//BREAKING//
Loading...

ଶ୍ରୀଲଙ୍କା ରାଷ୍ଟ୍ରପତି ହେବେ ରାନିଲ ବିକ୍ରମସିଙ୍ଘେ।


(ତାର୍ଜମା ନ୍ୟୁଜ) ଆଜି ଶ୍ରୀଲଙ୍କାରେ ରାଷ୍ଟ୍ରପତି ନିର୍ବାଚନ ହୋଇଥିବାବେଳେ ସଂସଦରେ ସର୍ବାଧିକ ୧୩୪ଟି ଭୋଟ ପାଇଛନ୍ତି କାମଚଳା ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଘେ। ସେ ପ୍ରଥମେ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ। ପରେ ସେ କାମଚଳା ରାଷ୍ଟ୍ରପତି ଦାୟିତ୍ଵରେ ରହିଥିଲେ । ସଂସଦରେ ମୋଟ ୨୨୫ଟି ଭୋଟରୁ ସର୍ବାଧିକ ୧୩୪ଟି ଭୋଟ ପାଇ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ହେବାକୁ ଯୋଗ୍ୟ ହୋଇଛନ୍ତି ରାନିଲ ବିକ୍ରମସିଙ୍ଘେ। ନିର୍ବାଚନ ସମୟରେ ଉପସ୍ଥିତ ଥିଲେ ସମସ୍ତ ସାଂଦସଙ୍କ ସହ ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ। ନିର୍ବାଚନକୁ ଦୃଷ୍ଟିରେ ରଖି ଶ୍ରୀଲଙ୍କା ସଂସଦ ଭବନ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ରାଷ୍ଟ୍ରପତି ପଦବୀ ପାଇଁ ଏଥର ତ୍ରିମୁଖୀ ଲଢ଼େଇ ହୋଇଥିଲା। ରେସରେ ସବୁଠାରୁ ଆଗରେ ରହିଥିଲେ କାମଚଳା ରାଷ୍ଟ୍ରପତି ରନିଲ ବିକ୍ରମସିଙ୍ଘେ। ଦୁଲ୍ଲାସ ଆଲାପରୁମା ଓ ଅନୁରା କୁମାର ଦିସାନାୟକେ ମଧ୍ୟ ରାଷ୍ଟ୍ରପତି ଦୌଡ଼ରେ ସାମିଲ ଥିଲେ। ଶ୍ରୀଲଙ୍କାର ପ୍ରମୁଖ ବିରୋଧୀ ଦଳ ନେତା ସାଜିଥ ପ୍ରେମଦାସା ରାଷ୍ଟ୍ରପତି ରେସରୁ ଓହରି ଯାଇଛନ୍ତି। ଆଲାପରୁମାଙ୍କୁ ସମର୍ଥନ କରିବା ପାଇଁ ସେ ପ୍ରତିଦ୍ୱନ୍ଦ୍ୱିତାରୁ ଓହରି ଯାଇଥିବା ଜଣାପଡ଼ିଛି।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe