//BREAKING//
Loading...

ଶ୍ରାବଣରେ କଲବଲ କରୁଛି ତାତି, ୩ ଦିନ ଅସହ୍ୟ ଗୁଳୁଗୁଳି

 


ଭୁବନେଶ୍ବର: (ତର୍ଜମା ନ୍ୟୁଜ)   ଶ୍ରାବଣରେ ଧୁ ଧୁ ଖରା । ରାଜ୍ୟରେ ମୌସୁମୀ ଦୁର୍ବଳ ହେବା ପରେ ବଢୁଛି ତାପମାତ୍ରା  । ସ୍ବାଭାବିକ ଠାରୁ ୪ ଦଶମିକ ୨ ଡିଗ୍ରୀ ପର୍ଯ୍ୟନ୍ତ ବଢିଛି ପାରଦ  । ତେବେ ୭୦ ପ୍ରତିଶତ ହ୍ୟୁମିଡିଟି ମିଶି ୪୫ ଡିଗ୍ରୀରୁ ଅଧିକ ତାତି ଅନୁଭବ ହେଉଛି । ମୌସୁମୀ ନିମ୍ନ ଚାପରେଖାର ଉତ୍ତରାୟଣ ଗତି ପାଇଁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ହୋଇଛି । ଫଳରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।ମୌସୁମୀ ଦୁର୍ବଳ ହେଲେ ରାଜ୍ୟରେ ତାପମାତ୍ରା ବଢିବା ସ୍ବାଭାବିକ କଥା କିନ୍ତୁ ଜୁଲାଇ ମାସରେ ଅଧିକ ଦିନ ଶୁଖିଲା ରହିବା ପାଣିପାଗ ପରିବର୍ତ୍ତନର ପ୍ରତିଫଳନ  । ତାତି ବୃଦ୍ଧି ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ବଜ୍ରପାତ ଆଶଙ୍କା ଦେଖାଦେଇଛି । ଏଥିପାଇଁ ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର  ।ଆସନ୍ତା ଅଗଷ୍ଟ ପ୍ରଥମ ସପ୍ତାହର ଶେଷରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe