//BREAKING//
Loading...

ନିୟମଗିରି ସପୁରୀ ବ୍ୟବସାୟୀ ପାଞ୍ଚ ଟଙ୍କା ରେ କିଣି ଲାଭ କରୁଛନ୍ତି ପଚାଶ ଟଙ୍କା ରୁ ଅଧିକ ।



 ଲାଞ୍ଜିଗଡ଼ :(ତର୍ଜମା ନ୍ୟୁଜ)- କଳାହାଣ୍ଡି ଓ ରାୟଗଡା ଜିଲ୍ଲା ର ମୁକୁଟ ଭାବେ ପରିଚିତ ନିୟମଗିରି ପର୍ବତ ଅଞ୍ଚଳରେ ସପୁରି ର ଅଭାବୀ ବିକ୍ରି! ଗୋଟିଏ ପଟେ ଝରଣିଆ ଓ ଡଙ୍ଗରିଆ କନ୍ଧଙ୍କୁ ଉପଯୁକ୍ତ ପାରିଶ୍ରମିକ ମିଳୁନଥିବାବେଳେ ଅନ୍ୟପଟେ ସେମାନଙ୍କଠାରୁ ଗୋଟାକୁ ୫ ଟଙ୍କାରେ କିଣିନେଉଛନ୍ତି ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶର ବ୍ୟବସାୟୀ। ତାହାକୁ ନିଜ ନିଜ ରାଜ୍ୟରେ ବିଭିନ୍ନ ବଜାରରେ ୪୦ରୁ ୫୦ ଟଙ୍କା ମୂଲ୍ୟରେ ବିକ୍ରି କରୁଛନ୍ତି।ଏଥିସହ ସପୁରିରୁ ମଦ, ଜେଲି, କେକ୍, ଆଚାର ତିଆରି କରି ବ୍ୟବସାୟୀମାନେ ପ୍ରଚୁର ଅର୍ଥ ଉପାର୍ଜନ କରୁଛନ୍ତି।ନିୟମଗିରି ପାହାଡ଼ର ଜଙ୍ଗଲ ମଧ୍ୟରେ ଉଭୟ କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାର ପ୍ରାୟ ୨୦୦ରୁ ଅଧିକ ଛୋଟ ଛୋଟ ଆଦିବାସୀ ଗାଁ ରହିଛି। ନିୟମଗିରି ପର୍ବତର ଶୀତଳ ଜଳ ଓ ପବନ ଯୋଗୁ ପାହାଡ଼ ଉପରେ ଚାଷ ହେଉଥିବା ସପୁରିର ଓଜନ ୧ରୁ ୩ କେଜି ପର୍ଯ୍ୟନ୍ତ ହୋଇଥାଏ। ନିୟମଗିରି ସପୁରୀ ପଣସର ସ୍ୱାଦ ମଧ୍ୟ କମ୍‌ ନୁହେଁ। ଆଦିବାସୀମାନେ ପାହାଡ଼ ଉପରେ ୩-୪ ମାସ ଧରି ବହୁ କଷ୍ଟରେ ଏହି ସପୁରି ଚାଷ କରିଥା'ନ୍ତି। ସେମାନେ ଏହି ସପୁରୀକୁ ବିକ୍ରି କରିବା ପାଇଁ ରାୟଗଡ଼ା ଜିଲ୍ଲାର ଚାଟିକଣା, ବିଷମକଟକ, ମୁନିଗୁଡ଼ା, ଅମ୍ବାଦଳା, କଲ୍ୟାଣୀସିଂପୁର ଓ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼, ଲାଞ୍ଜିଗଡରୋଡ଼, ବିଶ୍ୱନାଥପୁର ଓ ଭବାନୀପାଟଣା ଆଣିଥାନ୍ତି।ପାହାଡ଼ରେ ଭଲ ରାସ୍ତା ନଥିବାରୁ ମୁଣ୍ଡରେ ସପୁରି ବୋହିବାକୁ ପଡ଼ିଥାଏ। ହେଲେ, ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶର ବ୍ୟବସାୟୀ ଏହି ଆଦିବାସୀଙ୍କ ସରଳତାର ସୁଯୋଗ ନେଇ ଗୋଟାକୁ ୪ରୁ ୫ ଟଙ୍କା ଦେଇ ସବୁ ସପୁରି କିଣି ନେଉଛନ୍ତି। ସେମାନେ ଏହାକୁ ନିଜ ନିଜ ରାଜ୍ୟରେ ବିଭିନ୍ନ ବଜାରରେ ୪୦ରୁ ୫୦ ଟଙ୍କା ମୂଲ୍ୟରେ ବିକ୍ରି କରୁଛନ୍ତି। ଏଥିସହ ସପୁରୀରୁ ମଦ, ଜେଲି, କେକ୍, ଆଚାର ତିଆରି କରି ବ୍ୟବସାୟୀମାନେ ପ୍ରଚୁର ଅର୍ଥ ଉପାର୍ଜନ କରୁଛନ୍ତି। ରାଜ୍ୟ ସରକାର  ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉଚିତ ଦାମ ରେ ସପୁରୀ ବିକ୍ରି କରିବା ପାଇଁ ବଜ଼ାର ସୃଷ୍ଟି କଲେ ଏ ଅଞ୍ଚଳ ର ନିରୀହ ଆଦିବାସୀ ଉପଯୁକ୍ତ ଦାମ ପାଇ ଲାଭବାଵ ହେବା ସହ ଶୋଷଣ ମୁକ୍ତ ହୋଇ ପାରନ୍ତେ ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe