ଭୁବନେଶ୍ୱର(ତର୍ଜମା ବ୍ୟୁରୋ ନ୍ୟୁଜ୍):- ଲଘୁଚାପ ଉପକୂଳ ଓଡିଶା ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛ`ଏହା ସହ ଜଡିତ ଘୁର୍ଣ୍ଣିବଳୟ ବାୟୁମଣ୍ଡଳରେ ୭.୬ କିମି ଉଚ୍ଚତା ଯାଏଁ ବ୍ୟାପିଛି ।ସେହି ପରି ମୌସୁମୀ ଜନିତ ନିମ୍ନ ଚାପ ରେଖା ଉତ୍ତରପୂର୍ବ ଆରବ ସାଗର ଅଂଚଳର ସୁଦୃଶଃ ଲଘୁଚାପ କ୍ଷେତ୍ରର କେନ୍ଦ୍ରରୁ ବାହାରି, ଉଦୟପୁର, ରାଏସନ, ଜବଲପୁର, ପେନ୍ଦ୍ରା ରୋଡ଼, ହୀରାକୁଦ, ଓଡିଶା ଉପକୂଳର ଲଘୁଚାପ କେନ୍ଦ୍ର ମଧ୍ୟ ଦେଇ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଯାଏଁ ଲମ୍ବିଛି ।ଏହା ବାୟୁମଣ୍ଡଳରେ ୧.୫କିମି ଉଚ୍ଚତା ଯାଏଁ ବ୍ୟାପିଛ। ତେବେ ଶନିବାର ଠୁ ଲଘୁଚାପ ପ୍ରଭାବ ଦୁର୍ବଳ ହେବା ସହ ରବିବାର ଠାରୁ ବର୍ଷାର ପରିମାଣ କମିବ। ଆସନ୍ତା ୪ ଦିନ ଯାଏଁ ବିଭିନ୍ନ ଜିଲ୍ଳାରେ ସାମାନ୍ୟରୁ ମଧ୍ୟମ ଧରଣ ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛିପାଣିପାଗ ବିଭାଗ ସୂଚନା ମୁତାବକ, ଶନିବାର କେନ୍ଦ୍ରୀୟ ଓଡ଼ିଶାରେ ଅଧିକ ବର୍ଷା ହେବ । ନୂଆପଡ଼ା, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ସୋନପୁର ଓ ଢେଙ୍କାନାଳ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ପ୍ରବଳ ବର୍ଷା ଯୋଗୁ ତଳିଆ ଅଞ୍ଚଳରେ ପାଣି ଜମିବାର ଆଶଙ୍କା ରହିଛି । ସେହିଭଳି ୧୭ ଓ ୧୮ ଦୁଇ ଦିନ ରାଜ୍ୟର ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି ।
ଲଘୁଚାପ ଉପକୂଳ ଓଡିଶା ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛ
By: Tarzama News
0



Post a Comment