//BREAKING//
Loading...

ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀଙ୍କୁ ସମର୍ଥନ ଦେବ ଶିବସେନା



 ମୁମ୍ୱାଇ: (ତର୍ଜମା ନ୍ୟୁଜ ବ୍ୟୁରୋ) ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ଦେବ ଶିବସେନା ! ଦୌପଦୀ ମୁର୍ମୁଙ୍କୁ ଉଦ୍ଧବ ଠାକରେଙ୍କ ଶିବସେନା ସମର୍ଥନ କରିବ ବୋଲି ଜଣାପଡ଼ିଛି । ଦଳୀୟ ଏମପିଙ୍କ ଚାପରେ ଉଦ୍ଧବ ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି । ସୋମବାର ମାତୋଶ୍ରୀରେ ଉଦ୍ଧବଙ୍କ ସହ ବୈଠକ କରିଥିଲେ ଦଳର ୧୩ ଏମପି । ଆଦିବାସୀର କମ୍ୟୁନିଟିର ଅଧିକାଂଶ ନେତାଙ୍କ ସପୋର୍ଟ ଯୋଗୁ ଶିବସେନା ଏହି ନିଷ୍ପତ୍ତି ନେଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି । ତେବେ ପୂର୍ବରୁ କଂଗ୍ରେସ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ପ୍ରତି ସମର୍ଥନ ଜାହିର କରିଥିଲେ ଶିବସେନା ମୁଖପାତ୍ର ସଞ୍ଜୟ ରାଉତ ।ସୂଚନା ଯୋଗ୍ୟ ଯେ ନିକଟରେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଦିନିକିଆ ଓଡ଼ିଶା ଗସ୍ତରେ ଆସି ବିଧାନସଭାରେ ବିଜେଡି ବିଧାୟକ ଓ ସାଂସଦମାନଙ୍କୁ ଭେଟିଥିଲେ । ବିଧାନସଭାର ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ରୌପଦୀ ମୁର୍ମୁଙ୍କୁ ସ୍ୱାଗତ କରାଯାଇଥିଲା । ଏଥିରେ ଦ୍ରୌପଦୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିଜେଡିର ସାଂସଦ ଓ ବିଧାୟକମାନଙ୍କୁ ସମର୍ଥନ ଲୋଡ଼ିଛନ୍ତି । ନବୀନଙ୍କୁ ଭାଇ ସମ୍ବୋଧନ କରି ଦ୍ରୌପଦୀ ଭାବପ୍ରବଣ ହୋଇ କହିଛନ୍ତି, ମୁଁ ନବୀନଙ୍କୁ ରାଖି ବାନ୍ଧିଥିଲି। ରାଖିର ପାଉଣା ମାଗିବା ପୂର୍ବରୁ ସେ ମୋତେ ସମର୍ଥନ ଦେଇଛନ୍ତି। ବିଦେଶରେ ଥାଇ ବି ମୋତେ ଫୋନ୍ କରିଥିଲେ।ଏଥିରେ ମୁଖ୍ୟମନ୍ତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ। ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ସମସ୍ତଙ୍କୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେବା ଲାଗି ନିବେଦନ କରିବା ସହ ଦଳ ବାହାରେ ଅନ୍ୟମାନଙ୍କ ସମର୍ଥନ ଲାଗି ବି ଚେଷ୍ଟା କରାଯିବ ବୋଲି କହିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ମଧ୍ୟ ଉପସ୍ଥିତ ଥିବା ଜଣାଯାଇଛି।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe