ଭବାନୀପାଟଣା:---(ତର୍ଜମା ନ୍ୟୁଜ)ଗତ କିଛି ଦିନ ତଳେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଘୋଟିଆ ଗାଁ ର ଝିଅ କନକ ନିଆଁଲ ଚିଚିଆ ବାଳିକା ହାଇସ୍କୁଲ ର ଦଶମ ଶ୍ରେଣୀ ଛାତ୍ରୀ କୁ ଚିଚିଆ--ଘୋଟିଆ ରାସ୍ତା କଡରେ ଏକ ଗଛରେ ବେକ ରେ ଓଢଣୀ ଦେଇ ସନ୍ଦେହ ଜନକ ଭାବେ ଆତ୍ମହତ୍ୟା ଘଟଣା କୁ ନେଇ ଜିଲ୍ଲାର ବହୁଜନ ଛାତ୍ର ସଂଗଠନ, କନକ ନିଆଲ କୁ ନ୍ୟାୟ ଦେବା ଓ ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରି ଆଜି ବାର ଘଣ୍ଟିଆ ଭବାନୀପାଟଣା ସହର ବନ୍ଦ ଡାକରା ଦେଇଛନ୍ତି ।ବହୁଜନ ଛାତ୍ର ସଂଗଠନ ପକ୍ଷରୁ ଭବାନୀପାଟଣା ଉପକଣ୍ଠ ରେ ଥିବା କଲେଜ ଛକ ଏବଂ ମହିଳା ମହାବିଦ୍ୟାଳୟ ସମ୍ମୁଖ ଜାତୀୟ ରାଜପଥ ଉପରେ ଦୀର୍ଘ ଛଅଘଣ୍ଟା ଧରି ଅବରୋଧ କରିବା ସହ ଏହି ଘଟଣା ର ସିବିଆଇ ତଦନ୍ତ ଦାବି କରିଛନ୍ତି । ଆନ୍ଦୋଳନ କାରୀ ଛାତ୍ର ଛାତ୍ରୀ ମାନେ ଏକ ବିରାଟ ଶୋଭାଯାତ୍ରା ରେ ଯାଇ ରାଜ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଏସପି କଳାହାଣ୍ଡି ଙ୍କ ଜରିଆରେ ପ୍ରଦାନ କରିଛନ୍ତି । କନକ ନିଆଲ କୁ ବଳାତ୍କାର ଓ ହତ୍ୟା କରି ଗଛରେ ଲାଗଇ ଦୁର୍ବୁତ୍ତ ମାନେ ହତ୍ୟା କରି ପିଡିତା କୁ ତା ଓଢଣୀ ରେ ଫାଶୀ ଲଗେଇ ଗଛ ରେ ଓହଲାଇ ଆତ୍ମହତ୍ୟା ର ରୂପ ଦେଇଥିବା ଯୋଗୁଁ ଏହି ଘଟଣା ର ନିରପେକ୍ଷ ତଦନ୍ତ ସିବିଆଇ ଦ୍ବାରା କରି ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ନାବାଳିକା କନକ ନିଆଲ କୁ ନ୍ୟାୟ ପାଇଁ ଦାବି କରିଛନ୍ତି । ଛାତ୍ରନେତା ରମାକାନ୍ତ ନାଏକ ଏବଂ ପ୍ରିୟଙ୍କା ବେମାଲ ଙ୍କ ନେତୃତ୍ୱରେ ଜିଲ୍ଲାର କୋଣ ଅନୁକୋଣରୁ ବହୁଜନ ଛାତ୍ର ସଂଗଠନ ର ଶହ ଶହ ଛାତ୍ରଛାତ୍ରୀ ଉପସ୍ଥିତ ରହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
କନକ ନିଆଲ ଙ୍କ ସନ୍ଦେହଜନକ ଆତ୍ମହତ୍ୟା ଘଟଣା ର ସିବିଆଇ ତଦନ୍ତ ପାଇଁ ବହୁଜନ ଛାତ୍ର ସଂଗଠନ ତରଫରୁ ବିକ୍ଷୋଭ ପ୍ରଦର୍ଶନ ।
By: Tarzama News
0
Tags
ଭବାନୀପାଟଣା
Post a Comment