//BREAKING//
Loading...

କୋଭିଡ କୁ ନେଇ ମୁଖ୍ୟମନ୍ତ୍ରୀ ଙ୍କ ସମୀକ୍ଷା ବୈଠକ ରେ ନିଷ୍ପତ୍ତି:ରାଜ୍ୟର କଲେଜ ମାନଙ୍କ ରେ ମଧ୍ୟ ଦିଆଯିବ ଟୀକା ।


 ଭୁବନେଶ୍ବର:- (ତର୍ଜମା ବ୍ୟୁରୋ ନ୍ୟୁଜ):- କୋଭିଡକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୀକ୍ଷା ବୈଠକ ପରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କହିଛନ୍ତି ଯେ, ଏଣିକି ରାଜ୍ୟର ସମସ୍ତ କଲେଜ ମାନଙ୍କରେ କୋଭିଡ-୧୯ ଟିକା ଦିଆଯିବ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗୁରୁତ୍ବପୂର୍ଣ୍ଣ ବୈଠକରେ ଟିକାକରଣ ଉପରେ ପ୍ରାଥମିକତା ଦିଆଯାଇଥିଲା ।ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ଏହା ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି। ସୂଚନାଯୋଗ୍ୟ ଜୁଲାଇ ୧୫ ତାରିଖ ଠାରୁ ୫୯ ବର୍ଷ ବୟସ ଯାଏ ମାଗଣା ବୁଷ୍ଟର ଡୋଜ ଟିକା ମଧ୍ୟ ପ୍ରଦାନ କରାଯିବ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ବଡ ନିଷ୍ପତ୍ତି ନେଇଛନ୍ତି ।ସୂଚନା ଓ ଲୋକସଂପର୍କ ବିଭାଗର ରିପୋର୍ଟ ଅନୁସାରେ ଆଜି ରାଜ୍ୟରେ ୮୦୪ ଜଣ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏମାନଙ୍କ ମଧ୍ୟରୁ ୪୭୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୩୩୩ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଥିଲେ। ଏଥି ମଧ୍ୟରେ ୭୧ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ରାଜ୍ୟର ୨୬ଟି ଜିଲ୍ଲାରୁ ୮୦୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଅବଶିଷ୍ଟ ୪ଟି ଜିଲ୍ଲାରେ କରୋନା ସଂକ୍ରମଣର ସୂଚନା ନାହିଁ। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୦୭ ଜଣ ଚିହ୍ନଟ ହୋଇଥିଲେ। ତେବେ କରୋନ କୁ ସମସ୍ତେ ସତର୍କ ଓ କୋଭିଡ ନିୟମ ପାଳନ କରିବା ସହ ସଚେତନ ରହିବାର ଆବଶ୍ୟକତା ରହିଛି ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe