//BREAKING//
Loading...

ଆଜି ପୁଣି ଇଡିରେ ହାଜର ହେବେ ସୋନିଆ ଗାନ୍ଧୀ


 ନୂଆଦିଲ୍ଲୀ: (ତର୍ଜମା ନ୍ୟୁଜ ବ୍ୟୁରୋ )ଆଜି ପୁଣି ଥରେ ଇଡିରେ ହାଜର ହେବେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡ୍ରିଂ ମାମଲାରେ ଇଡି ସୋନିଆଙ୍କୁ ପାଖାପାଖି ୮ ଘଣ୍ଟା ଜେରା କରି ସାରିଛି । ପୁଣି ଥରେ ଆଜି ସକାଳ ୧୧ ଟାରୁ ଜେରା ପାଇଁ ସୋନିଆଙ୍କୁ ନୋଟିସ ଜାରି କରିଛି ଇଡି । ବର୍ତ୍ତମାନ ସୁଦ୍ଧା ଇଡିର ୭୫ଟି ପ୍ରଶ୍ନରେ ସୋନିଆଙ୍କ ବୟାନ ରେକର୍ଡ କରାଯାଇଛି ।ନ୍ୟାସନାଲ ହେରାଲ୍ଡ ଖବରକାଗଜ ଚଳାଉଥିବା ଆସୋସିଏଟେଡ ଜର୍ଣ୍ଣାଲ ଲିମିଟେଡ (AJL) ଓ ଏହା ସହ ଜଡିତ ୮୦୦ କୋଟି ସମ୍ପତ୍ତିକୁ ୟଙ୍ଗ ଇଣ୍ଡିଆ କିଭଳି ଅଧିଗ୍ରହଣ କଲା ସେ ସମ୍ବନ୍ଧରେ ସୋନିଆହ୍କୁ ଜେରା କରାଯିବ ।ଏହା ପୂର୍ବରୁ ବି ରାହୁଲ ଗାନ୍ଧୀ, ରାଜ୍ୟସଭା ସାଂସଦ ମଲ୍ଲିକାର୍ଜୁନ ଖଡଗେ, କୋଷାଧ୍ୟକ୍ଷ ପୱନ କୁମାର ବଂଶଲଙ୍କୁ ନ୍ୟାସନାଲ ହେରାଲ୍ଡ ମାମଲାରେ ଜେରା କରାଯାଇଥିଲା । ସେପଟେ ସୋନିଆ ଗାନ୍ଧିଙ୍କୁ ଜେରା ପ୍ରତିବାଦରେ କଂଗ୍ରେସ ଗତକାଲି ସଂସଦ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା । କେନ୍ଦ୍ର ବିରୋଧରେ ହଲ୍ଲାବୋଲ କରିଥିଲେ କଂଗ୍ରେସ ନେତା । ଜବାବରେ ରାହୁଲଙ୍କ ସହ ୫୦ ସାଂସଦଙ୍କୁ ଉଠାଇ ନେଇଥିଲା ପୋଲିସ୍ ।ସେପଟେ ଓଡ଼ିଶା କଂଗ୍ରେସ ପକ୍ଷରୁ ମଧ୍ୟ ସତ୍ୟାଗ୍ରହ କରାଯାଇଥିଲା । କଂଗ୍ରେସ ଭବନ ଆଗରେ ସତ୍ୟାଗ୍ରହ କରାଯାଇଥିଲା । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିକ୍ଷୋଭ କାର୍ଯ୍ୟକ୍ରମରେ ଛାତ୍ର, ଯୁବ, ମହିଳା କଂଗ୍ରେସର ଶତାଧିକ ନେତା ଓ କର୍ମୀ ଯୋଗଦେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ । ଦେଶର ଅତ୍ୟାବଶ୍ୟକ ସାମଗ୍ରୀ ଦରଦାମ ବୃଦ୍ଧିରେ ସାଧାରଣ ଲୋକେ ଅତିଷ୍ଟ । ଏହାକୁ ନେଇ ସୋନିଆ ଓ ରାହୁଲ କେନ୍ଦ୍ରକୁ ଟାର୍ଗେଟ କରିବାରୁ ତାଙ୍କୁ ମିଛ ମାମଲାରେ ଫସାଇ ଦିଆଯାଇଛି । ବିରୋଧୀଙ୍କ ସ୍ବରକୁ ଚାପି ଦେବା ପାଇଁ କେନ୍ଦ୍ର ସରକାର ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe