ଭବାନୀପାଟଣା:--(ତର୍ଜମା ନ୍ୟୁଜ):---ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଗୁଡିଆଳିପଦର ଗ୍ରାମ ପଞ୍ଚାୟତ ର ସର୍ଦାପୁର ଗ୍ରାମ ଦେଇ ଯାଉଥିବା ୮ ନମ୍ବର ରେତ କେନାଲ ର ଟେକ୍ନିକାଲ ଡ଼ିଫେକ୍ଟ ଥିବା କାରଣରୁ ସର୍ଦାପୁର ଓ ଗୁଡ଼ିଆଳିପଦର ର ପାଖାପାଖି ୩୦୦ ଏକର ଜମି ଅଣ ଜଳସେଚିତ ହୋଇ ରହିଆସୁଅଛି । ଏହି ବିଷୟରେ ଗତଦିନ ମାନଙ୍କରେ ଗ୍ରାମବାସୀଙ୍କ ତରଫରୁ ରେତ ପ୍ରକଳ୍ପ ନିର୍ବାହୀ ଯନ୍ତ୍ରୀଙ୍କୁ ଗ୍ରାମବାସୀ ଙ୍କ ତରଫରୁ ଦରଖାସ୍ତ ପ୍ରଦାନ କରାଯାଇଥିଲା କିନ୍ତୁ ପରବର୍ତ୍ତୀ ସମୟରେ ତାହା ସମାଧାନ ନ ହେବା ଯୋଗୁଁ ଗ୍ରାମବାସୀମାନେ ବିଜେଡି ରାଜ୍ୟ ପରିଷଦ ସଦସ୍ୟ ଡ଼. ଭବାନୀ ଶଙ୍କର ନିଆଲ ଓ ମୋ ଓଡିଶା କନଭେନର ପ୍ରଦୀପ ଦାସଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଦୃଷ୍ଟି ଆକର୍ଷଣ ପରେ ଦୁଇନେତା ରେତ ଏକ୍ସଜ୍ୟୁକେଟିଭ ଇଞ୍ଜିନୀୟରଙ୍କ ସହ ଯୋଗାଯୋଗ କରିଥିଲେ । ଏହାକୁ ଆଖି ଆଗରେ ରଖି କଳାହାଣ୍ଡି ରେତ ଏକ୍ସଜ୍ୟୁକେଟିଭ ଇଞ୍ଜିନୀୟର ତଦନ୍ତ କରିବା ସହ ଆଜି ଅଣଜଳସେଚିତ ଗ୍ରାମ ଗୁଡ଼ିଆଳି ପଦର ଓ ସାରଦା ପୁର ଗସ୍ତ ରେ ଯାଇ ପ୍ରତ୍ୟେକ୍ଷ ଭାବେ ପରିଦର୍ଶନ କରିଥିଲେ ଓ ଗ୍ରାମ ବାସୀ ଙ୍କ ସହ ଆଲୋଚନା କରିଥିଲେ । ଏହି ସମୟରେ ଗ୍ରାମବାସୀମାନେ ଅଣଜଳସେଚିତ ଜମି ରେ ଜଳସେଚନ ସୁବିଧା ପାଇଁଏକ ଦାବିପତ୍ର ପ୍ରଦାନ କରିଥିଲେ । ତାସହ ୩୦୦ ଏକର ଜମିରେ କିଭଳି ଭାବରେ ଜଳସେଚିତ ହେବ ତାହା ଅତିଶୀଘ୍ର ପଦକ୍ଷେପ ନେବାପାଇଁ ସାମୁହିକ ଭାବେ ନିବେଦନ କରିଥିଲେ । ଏହାର ଉତ୍ତରରେ ରେତ ଏକ୍ସଜ୍ୟୁକେଟିଭ ଇଞ୍ଜିନିୟର ଅତିଶୀଘ୍ର ବିଭାଗୀୟ ଅଧିକାରୀ, ଗ୍ରାମବାସୀ ଓ ପାଣି ପଞ୍ଚାୟତ ଅଧିକାରୀ ମାନଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଗ୍ରାମବାସୀମାନେ ବିଜେଡି ରାଜ୍ୟ ପରିଷଦ ସଦସ୍ୟ ଡ଼. ଭବାନୀ ଶଙ୍କର ନିଆଲ ଏବଂ ମୋ ଓଡିଶା କନଭେନର ପ୍ରଦୀପ ଦାସଙ୍କ ଏପରି ସହଯୋଗ କରିବା ପାଇଁ ପ୍ରଶଂସା କରିବା ସହିତ ଧନ୍ୟବାଦ ଜଣାଇ ଥିବା ଜଣାପଡିଛି ।
ଜଳସେଚିତ ହେବାରୁ ବଞ୍ଚିତ ଗ୍ରାମ ସର୍ଦାପୁର ଗସ୍ତରେ ରେତ ପ୍ରକଳ୍ପ ନିର୍ବାହୀ ଯନ୍ତ୍ରୀ : ଗ୍ରାମବାସୀ ଙ୍କ ସହ କଲେ ଆଲୋଚନା
By: Tarzama News
0




Post a Comment