//BREAKING//
Loading...

ଜମିଦାନ କରିଥିବା ପରିବାର ଏବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ଭବାନୀପାଟଣା


ଭବାନୀପାଟଣା :-(ତର୍ଜମାନ୍ୟୁଜ)- ଜଗନ୍ନାଥଙ୍କ ଜମି ହଡପ କଲେ ଜବର ଦଖଲକାରୀ ! ଥାନାରେ ପହଞ୍ଚିଲା ମାମଲା । ହେଲେ କୈଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଜଗନ୍ନାଥଙ୍କୁ ଜମିଦାନ କରିଥିବା ପରିବାର ଏବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ।ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ କଲିଆକୁଣ୍ଡଲ ଗାଁର କ୍ଷେତ୍ରଚନ୍ଦ୍ର ନାଏକଙ୍କ ବାପା ଦୀର୍ଘ ବର୍ଷ ପୂର୍ବେ ନିଜ ୧୮ ଏକର ଜମିରୁ ଗାଁରେ ଥିବା ଜଗନ୍ନାଥ ମନ୍ଦିରକୁ ୬ ଏକର ଜମି ଦାନରେ ଦେଇଥିଲେ । ହେଲେ ଦୀର୍ଘ ବର୍ଷ ପରେ ସେହି ଗାଁର ଅନାମ ନାଏକ ନାମକ ଜଣେ ବ୍ୟକ୍ତି ଜଗନ୍ନାଥଙ୍କ ଜମିକୁ ହାଡପ କରିବା ସହ କ୍ଷେତ୍ର ଚନ୍ଦ୍ରଙ୍କ ନାଁରେ ଥିବା ୧୧ ଏକର ଜମିକୁ ମଧ୍ୟ ଅକ୍ତିଆର କରିଥିବା ଅଭିଯୋଗ ହୋଇଛି । ୧୮ ଏକର ଜମିରେ ସେ ଏବେ ଚାଷ କରୁଛନ୍ତି ।ଏହାକୁ ବିରୋଧ କରି କ୍ଷେତ୍ର ଚନ୍ଦ୍ର ଅନେକ ସମୟରେ ଥାନାରେ ଅଭିଯୋଗ କରିବା ସହ ଜୁନାଗଡ଼ ତହସିଲଦାରଙ୍କୁ ଜଣାଇଥିଲେ । ହେଲେ ଜବରଦଖଲକାରୀ ଜଣକ ଲୋକ ଲଗାଇ କ୍ଷେତ୍ର ଚନ୍ଦ୍ରଙ୍କ ପରିବାର ଉପରକୁ ଆକ୍ରମଣ କରିବା ସହ ଘର ଭାଙ୍ଗି ଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ହେଲେ କୌଣସି ସୁଫଳ ନ ମିଳିବାରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି କ୍ଷେତ୍ର ଚନ୍ଦ୍ରଙ୍କ ପରିବାର । ଖୁବଶୀଘ୍ର ଏ ସମସ୍ୟାର ସମାଧାନ କରିବା ସହ ଜଗନ୍ନାଥଙ୍କ ନାମରେ ଥିବା ୬ ଏକର ଜମିକୁ ମନ୍ଦିରକୁ ପୁଣି ଥରେ ହସ୍ତାନ୍ତର କରିବା ଏବଂ କ୍ଷେତ୍ର ଚନ୍ଦ୍ରଙ୍କ ନାଁରେ ଥିବା ୧୧ ଏକର ଜମିକୁ ଫେରାଇ ଦେବା ପାଇଁ ଦାବୀ କରିଛନ୍ତି ।


Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe