//BREAKING//
Loading...

ସ୍ବାଧିନ ଭାରତରେ ଜନ୍ମିତ ପ୍ରଥମ ଆଦିବାସୀ ମହିଳା ଭାବେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ଦ୍ରୌପଦୀ ମୁର୍ମୁ: ସମଗ୍ର ରାଜ୍ୟ ଉତ୍ସବ ମୁଖରିତ


 ନୂଆଦିଲ୍ଲୀ:--(ତର୍ଜମା ବ୍ୟୁରୋ ନ୍ୟୁଜ)।  ସ୍ବାଧିନ ଭାରତରେ ଜନ୍ମିତ ପ୍ରଥମ ଆଦିବାସୀ ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତିଭାବେ ନିର୍ବାଚିତ ହୋଇ ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି  । ଆଜି  ବିଧିବଦ୍ଧ ରାଷ୍ଟ୍ରପତି ଘୋଷିତ ହୋଇଛନ୍ତି ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଏନେଇ ରାଜ୍ୟସଭା ସେକ୍ରେଟାରୀ ଜେନେରାଲ ସୂଚନା ଦେଇଛନ୍ତି । ମୋଟ ୪୭୫୪ ଭୋଟ ନିର୍ବାଚନ ପାଇଁ ପଡିଥିବା ବେଳେ ୪୭୦୧ ଭୋଟ ବୈଧ ହୋଇଥିଲା ଏବଂ ୫୩ ଅବୈଧ ଭୋଟ ପଡିଛି ।ଏଥିରୁ ୨୮୨୪ ଖଣ୍ଡ ଭୋଟ ତାଙ୍କ ସପକ୍ଷରେ ପଡିଛି । ଏହାର ମୂଲ୍ୟ ୬ଲକ୍ଷ ୭୬ହଜାର ୮୦୩ । ସେହିଭଳି ଯଶୱନ୍ତ ସିହ୍ନାଙ୍କୁ ୧୮୭୭ ଖଣ୍ଡ ଭୋଟ ପାଇଛନ୍ତି । ତାଙ୍କ ଭୋଟର ମୂଲ୍ୟ ୩ ଲକ୍ଷ ୮୦ ହଜାର ୧୭୭ ରହିଛି । ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ୬୪% ଭୋଟ ପାଇଥିବାବେଳେ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନା ୩୬% ଭୋଟ ପାଇଛନ୍ତି ।ଆବଶ୍ୟକ ଠାରୁ ଅଧିକ ଭୋଟପାଇ ରାଷ୍ଟ୍ରପତି ନିର୍ବାଚନରେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ବିଜୟ ଲାଭ କରିଛନ୍ତି  ।ମୋଟ ୬୪ ପ୍ରତିଶତ ଭୋଟ ସହ ମୁର୍ମୁ ରାଇସିନା ହିଲକୁ ଯାଇଛନ୍ତି । ସମସ୍ତ ରାଜ୍ୟରୁ ଶ୍ରୀମତୀ ମୁର୍ମୁଙ୍କୁ ପ୍ରଚୁର ସମର୍ଥନ ମିଳିଥିବା ବେଳେ କେରଳରୁ କମ୍ ଭୋଟ ମିଳିଛି । ଅନ୍ୟପକ୍ଷରେ ପ୍ରତିପକ୍ଷ ଯଶଓ୍ବନ୍ତ ସିହ୍ନାଙ୍କୁ ୩୬ ପ୍ରତିଶତ ଭୋଟ ମିଳିଛି ।ଗୁରୁତ୍ବପୂର୍ଣ୍ଣ କଥା ହେଲା ୩ଟି ରାଜ୍ୟ ଆନ୍ଧ୍ର ପ୍ରଦେଶ, ନାଗାଲାଣ୍ଡ ଓ ସିକିମରେ ଯଶଓ୍ବନ୍ତ ଖାତା ଖୋଲିବାକୁ ସକ୍ଷମ ହୋଇନାହାନ୍ତି ।ଶେଷ ପର୍ଯ୍ୟାୟ ଗଣିତ ପରେ ଦ୍ରୌପଦୀ ମୁର୍ମୁ ୨୮୨୪ ଭୋଟ୍ ପାଇ ବିଜୟୀ ହୋଇଛନ୍ତି । ଯାହାର ମୂଲ୍ୟ ୬ ଲକ୍ଷ ୭୬ ହଜାର ୮୦୩ । ଯଶଓ୍ବନ୍ତ ସିହ୍ନାଙ୍କୁ ମୋଟ୍ ୧୮୭୭ ଭୋଟ୍ ମିଳିଛି । ଯାହାର ମୂଲ୍ୟ ୩ ଲକ୍ଷ ୮୦ ହଜାର ୧୭୭ ।ସୂଚନାଯୋଗ୍ୟ, ରାଷ୍ଟ୍ରପତି ନିର୍ବାଚନରେ ମୋଟ୍ ୪୭୫୪ ଭୋଟିଂ ହୋଇଥିଲା । ଯେଉଁଥିରୁ ୪୭୦୧ ଭୋଟ୍ ଠିକ ଥିବା ବେଳେ ୫୩ଟି ଭୋଟ୍ ନାକଚ ହୋଇ ଯାଇଥିଲା । ରାଷ୍ଟ୍ରପତି ଭାବେ ବିଜୟୀ ହେବାକୁ ହେଲେ ୫ ଲକ୍ଷ ୨୮ ହଜାର ୪୯୧ ଭୋଟ ଆବଶ୍ୟକ ହେଉଥିଲା । ଯାହାକୁ ଚତୁର୍ଥ ତଥା ଶେଷ ରାଉଣ୍ଡ ପୂର୍ବରୁ ଦ୍ରୌପଦୀ ମୁର୍ମୁ ହାସଲ କରି ନେଇଥିଲେ ।ଦ୍ରୌପଦୀ ମୁର୍ମୁଙ୍କ ଜନ୍ମ ୨୦ ଜୁନ ୧୯୫୮ ହୋଇଥିବା ବେଳେ ସେ ଜଣେ ଭାରତୀୟ ରାଜନୀତିଜ୍ଞ । ସେ ଭାରତୀୟ ଜନତା ପାର୍ଟିର ଦଳୀୟ ପ୍ରାର୍ଥୀ ଭାବେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରୁ ଦୁଇଥର (୨୦୦୦ ଏବଂ ୨୦୦୪ରେ) ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ଝାଡ଼ଖଣ୍ଡର ରାଜ୍ୟପାଳ (୨୦୧୫-୨୦୨୧) ଭାବରେ କାର୍ଯ୍ୟ କରିଥିଲେ । ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟିର ସଂଯୁକ୍ତ ଶାସନ ବେଳେ ସେ ବାଣିଜ୍ୟ ଏବଂ ଗମନାଗମନ ବିଭାଗର ସ୍ୱାଧୀନ ମନ୍ତ୍ରୀ ଭାବେ ୨୦୦୦ ମାର୍ଚ୍ଚ ୬ରୁ ୨୦୦୨ ଅଗଷ୍ଟ ୬ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ଏବଂ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗରେ ମନ୍ତ୍ରୀ ଭାବେ ୨୦୦୨ ଅଗଷ୍ଟ ୬ରୁ ୨୦୦୪ ମଇ ୧୬ ପର୍ଯ୍ୟନ୍ତ କାର୍ଯ୍ୟକରିଥିଲେ ।ଭାରତର ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଶାସକ ଦଳ ବିଜେପି ତରଫରୁ ତାଙ୍କର ନାମ ସୁପାରିଶ କରାଯାଇଥିଲା । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମର୍ଥନ ସହ ଅନେକ ରାଜ୍ୟର ମନ୍ତ୍ରୀମାନେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିଛନ୍ତି । ଏହା ସହ ରାଷ୍ଟ୍ରପତି ଭାବେ ବିଜୟ ଲାଭ ପରେ ସମସ୍ତେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଥିବା ଦେଖିବାକୁ ମିଳିଛି । ଏହି ବିଜୟ ପରେ ସମଗ୍ର ରାଜ୍ୟ ଉତ୍ସବ ମୁଖରିତ ହୋଇ ପଡ଼ିଛି । ରାଇସିନା ହିଲ ଯିବାରେ ପ୍ରଥମ ଆଦିବାସୀ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଙ୍କ ବିଜୟ ନିଶ୍ଚିତ ଭାବରେ ସମସ୍ତ ଓଡ଼ିଶା ବାସୀ ଙ୍କ  ପାଇଁ  ଗୌରବ ର ମୁହୂର୍ତ୍ତ ।     ତର୍ଜମା ନ୍ୟୁଜ ପରିବାର   ବିଶ୍ଵର ସର୍ବ ଶ୍ରେଷ୍ଠ ଗଣତନ୍ତ୍ର ରାଷ୍ଟ୍ର ଭାରତ ର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇ ଥିବାରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛୁ । ଏଥିସହ ଦେଶରେ ଆଦିବାସୀ ଜନଜାତି ମାନଙ୍କ  ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଓ ସାମଗ୍ରିକ ବିକାଶ ରେ ଏକ ନୂତନ ଅଧ୍ୟାୟ ସୃଷ୍ଟି ହେବ ବୋଲି ଆଶା କରୁଛୁ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe