//BREAKING//
Loading...

ଡ଼କାୟତି ଏବଂ ଚୋରା ମଦ ମାମଲାରେ ଯୁବକ ଗିରଫ

ରାମପୁର:-(ତର୍ଜମାନ୍ୟୁଜ):--------କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଏମ ରାମପୁର ଥାନା ଅନ୍ତର୍ଗତ ରିଷିଡା ଗ୍ରାମ ର ଗୋବର୍ଦ୍ଧନ ମାଝୀ(ଗୋବର) ପିତା-ସକ୍ରି ମାଝୀ, ଫେରାର ଥିବାବେଳେ ଆଜି ରିଷିଡା ସ୍ଥିତ ମାତୃପୁରୀ ଦେବକୁଷ୍ଣ ମନ୍ଦିର ପାଖରେ ପୁଲିସ ଗିରଫ କରିଛି ଆଉ ଚାରି ଜଣ ଫେରାର ଥିବା ଜଣାପଡିଛି ସୁଚନା ଥାଉଁ କି ଏହି ବ୍ୟକ୍ତି ମାନେ ଆଗରୁ ବାହାର ଜିଲ୍ଲା ରୁ ପ୍ରଚୁର ପରିମାଣରେ ଚୋରା ମଦ ଏବଂ ଏକାଧିକ ମାମଲା ରେ ମଧ୍ୟ ସଂପୃକ୍ତ ସରକାରୀ ମଦ ଦୋକାନ ଠାରୁ କର୍ମଚାରୀ ମାନଙ୍କୁ ମାଡ଼ ମାରି ମଦ ସହିତ ଟଙ୍କା ବାଟରେ ଘାଟରେ ଲୁଟିନେଉଥିଲେ ଦୁଇ ବର୍ଷ ସ୍ଥାନୀୟ ପୋଲିସ ବିଭିନ୍ନ ଉପାୟରେ ଧରିବା ପାଇଁ ପ୍ରୟାସ କରୁଥିବାବେଳେ ଆଜି ଯୁବକ ଗୋବର୍ଦ୍ଧନ କୁ ଗିରଫ କରିବା ରେ ପୁଲିସ ସକ୍ଷମ ହୋଇଛି। ମୋଷ୍ଟୱାଣ୍ଟେଡ ମଦ ମାଫିଆ ଡକାୟତୀ ମାଷ୍ଟର ମାଇଣ୍ଡ ନେପାଳ ମାଝୀ ସହିତ ଆଉ ଦୁଇ ଜଣ ବ୍ୟକ୍ତି ଏବେ ପର୍ଯ୍ୟନ୍ତ ଫେରାର ଥିବା ଜଣାପଡ଼ିଛି ।ବଲାଙ୍ଗୀର ପୁଲିସକୁ ଏ ମାନେ ଆଗରୁ ମଧ୍ୟ ନାକେ ଦମ୍ କରି ଚୋରା ମଦ କାରବାର ରେ ସକ୍ଷମ ହେଉଥିଲେ ଏମାନଙ୍କ ନାମରେ ବହୁତ ଥାନାରେ ମାମଲା ରୁଜୁ ଥିବା ବେଳେ ବିଭିନ୍ନ ମାରଣାସ୍ତ୍ର ଧରି ସରକାରୀ ମଦ ଦୋକାନ କର୍ମଚାରୀ ମାନଙ୍କୁ ମାଡ଼ ମାରି ଲୁଟି ଆତଙ୍କ ସୃଷ୍ଟି କରି ଖୁଲମଖୁଲା ପୁଲିସ ପ୍ରଶାସନ କୁ ଚେଲେଞ୍ଜ କରୁଥିବା ଅଞ୍ଚଳ ରେ ଚର୍ଚା ହେଉଥିଲା। ଏହା ସହ ପୂର୍ବରୁ ରିଷିଡା ଫାଣ୍ଡି ରେ କାର୍ଯ୍ୟରତ ଥିବା ଏସ ଆଇ କ୍ଷୀରସିନ୍ଧୁ ମାଝୀ ଙ୍କୁ ମଧ୍ୟ ଆକ୍ରମଣ କରିଥିବା ସୂଚନା ରହିଛି।ଆଜି ରାତ୍ରି ନଅ ଘଣ୍ଟା ସମୟରେ ଏମ୍ ରାମପୁର ପୋଲିସ ବିସେଷ ସୂତ୍ରରୁ ସୂଚନା ପାଇ କିଛି ଷ୍ଟାଫ୍ ସାଧା ପୋଷାକରେ ଗୋବର୍ଦ୍ଧନ ମାଝୀ ଗୋବର କୁ ଗିରଫ କରି CT କେଶ ନମ୍ବରIn case no 34/2022 under section -392IPC turned to sec 39 5IPC and case no -11/2022U/s-341/294/332/353/506/34 / ରେ ଓ୍ବାରେଣ୍ଟ ଜାରି କରି ଆଜି ଗିରଫ କରି ଆଉ ତିନି ଜଣ ବ୍ୟକ୍ତି ଫେରାର ଥିବାବେଳେ ସେମାନଙ୍କୁ ବହୁତ ସିଘ୍ର ଧରାଯିବ ବୋଲି ଥାନାଧିକାରୀ ସଚିନ୍ଦ୍ର ପ୍ରଧାନ ସୁଚନା ଦେଇଛନ୍ତି। ଅଥ୍ଚଳ ରେ ଏମାନଙ୍କ ଆତଙ୍କ ଦିନକୁ ଦିନ ବଢିଚାଲିଥିବା ବେଳେ କୋଷ୍ଠୋରୁ କୋଷ୍ଠୋର କାର୍ଯ୍ୟନୁଷ୍ଠାନ ନେବାକୁ କଳାହାଣ୍ଡି ଏସପି ଦୁଷ୍ଟି ଦେବାକୁ ଦାବି ହେଉଛି


Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe