ଭବାନୀପାଟଣା:(ତର୍ଜମା ନ୍ୟୁଜ) ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ କଲମ ଗ୍ରାମ ପଞ୍ଚାୟତର ଚାନ୍ଦୋପଲା ଶିବମନ୍ଦିର ଠାରେ ବୃକ୍ଷ ରୋପଣ ଓ ଏକ ବୁଦ୍ଧିଜୀବୀ ସମ୍ମିଳନୀର ଆୟୋଜନ କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଜେଡି ରାଜ୍ୟ ପରିଷଦ ଡ଼. ଭବାନୀ ଶଙ୍କର ନିଆଲ ମୁଖ୍ୟ ଅତିଥି ରୂପେ ଯୋଗଦାନ ଦେଇ ଉକ୍ତ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ବୁଦ୍ଧିଜୀବୀ ସମ୍ମିଳନୀରେ ସାମିଲ ହେଇ ଅଞ୍ଚଳର ନିମ୍ନଲିଖିତ ସମସ୍ୟାର ବିଶେଷ ଭାବେ ଆଲୋଚନା କରିଥିଲେ । ଯଥା;ଚାନ୍ଦୋପଳା ଠାରୁ ତେନ୍ତୁଳିପଡା ପର୍ଯ୍ୟନ୍ତ ଆଡ଼ିବନ୍ଧ ନିର୍ମାଣ, ଚାନ୍ଦୋପଳା ଗ୍ରାମ ଠାରୁ ଧବଳେଶ୍ୱର କାଲେଶ୍ୱର ଶିବ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ, ବରଗାଁ ଠାରୁ ବଜାର ଘାଟ ଶଗଡା ନଦୀରେ ପୋଲ ନିର୍ମାଣ, ଦୀର୍ଘ ୨୦୦ ବର୍ଷର ଶିବ ମନ୍ଦିର ହେତୁ ପାରିପାର୍ଶୀକ ଉନ୍ନତି ପାଇଁ ସ୍ୱତନ୍ତ୍ର ଅନୁଦାନ, କଲମ ଗ୍ରା.ପ ରେ ରହି ଯାଇଥିବା ପ୍ରଧାନମନ୍ତ୍ରୀ ଆବାସ ଓ ବାର୍ଦ୍ଧକ୍ୟ ଭତ୍ତା ଶୀଘ୍ର ମଞ୍ଜୁରୀ ପାଇଁ ବ୍ୟବସ୍ଥା, କଲମ ଗ୍ରା.ପ ସ୍ଥିତ କଳିଙ୍ଗ ଉଚ୍ଚ ଆଦର୍ଶ ବିଦ୍ୟାପୀଠକୁ କେନ୍ଦ୍ରସରକାରଙ୍କ ନୂତନ ଶିକ୍ଷାନୀତି ଅନ୍ତର୍ଗତ ସ୍କିମ ଅନୁସାରେ ଏହାକୁ ମହାବିଦ୍ୟାଳୟ ଭାବରେ ଉତୀର୍ଣ୍ଣ କରିବା, କଲମ ଗ୍ରା.ପ ଠାରେ ନୂତନ R.I ଅଫିସ ଓ ପ୍ରାଥମିକ କୃଷି ସମବାୟ ସମିତି କାର୍ଯ୍ୟାଳୟ ସ୍ଥାପନ, କଲମ ଗ୍ରା.ପ ଠାରେ ଉପସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପନ, କଲମ ଗ୍ରା.ପ ଠାରେ ଫାଣ୍ଡି ନିର୍ମାଣ ପାଇଁ ପଦକ୍ଷେପ ନିଆଯାଉ ଏବଂ କଲମ ଗ୍ରା.ପ ଠାରେ SBI ର ଏକ ଶାଖା ଓ ATM ସ୍ଥାପନା ପାଇଁ ଗ୍ରାମବାସୀମାନେ ଉପସ୍ଥାପନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କୁ ବିଡ଼ିଓଙ୍କ ଜରିଆରେ ଏକ ସ୍ମାରକ ପତ୍ର ଦିଆଯାଇଥିଲା । ଏହାର ପ୍ରତିଲିପି ଡ଼. ଭବାନୀ ଶଙ୍କର ନିଆଲଙ୍କୁ ଦିଆଯାଇଛି । ଏଥିରେ ପୂର୍ବତନ ସରପଞ୍ଚ କୃଷ୍ଣ ଚନ୍ଦ୍ର ପ୍ରଧାନ, ବୈଷ୍ଣବ ମାଝୀ,ମୁରଲୀ ମାଝୀ,ଉମା ଭୋଇ, ଦୀନବନ୍ଧୁ ମାଝୀ,ଭୁବନେଶ୍ୱର ସାହୁ, ମହେନ୍ଦ୍ର ବାଗ,ରଙ୍ଗିଆ ପ୍ରଦାନ, ଧବଳେ ସା,ବସୁ ମହାନନ୍ଦ,ବଳିଷ୍ଠ ଜୁଆଡ଼,ରୁଦ୍ରନାରାୟଣ ଦାସ ପ୍ରମୁଖ ସାମିଲ ରହିଥିଲେ ।
ବୃକ୍ଷରୋପଣ ଓ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ।
By: Tarzama News
0
Post a Comment