//BREAKING//
Loading...

କଂଗ୍ରେସ ସଭାନେତ୍ରୀ ଙ୍କୁ ବାରମ୍ବାର ଆକ୍ରୋଶ ମୂଳକ ଭାବରେ ହଇରାଣ କରୁଥିବା ପ୍ରତିବାଦ ରେ କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି


 

କଳାହାଣ୍ଡି :- (ତର୍ଜମା ନ୍ୟୁଜ ବ୍ୟୁରୋ)  ଇ ଡି କୁ ବ୍ୟବହାର କରି କେନ୍ଦ୍ର ର ବିଜେପି ସରକାର କଂଗ୍ରେସ ସଭାନେତ୍ରୀ ଙ୍କୁ ବାରମ୍ବାର ଆକ୍ରୋଶ ମୂଳକ ଭାବରେ ହଇରାଣ କରୁଥିବା ପ୍ରତିବାଦ ରେ କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଜିଲ୍ଲା ସଭାପତି ଭାରତ ଭୂଷଣ ବେମାଲ ଙ୍କ ନେତୃତ୍ବରେ ରଏକ ବିରାଟ ଶୋଭାଯାତ୍ରା କଂଗ୍ରେସ ଭବନ ରୁ ବାହାରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ରବୀନ୍ଦ୍ର ପଟ୍ଟଯୋଷୀ, ଦିଗାମ୍ବର ଦୁରିଆ, ପୁସ୍ତମ ଗୁପ୍ତା, ପରମାନନ୍ଦ ମାଝୀ, ରୁଦ୍ର ନାରାୟଣ ସିଂହ, ରାଜେନ୍ଦ୍ର ନାଏକ, ତ୍ରିଲୋଚନ ପାଣିଗ୍ରାହୀ, ମହମ୍ମଦ ସାହେବ, ମହିଳା କଂଗ୍ରେସ ଜିଲ୍ଲା ସଭାନେତ୍ରୀ ମାହେନ୍ଦ୍ରୀ ସାହୁ, ଜ୍ୟୋତ୍ସ୍ନାରାଣୀ ବଗର୍ତ୍ତି, ମାର୍ଜିନା ପ୍ରଧାନ, ମନ୍ଦାକିନୀ ବାଣୁଆଁ, ସୁବାଷ ପ୍ରଧାନ, ସମୀର ଚାନ୍ଦ ବେନୂପାଣି ଦୁର୍ଗା ପ୍ରମୁଖ ଉଦ୍ଦବୋଧନ ଦେଇ କେନ୍ଦ୍ର ସରକାରଙ୍କ ତୀବ୍ର ସମାଲୋଚନା କରିବା ସହ କେନ୍ଦ୍ର ସରକାର ପ୍ରତିହିଂସା ପରାୟଣ ହୋଇ ବିରୋଧି ମାନଙ୍କ ପ୍ରତି ଆକ୍ରୋଶ ମୂଳକ ଭାବରେ ଇଡି, ସିବିଆଇ, ଭଳି ସଂସ୍ଥା ଲଗେଇ ହଇରାଣ କରିବା ବନ୍ଦ ନ କଲେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ସରୋଜ ବାଗ ଧନ୍ୟବାଦ ଅର୍ପଣ କରିଥିଲେ ।ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।



Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe