//BREAKING//
Loading...

ଚଢାଉ କରି ବାଘଛାଲ ଜବତ ସହ ଜଣକୁ ଗିରଫ କରିଛି ଏସଟିଏଫ ।



ଭବାନୀପାଟଣା:- (ତର୍ଜମା ନ୍ୟୁଜ) ଡିଲ ଚାଲିଥିବା ବେଳେ ଚଢାଉ କରି ବାଘଛାଲ ଜବତ ସହ ଜଣକୁ ଗିରଫ କରିଛି ଏସଟିଏଫ । ପ୍ରାପ୍ତ ସୂଚନା ଅନୁଯାୟୀ, ଭବାନୀ ପାଟଣା ଠାରେ କଲରାପତରିଆ ବାଘଛାଲ ସହ ଜଣେ ବ୍ୟକ୍ତି ଡିଲ କରୁଥିବା ବେଳେ ଗିରଫ ହୋଇଛି ।ଗିରଫ ବ୍ୟକ୍ତି ଜଣକ ଗୁଣପୁର ଗାଁ ର କୈଳାଶ ମାଝୀ ବୋଲି ଜଣାପଡିଛି ।ବାଘଛାଲ ବିକ୍ରି ପାଇଁ ଭବାନୀପାଟଣାରେ ଡିଲ ଚାଲିଥିବା ବେଳେ ମାଡି ବସିଲା ଏସଟିଏଫ । ମିଳିଥିବା ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାରେ କଲରାପତରିଆ ବାଘଛାଲ ବିକ୍ରି ପାଇଁ ଡିଲ ଚାଲିଥିଲା । ଏନେଇ ଏକ ବିଶେଷସୁତ୍ରରୁ ଖବର ପାଇଁ ଉତ୍ତର ବନଖଣ୍ଡ ଓ ଏସ୍‌ଟିଏଫ୍‌ର ମିଳିତ ଭାବେ ଚଢ଼ାଉ କରିଥିଲେ । ଚଢାଉ ସମୟରେ ଗୋଟିଏ କଲରା ପତରିଆ ବାଘଛାଲ ଜବତ ହୋଇଥିବା ବେଳେ ବାଘ ଛାଲ ତସ୍କରୀରେ ସାମିଲ ଥିବା ଜଣେ ଅଭିଯୁକ୍ତକୁ ଗିରଫ କରିଥିଲା ବନ ବିଭାଗ । ବାଘଛାଲ ବ୍ୟତୀତ ଅନ୍ୟ ଅପରାଧିକ ସାମଗ୍ରୀ ମଧ୍ୟ ଜବତ ହୋଇଥିବା ବନ ବିଭାଗ ସୂତ୍ରରୁ ପ୍ରକାଶ ।



Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe