//BREAKING//
Loading...

ଯାଉନି ଅଫିସର ଙ୍କ ନାଳୀ ବତୀ ପ୍ରୀତି ।ସରକାରୀ ନିୟମ କୁ ବିଡିଓ ଙ୍କ ଅବଜ୍ଞା ।

 


କର୍ଲାମୁଣ୍ଡା:-(ତର୍ଜମା ନ୍ୟୁଜ) ନାଲିବତିରେ କି ପ୍ରୀତି ଅଛି କେଜାଣି,ସରକାରୀ ବାବୁମାନେ ତାକୁ ଛାଡିପାରୁ ନାହାନ୍ତି । ସତେ ଯେମିତି ବତି ଲଗାଇଲେ ହିଁ ଲୋକେ ଅଫିସର ବୋଲି କହିବେ କିମ୍ବା ଲୋକଙ୍କ କାମ କରିହେବ ନହେଲେ ନାହିଁ । ୨୦୧୭ରୁ ଅଧିକାରୀମାନେ ଗାଡିରେ ବତି ଲଗାଇବା ନିୟମ ଉଠି ଯାଇଥିଲା । ମହାମାରୀ କରୋନା ଆସିବା ପରେ ପୁଣି ସୁଯୋଗ ମିଳିବାରୁ ବତି ଲଗାଇଲେ । ହେଲେ ସେ ନିୟମ ଉଠିଯିବା ପରେ ମଧ୍ୟ କଳାହାଣ୍ଡି ଜିଲ୍ଲାରେ ସରକାରୀ ବାବୁମାନେ ଗାଡିରୁ ବତି ଖାଲିବାକୁ କୁନ୍ଥୁକୁନ୍ଥୁ ହେଉଥିବା ଦେଖିବାକୁ ମିଳୁଛି । କର୍ଲାମୁଣ୍ଡା ଗୋଷ୍ଠି ଉନ୍ନୟନ ଅଧିକାରୀ ଗାଡିରୁ ଆଜି ପର୍ଯ୍ୟନ୍ତ ନାଲିବତୀ କାଢିନାହାନ୍ତି । ମହାମାରୀ ମୁକାବିଲା ସମୟରେ ଗାଡିରେ ବତୀ ଲଗାଇବାକୁ ଦିଆଯାଇଥିବା ଅନୁମତି ପ୍ରତ୍ୟାହାର ନେଇ ବାଣିଜ୍ୟ ଓ ପରିବହନ ବିଭାଗ ଦୁଇମାସରୁ ଉର୍ଦ୍ଧ କାଳ ହେଲା ବିଜ୍ଞପ୍ତି ପ୍ରକାଶ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଗୋଷ୍ଟି ଉନ୍ନୟନ ଅଧିକାରୀ ବତି ଖୋଲିନଥିବା ଦେଖି ବାକୁ ମିଳିଛି। ଯାହାକୁ ନେଇ ଆଲୋଚନା ଜୋରଧରିଛି । ପ୍ରକାଶ ଥାଉକି , ୨୦୧୭ ଏପ୍ରିଲ ମାସରେ ଦେଶରେ ଭିଭିଆଇପି ସଂସ୍କୃତି ଶେଷ କରିବାକୁ କେନ୍ଦ୍ର କ୍ୟାବିନେଟରେ ନିଷ୍ପରି ହୋଇଥିଲା ।ଏହାର କିଛି ଘଣ୍ଟା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସମସ୍ତ ଭିଆଇପି ଙ୍କ ଗାଡ଼ିରୁ ନାଲିବତି ( ରେଡ୍‌ବିକନ ) ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏପରିକି ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କ ସରକାରୀ କାରରୁ ରେଡବିକନ୍ ଖୋଲି ରାଜ୍ୟ ସଚିବାଳୟ ଅଫିସରୁ ଫେରିଥିଲେ । ପରେ ରେଡ୍ ବିକନ୍ ଲଗାଇବା ନିୟମ ଉଠାଇ ଦିଆଯାଇଥିଲା । ସମସ୍ତ ମନ୍ତ୍ରୀ , ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ , ସରକାରଙ୍କ ପକ୍ଷରୁ ନିଯୁକ୍ତ ସ୍ଵତନ୍ତ୍ର ଅଧିକାରୀ ସେମାନଙ୍କ ଗାଡିରୁ ବତୀ ଖୋଲିବାକୁ ପରାମର୍ଶ ଦିଆଯାଇଥିଲା । କିନ୍ତୁ ୨୦୨୦ରେ କରୋନା ଯୋଗୁଁ ମହାମାରୀ ଆଇନ ଘୋଷଣା ହୋଇଥିଲା । ଏହାର ମୁକାବିଲା ପାଇଁ ପ୍ରଶାସନିକ ଅଧିକାରୀଙ୍କ ଉପରେ ଦାୟିତ୍ଵ ବଢି ଥିଲା । ତେଣୁ ପ୍ରଶାସନିକ ଅଧିକାରୀଙ୍କୁ ବତୀ ଲଗାଇବାକୁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଚିଠି ସଂଖ୍ୟା ୧୭୦୭ଆରଏନଡିଏ ମ ( ଡିଏମ ) ୧୩ମାର୍ଚ୍ଚ ୨୦୨୦ରେ ଅନୁମତି ଦିଆଯାଇଥିଲା । ଏହି ସୁଯୋଗରେ ପୁଣି ଗାଡିମାନଙ୍କରେ ବତୀ ଲଗାଯାଇଥିଲା । କିନ୍ତୁ ମହାମାରୀ ସରିବା ପରେ ଗତ ଏପ୍ରିଲ ୨୧ରେ ବାଣିଜ୍ୟ ଓ ପରିବହନ ବିଭାଗ ଚିଠି ସଂଖ୍ୟା ୩୧୩୦ରେ ପୂର୍ବ ଆଦେଶକୁ ରଦ୍ଦ କରିସାରିଛନ୍ତି । ଏହି ନିର୍ଦ୍ଦେଶକୁ କର୍ଲାମୁଣ୍ଡା ଗୋଷ୍ଠି ଉନ୍ନୟନ ଅଧିକାରୀ ଅବଜ୍ଞା କରି ତାଙ୍କ ଗାଡ଼ିରୁ ବତୀ କାଢ଼ିନଥିବା ଦେଖୁବାକୁ ମିଳିଛି । ଏନେଇ କର୍ଲାମୁଣ୍ଡା ବ୍ଲକ ର ଗୋଷ୍ଠି ଉନ୍ନୟନ ଅଧିକାରୀ ଙ୍କ ପ୍ରତିକ୍ରିୟା ନେବା ପାଇଁ ଫୋନ ଯୋଗେ ଯୋଗାଯୋଗ କରିଥିଲେ ମଧ୍ୟ ଫୋନ ଗ୍ରହଣ କରିନଥିଲେ ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe