୃଷଭ ଦାସ, ଜଗମୋହନ ମାଝୀ ,ବୈଶାଖୀ ନାଏକ , ବିଳାସିନୀ ରାଉତ, ହରିପ୍ରିୟ ଖରସେଲ, ବର୍ଷା ରାଉତ ଓ ସୁଶାନ୍ତ ନାଏକ ସହଯୋଗ କରିଥିଲେ। ରାଷ୍ଟ୍ରୀୟ ଗାନ ସହ ସଭା ସାଙ୍ଗ ହୋଇଥିଲା।
Post a Comment