//BREAKING//
Loading...

ରାଜ୍ୟରେ ୧୭୩୦ ଏଏସଆଇ ଓ ଏସଆଇ ପଦବୀ ପୂରଣ ହେବ:ଆଇନ ଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ ରହିଛି :-ମୁଖ୍ୟମନ୍ତ୍ରୀ


 

 ଭୁବନେଶ୍ବର:-(ତର୍ଜମା ବ୍ୟୁରୋ ନ୍ୟୁଜ) ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି। ଗୃହ ବିଭାଗ ଖର୍ଚ୍ଚଦାବି ଆଲୋଚନାରେ ଭାଗ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ରାଜ୍ୟ ରେ ଆଇନ ଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ ରହିଛି ବୋଲି ବିବୃତି ରଖିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିବା ସହ  ମାଓବାଦୀ କାର୍ଯ୍ୟକଳାପ ମଧ୍ୟ କମିଛି । ରାଜ୍ୟ ରେ ପୁଲିସ ବିଭାଗର ମାନବସମ୍ବଳ ବଢାଇବା ପାଇଁ ପ୍ରାଥମିକତା ଦିଆଯାଇଛି।ଗତବର୍ଷ ଓଡ଼ିଶା ପୁଲିସର ବିଭିନ୍ନ ପଦବିରେ ୯୪୪ ଜଣଙ୍କୁ ନିଯୁକ୍ତି ମିଳିଛି। ଅର୍ଥନୈତିକ ଅପରାଧ ରୋକିବା ପାଇଁ ୧୫ଟି ସାଇବର ଥାନା ପ୍ରତିଷ୍ଠା କରାଯାଇଛି। ଟ୍ରାନ୍ସଜେଣ୍ଡରମାନଙ୍କୁ ଏସ୍‌ଆଇ ପଦବିରେ ନିଯୁକ୍ତି ଦିଆଯାଇଛି। ରାଜ୍ୟରେ  ଆହୁରି ଅଧିକ ୧୭୩୦ ଏଏସ୍‌ଆଇ ଓ ଏସ୍‌ଆଇ ପଦବି ପୂରଣ କରିବା ପାଇଁ ପ୍ରକ୍ରିୟା ଚାଲିଥିବା ମୂଖ୍ୟମନ୍ତ୍ରୀ ଗୃହରେ ପ୍ରକାଶ କରିଛନ୍ତି । ସେହିଭଳି ରାଜ୍ୟର ସବୁ ‌ପୁଲିସ ଷ୍ଟେସନରେ ସିସିଟିଭି ଲାଗିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏ ପର୍ଯ୍ୟନ୍ତ ୫୯୩ଟି ଥାନା ମଧ୍ୟରୁ ୫୮୪ଟି ଥାନାରେ ସିସିଟିଭି ଲଗା ଯାଇଥିବା  ସୂଚନା ଦେଇଛନ୍ତି। ପୁଲିସ ଥାନାଗୁଡ଼ିକୁ 'ମୋ ସରକାର' ସହିତ ଯୋଡ଼ାଯାଇଛି। ପଞ୍ଚାୟତ, ପୌର ନିର୍ବାଚନ ଓ ମାଓ ଇଲାକାରେ ଶାନ୍ତି ଶୃଙ୍ଖଳାରେ ନିର୍ବାଚନ କରାଯାଇଛି।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପୁରୀରେ ରଥଯାତ୍ରା ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଛି। ଦୁଇ ବର୍ଷ ପରେ ସାଧାରଣ ଭକ୍ତି ପୁରୀ ରଥଯାତ୍ରାରେ ସାମିଲ ହୋଇଥିଲେ। ବ୍ୟାପକ ପୁଲିସ ମୁତୟନ ଯୋଗୁଁ ମହାପ୍ରଭୁଙ୍କ ରଥଯାତ୍ରା ଶୃଙ୍ଖଳିତ ହୋଇପାରିଛି ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe