//BREAKING//
Loading...

ଯୁବ ବିଜେଡ଼ି ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ


 ଭବାନୀ ପାଟଣା:-(ତର୍ଜମା ନ୍ୟୁଜ)ବିଜୁ ଜନତା ଦଳର ୨୫ତମ ବର୍ଷ ପୂର୍ତ୍ତି ଅବସରରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଳକ ସିର୍ଜାପାଲି, ହାତୀଖୋଜ ଏବଂ କର୍ଲାମୁଣ୍ଡା ବ୍ଳକର ସର୍ଗୁଲ ମାଲପଡା ଠାରେ ବିଜୁ ଯୁବ-ଛାତ୍ର ଜନତା ଦଳ ତରଫରୁ ବୃକ୍ଷରୋପଣ କରାଯାଇଛି । ଏହି ଅବସରରେ କଳାହାଣ୍ଡି ଜିଲ୍ଲାର ଐତିହାସିକ ଶୈବ ପୀଠ ବେଲଖଣ୍ଡି ମନ୍ଦିର ପ୍ରାଙ୍ଗଣରେ ଆଗାମୀ ଦିନ ରକ୍ତଦାନ ଶିବିର ଆୟୋଜନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ରାଜ୍ୟ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର, ରାଜ୍ୟ ଯୁବ ବିଜେଡି ଉପ ସଭାପତି ମଣ୍ଟୁ ନାଏକ, ଜିଲ୍ଲା ଛାତ୍ର ବିଜେଡି ସଭାପତି ଅଜିତ କୁମାର ସାହୁ, କର୍ଲାମୁଣ୍ଡା ବ୍ଳକ ବିଜେଡି ସଭାପତି ସୁର ସାହୁ, ଜିଲ୍ଲା ପରିଷଦ ସଭ୍ୟା ଗୀତାଞ୍ଜଳୀ ସାହୁ, ଯୁବ ନେତା ଚିନ୍ମୟ ମିଶ୍ର, ସଂଗୀତ ଭୋଇ, ଲୋକେସ ସାହୁ, ସୁଭେନ୍ଦୁ ସାହୁ, ବିଶ୍ବ ଦୀପକ ପାତ୍ର, ଆର୍ତ ସିଂ, ଛାତ୍ର ବ୍ଳକ ସଭାପତି ସଲିମ ଶେଖର ରଣା, ପିଣ୍ଟୁ ରଣା, ଦେବେନ୍ଦ୍ର ପ୍ରସାଦ କୁମାର, ଅନିଲ ଦାସ, ସୋନୁ ରଣା, ଲାଲବାହାଦୂର ନାଏକ, ମାନସ ନାଏକ ପ୍ରମୁଖ ଯୋଗଦେଇଥିଲେ ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe