//BREAKING//
Loading...

ଅଲଗା କୋଶଳ ରାଏଜ ଦାବୀଲାଗି ଅର୍ଥନୈତିକ ଅବରୋଧ :ଉପକୂଳ ଓଡ଼ିଶା କୁ ସଂଯୋଗ କରୁଥିବା ଚାରିଟି ଜାତୀୟ ରାଜପଥ ଅବରୋଧ କରିଛି କୋଶଳ ମୁକ୍ତି ମୋର୍ଚ୍ଚା

 ଭବାନୀ ପାଟଣା:--(ତର୍ଜମା ନ୍ୟୁଜ) ଦୀର୍ଘ ୨୦ ବର୍ଷ ରୁ ଉର୍ଦ୍ଧ ହେବ ପଶ୍ଚିମ ଓଡିଶା ତଥା କେବିକେ ଅଞ୍ଚଳକୁମିଶାଇ ସ୍ବତନ୍ତ୍ର କୋଶଳ ରାଜ୍ୟ ମାନ୍ୟତା ଦାବି କରି ଆସୁଛି କୋଶଳ

ରାଜ୍ୟ ମୁକ୍ତି ମୋର୍ଚା । ବିଭିନ୍ନ ସମୟରେ ଆନ୍ଦୋଳନ କରିବା ସହ ବନ୍ଦଡାକରା ଦେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଠାରେ ଦାବିଉପସ୍ଥାପନ କରି ଆସୁଥ‌ିବା ବେଳେ ସରକାର ଏଥିପ୍ରତି କୌଣସିପଦକ୍ଷେପ ଗ୍ରହଣ କରୁନଥିବା ବେଳେ ଗତ ୫ ତାରିଖ ରେ ବିଧାନସଭାଘେରାଉ କରିବା ପରେ ମଧ୍ୟ ସରକାର ପଶ୍ଚିମ ଓଡିଶା ବାସୀଙ୍କ ଦାବିକୁକର୍ଣ୍ଣପାତ ନକରିବାରୁ ଆଜି କୋଶଳାଞ୍ଚଲ ସହ ସଂଲଗ୍ନ ଉପକୂଳ ଓଡିଶାର ଚାରିଟି ମୁଖ୍ୟରାଜପଥ ରେ ବିକ୍ଷୋଭ ପ୍ରଦର୍ଶନ ସହ ଅର୍ଥନୈତିକ ଅବରୋଧକରୁଛି କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା। ପଶ୍ଚିମ ଓଡିଶାର ଦେବଗଡ଼,ବୌଦ୍ଧ, ରେଡ଼ାଖୋଲ ଓ କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ଠାରେ ଏହି ଅର୍ଥନୈତିକଅବରୋଧ କରାଯାଇଛି ।ଏହାସହ ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ ଠାରୁ ଆରମ୍ଭ କରି ପଶ୍ଚିମ ଓଡିଶା ବିକାଶ ପରିଷଦ ମୂଖ୍ୟ କାର୍ଯ୍ୟାଳୟକୁ ପଶ୍ଚିମ ଓଡ଼ିଶାରେ ସ୍ଥାପନ ଭଳି ଅନେକ ଦାବି ଦୀର୍ଘ ଦିନ ଧରି ପଶ୍ଚିମ ଓଡିଶା ବାସୀ କରି ଆସୁଥିଲେ ମଧ୍ୟ ସରକାର ଏଥପ୍ରତି ଦୃଷ୍ଟି ଦେଉନଥ‌ିବା ଅଭିଯୋଗ କରିଛି କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା । ଏହି ଅର୍ଥନୈତିକ ଅବରୋଧରେ ସମସ୍ତ ଜରୁରୀକାଳୀନ ମେଡ଼ିକାଲ ସେବାକୁ ବାଦ ଦିଆଯାଇଥିବା ବେଳେ,ଚକ ଅଖ ଜାମ ରହିଛି । ଶତାଧିକ କୋଶଳ କର୍ମୀ ସାମିଲ ହୋଇ ରାଜରାସ୍ତାରେ ଆନ୍ଦୋଳନ କରିଛନ୍ତି । ଏହି ଅର୍ଥନୈତିକ ଅବରୋଧ ଓ ଜାତୀୟ ରାଜପଥ ରେ ବିକ୍ଷୋଭ କାର୍ଯ୍ୟକ୍ରମ କୁ ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ର ଅନେକ ସଂଗଠନ ଦୃଢ଼ ସମର୍ଥନ କରୁଥିବା ଜଣା ପଡ଼ିଛି ।



Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe