//BREAKING//
Loading...

ଚେତିଲା ଗଣଶିକ୍ଷା ବିଭାଗ: କୋରାପୁଟ ଓ ବଲାଙ୍ଗୀର ଜିଲ୍ଲାରେ ମଧ୍ୟାହ୍ନ ଭୋଜନ ଚାଉଳ ହରିଲୁଟ ଘଟଣା ପରେ ସମସ୍ତ CRCC ଙ୍କୁ କାର୍ଯ୍ୟନ୍ତର ନିର୍ଦେଶ ଦେଲା ଶିକ୍ଷା ବିଭାଗ


 ଭୁବନେଶ୍ୱର:--(ତର୍ଜମା ବ୍ୟୁରୋ ନ୍ୟୁଜ):--ରାଜ୍ୟର ଚିର ଅବହେଳିତ କୋରାପୁଟ ଓ ବଲାଙ୍ଗିର ଜିଲ୍ଲା ରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ମଧ୍ୟାହ୍ନ ଭୋଜନ ଚାଉଳ ହରିଲୁଟ ଓ ବ୍ୟାପକ ଦୁର୍ନୀତି ଘଟଣା ପଦାକୁ ଆସିବା ପରେ ଚେତା ପଶିଛି ରାଜ୍ୟ ଗଣଶିକ୍ଷା ବିଭାଗ କୁ । ଏହି ଦୁଇ ଜିଲ୍ଲାର ସବୁ CRCCଙ୍କୁ କାର୍ଯ୍ୟାନ୍ତର କରିବା ଲାଗି ବିଭାଗ ଏ ଦୁଇଟି ଜିଲ୍ଲାର ଶିକ୍ଷାଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।କୋରାପୁଟର ୧୧୪ ଏବଂ ବଲାଙ୍ଗୀରର ୮୦ରୁ ଅଧିକ ସିଆରସିସିଙ୍କୁ କାର୍ଯ୍ୟାନ୍ତର କରାଯାଇଥିବା ସୂଚନା ମିଳିଛି ।ସେହିପରି ଦୁଇଟି ଜିଲ୍ଲାର ମଧ୍ୟାହ୍ନ ଭୋଜନ ବୁଝୁଥିବା ସବୁ DTP ଅପରେଟରଙ୍କୁ ମଧ୍ୟ କାର୍ଯ୍ୟାନ୍ତର ନିର୍ଦ୍ଦେଶ ଦେଇଛି ଗଣଶିକ୍ଷା ବିଭାଗ । ସେମାନଙ୍କ ସ୍ଥାନରେ ତୁରନ୍ତ ନୂତନ ସିଆରସିସିଙ୍କୁ ନିଯୁକ୍ତ କରିବାକୁ ନିର୍ଦେଶ ଦିଆଯାଇଥିବା ଜଣା ପଡ଼ିଛି।କୋରାପୁଟର ୧୩ ଜଣ ଏବଂ ବଲାଙ୍ଗୀରର ୧୪ ଜଣ DTP ଅପରେଟରଙ୍କୁ କାର୍ଯ୍ୟାନ୍ତର କରାଯାଇଛି । ମଧ୍ୟାହ୍ନ ଭୋଜନ ଚାଉଳ ଯୋଗାଣ ବିଭାଗ ମାଧ୍ୟମରେ ଆସୁଛି, ତେଣୁ କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗୀୟ ପ୍ରମୁଖ ସଚିବଙ୍କୁ ଚିଠି ଲେଖାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି । କୋରାପୁଟ ଓ ବଲାଙ୍ଗୀର ଜିଲ୍ଲାରେ ମଧ୍ୟାହ୍ନ ଭୋଜନରେ ଦୁର୍ନୀତି ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି ଗଣଶିକ୍ଷା ବିଭାଗ ।ସୂଚନାଯୋଗ୍ୟ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ଚିଠି ଆସିବା ପରେ ତାଙ୍କ ପକ୍ଷରୁ ନିଯୁକ୍ତ ବ୍ୟକ୍ତିଙ୍କୁ ଚାଉଳ ଦିଆଯାଇଥାଏ। ସେ ହିଁ ବଣ୍ଟନ ଦାୟିତ୍ୱ ନେଇଥାନ୍ତି। ମାତ୍ର ବଲାଙ୍ଗିର ଜିଲ୍ଲାରେ ଦେଖିବାକୁ ମିଳିଛି ବ୍ୟତିକ୍ରମ । ଜିଲ୍ଲା ଶିକ୍ଷାଧିକାରୀ ନିଯୁକ୍ତ କରିଥିବା ବ୍ୟକ୍ତି ଚାଉଳ ଉଠାଇଛନ୍ତି, ହେଲେ ବଣ୍ଟନ କରି ନାହାନ୍ତି। ବଲାଙ୍ଗିର ଜିଲ୍ଲାର ଅଧିକାଂଶ ସ୍କୁଲକୁ ଗତ ୬ ମାସର ମଧ୍ୟାହ୍ନ ଭୋଜନ ଚାଉଳ ମିଳିନି। ଚାଉଳ ଡିପୋରୁ ଉଠାଇବା ପରେ ଟ୍ରାନ୍ସପୋର୍ଟ ଏଜେଣ୍ଟ ଏହାକୁ ଗାଏବ କରିଦେଇଥିବା ତଦନ୍ତ ରୁ ଜଣାପଡ଼ିଛି। ଜିଲ୍ଲା ଶିକ୍ଷାଧିକାରୀ କେବଳ ଟ୍ରାନ୍ସପୋର୍ଟ ଏଜେଣ୍ଟଙ୍କୁ କାରଣ ଦର୍ଶାଓ ନୋଟିସ ଜାରି କରି ବସି ରହିଥିବା ବେଳେ ଏହାକୁ ନେଇ ଆରମ୍ଭ ହୋଇଥିଲା ତନାଘନା। ଶେଷରେ ଆକ୍ସନ ମୁଡକୁ ଆସିଛି ଗଣଶିକ୍ଷା ବିଭାଗ ।ତେବେ ଟ୍ରାନ୍ସପୋର୍ଟ ଏଜେଣ୍ଟ ଧରା ପଡିଲେ ମଧ୍ୟାହ୍ନ ଭୋଜନ ଚାଉଳ ଯୋଗାଣ ହରିଲୁଟ ଘଟଣା ଜଣା ପଡିବ ।ରାଜ୍ୟର ସମସ୍ତ ଶିକ୍ଷା ଜିଲ୍ଲାରେ ମଧ୍ୟାହ୍ନ ଭୋଜନ ଚାଉଳ ଯୋଗାଣ ରେ ବାଟ ମାରଣା ହୋଇଛି ନା ନାହିଁ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ଉଚ୍ଚ ସ୍ତରୀୟ ତଦନ୍ତ କରିବା ପାଇଁ ବିଭିନ୍ନ ମହଲ ରୁ ଦାବି ହେଉଛି ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe