//BREAKING//
Loading...

ରାଜ୍ୟ ସରକାରଙ୍କ ନିଷ୍ପତ୍ତି: ଡ୍ରାଇଭରଙ୍କୁ ମିଳିବ ପେନସନ ।

 ଭୁବନେଶ୍ବର:-(ତର୍ଜମା ବ୍ୟୁରୋ ନ୍ୟୁଜ) ଓଡ଼ିଶାର ବିଭିନ୍ନ ଡ୍ରାଇଭର ସଂଘ ସହ ସଚିବାଳୟରେ ରାଜ୍ୟ ସରକାର ଙ୍କ ବିଭିନ୍ନ ସମସ୍ୟା ନେଇ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଥିବା ଜଣାପଡିଛି  । ଏହି ଆଲୋଚନାରେ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିସନର ପ୍ରଦୀପ ଜେନା, ବିଷ୍ଣୁପଦ ସେଠୀ, ଅରୁଣ ବୋଥ୍ରା ସୁବାଷ ସିଂ, ପ୍ରଶାନ୍ତ ମୁଦୁଲି, ପରିବହନ ଓ ଶ୍ରମ ବିଭାଗ ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଓଡ଼ିଶାରେ ଗଠନ ହେବ "ପରିବହନ କଲ୍ୟାଣ ବୋର୍ଡ" ଯେଉଁଥିରେ ସମସ୍ତ ସଂଗଠନ ସଦସ୍ୟ ରହିବେ । ସଡ଼କ ଦୁର୍ଘଟଣାରେ ମୃତ ଓ ଚିକିତ୍ସିତ ଡ଼୍ରାଇଭରଙ୍କୁ ସହାୟତା ମିଳିବ। ଇଏସ୍‌ଆଇ ସୁବିଧା ମିଳିବ। ରାଜ୍ୟ ରାଜପଥ ଓ ଜାତୀୟ ରାଜପଥରେ ୫୦ କିମି ଦୂରରେ ପ୍ରତିଷ୍ଠା ହେବ ବିଶ୍ରାମାଗାର। ପ୍ରତି ଡ୍ରାଇଭରକୁ ପେନସନ ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି । ଆଲୋଚନା ବେଳେ ଓଡ଼ିଶା ଡ୍ରାଇଭର ମହାସଂଘ, ଅଲ୍ ଓଡିଶା ଡ଼୍ରାଇଭର ମହାସଂଘ, ରାଜଧାନୀ ମୋଟର କର୍ମଚାରୀ ସଂଘ, ଅଲ୍ ଓଡିଶା ପରିବହନ ସଂଘ, ଅଟୋ ଆସୋସିଏସନ୍  ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ, ଗତ ଏପ୍ରିଲ ୧୮ ତାରିଖରେ ଏକାଧିକ ଦାବି ନେଇ ଓଡ଼ିଶାର ସମସ୍ତ  ସଙ୍ଘ ଭୁବନେଶ୍ଵରରେ ବିଶାଳ ଶୋଭାଯାତ୍ରା କରି ବିଭିନ୍ନ ଦାବି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe