//BREAKING//
Loading...

ନ୍ୟାସପାଲ ହେରାଲଡ୍‌ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ସାନି ସମନ କରିଛି

 ନୂଆଦିଲ୍ଲୀ:(ତର୍ଜମା ନ୍ୟୁଜ)-- ନ୍ୟାସପାଲ ହେରାଲଡ୍‌ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ସାନି ସମନ କରିଛି। ଆସନ୍ତା ଜୁଲାଇ ୨୧ରେ ତାଙ୍କୁ ଇଡିରେ ହାଜାର ହେବାକୁ ନୋଟିସ ହୋଇଛି। କୋଭିଡ୍‌ରେ ପୀଡ଼ିତ ହେବା ପରେ ସୋନିଆ ଗାନ୍ଧିଙ୍କୁ ୪ ସପ୍ତାହ ସମୟ ଦିଆଯାଇଥିଲା। ଯାହା ଜୁଲାଇ ୨୨ରେ ସରିବାର ଥିଲା ।ଇତିମଧ୍ୟରେ ପୁଅ ରାହୁଲ ଗାନ୍ଧି ଇଡିରେ ମାରାଥନ ଜେରାର ସମ୍ମୁଖିନ ହୋଇସାରିଛନ୍ତି। ତେବେ ଉଭୟ ମା ଏବଂ ପୁଅଙ୍କୁ ଇଡିର ସମନକୁ ନେଇ କଂଗ୍ରେସ ପକ୍ଷରୁ ଦେଶବ୍ୟାପି ତୀବ୍ର ବିରୋଧ କରାଯାଇଥିଲା। ଏମିତିକି ରାହୁଲ ଗାନ୍ଧି ଇଡିରେ ହାଜର ବେଳେ କଂଗ୍ରେସ ନେତା ଓ କର୍ମୀମାନେ ଏକାଠି ହୋଇ ମୋଦି ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ଦିଲ୍ଲୀର ଇଡି କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ କର୍ମୀମାନେ ହଙ୍ଗାମା କରିଥିଲେ। ପରିସ୍ଥିତି ଅଣାୟତ୍ତ ହେବାରୁ ବିକ୍ଷୋଭକାରୀଙ୍କୁ ପୁଲିସ ଗିରଫ କରିଥିଲା। 


ନ୍ୟାସନାଲ ହେରାଲଡ୍‌ ମାମଲାରେ ପୂର୍ବରୁ ସୋନିଆ ଗାନ୍ଧିଙ୍କୁ ଜୁନ୍‌ ୮ ତାରିଖରେ ହାଜର ପାଇଁ ନୋଟିସ ହୋଇଥିଲା। କିନ୍ତୁ ଜୁନ ୧ରେ ସେ କୋଭିଡରେ ସଂକ୍ରମିତ ହୋଇ ସମୟ ମାଗିଥିଲେ। ବିଜେପି ନେତା ସୁବ୍ରମନିୟନ୍‌ ସ୍ୱାମୀଙ୍କ ଅଭିଯୋଗ ପରେ ନ୍ୟାଶନାଲ ହେରାଲ୍ଡ ମାମଲା ସାମ୍ନାକୁ ଆସିଥିଲା।ସୋନିଆ ଗାନ୍ଧି ଓ ତାଙ୍କ ପୁଅ ରାହୁଲ ଗାନ୍ଧି ଏକ କମ୍ପାନୀ ପ୍ରତିଷ୍ଠା କରିବା ସହ ୯୦ କୋଟିର ଋଣଭାରରେ ବୁଡ଼ିଥିବା ଏଜେଏଲ୍‌ର ମାଲିକାନାକୁ ନିଜ ହାତକୁ ନେଇଥିଲେ। ୟଙ୍ଗ ଇଣ୍ଡିଆ ଲିଃ କମ୍ପାନୀ ଏହାକୁ କିଣିଥିଲା। ୟଙ୍ଗ ଇଣ୍ଡିଆ ଲିଃର ନିର୍ଦ୍ଦେଶକ ରାହୁଲ ଗାନ୍ଧି ରହିଥିଲେ। ତେବେ ଏଜେଏଲ୍‌ର ଶେୟାର ହୋଲ୍ଡରମାନଙ୍କୁ କମ୍ପାନୀର ମାଲିକାନା ପରିବର୍ତ୍ତନ ବେଳେ କୌଣସି ପ୍ରକାରର ନୋଟିସ ପଠା ଯାଇନଥିବା ଅଭିଯୋଗ ହୋଇଛି। ସୁବ୍ରମନିୟନ୍‌ ସ୍ୱାମୀ କହିଥିଲେ ଯେ ୟଙ୍ଗ ଇଣ୍ଡିଆ ଲିଃ ବେଆଇନ ଭାବେ ଏଜେଏଲର ସମ୍ପତ୍ତି ଦଖଲ କରିଥିଲା। ଏହା ମଧ୍ୟରେ ନ୍ୟାଶନାଲ ହେରାଲ୍ଡ ମଧ୍ୟ ରହିଥିଲା। ଏପରି କି ବେଆଇନ ଭାବେ କମ୍ପାନୀ ୨ ହଜାର କୋଟି ଟଙ୍କାର ସମ୍ପତ୍ତି ହଡ଼ପ କରିଥିବା ସୁବ୍ରମନିୟନ୍‌ ସ୍ୱାମୀ ଅଭିଯୋଗ କରିଥିଲେ।ସେ ଆହୁରି କହିଥିଲେ ଯେ ଏଜେଏଲ କଂଗ୍ରେସ ପାର୍ଟି ଠାରୁ ୯୦.୨୫ କୋଟି ଟଙ୍କା ଋଣ ଆକାରରେ ନେଇଥିଲା। ଏହାକୁ ଅସୁଲ କରିବାର ଅଧିକାର ହାସଲ କରିବାକୁ ୟଙ୍ଗ ଇଣ୍ଡିଆ ଲିଃ ଉକ୍ତ କମ୍ପାନୀକୁ ମାତ୍ର ୫୦ ଲକ୍ଷ ଟଙ୍କା ଦେଇଥିଲା। ନ୍ୟାଶନାଲ ହେରାଲ୍ଡ ଖବର କାଗଜର କାମ ଆରମ୍ଭ କରିବା ପାଇଁ ଏପରି ଋଣ ନେଇଥିଲା। ଋଣ ପ୍ରଦାନ ମଧ୍ୟ ବେଆଇନ। କାରଣ ଏହା ପାର୍ଟି ଫଣ୍ଡରୁ ଦିଆଯାଇଥିଲା ବୋଲି ସେ କହିଛନ୍ତି। ୨୦୧୪ରେ ଇଡି ଘଟଣାର ଖୋଳତାଡ଼ ଆରମ୍ଭ କରିବା ସହ ମନି ଲଣ୍ଡରିଂ ମାମଲା ରୁଜୁ କରିଛି।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe