//BREAKING//
Loading...

ଦରଦାମ ବୃଦ୍ଧି ବିରୁଦ୍ଧରେ କଂଗ୍ରେସ ର ହଲ୍ଲାବୋଲକାର୍ଯ୍ୟକ୍ରମ ।

 



ନର୍ଲା:--(ତର୍ଜମା ନ୍ୟୁଜ)ଦେଶ ରେ ଦରଦାମ ବୃଦ୍ଧିକୁ ନେଇ ନର୍ଲା କଂଗ୍ରେସ ଦଳର ହାଲ୍ଳlବୋଲ କାର୍ଯ୍ୟକ୍ରମ ନର୍ଲା ବଜାର ଠାରେ ଅନୁଷ୍ଠିତ ହୋଇ ଯାଇଛି l ନର୍ଲା ବ୍ଲକ କଂଗ୍ରେସ ଉପ ସଭାପତି ସୁଦାମ ପ୍ରଧାନ ଙ୍କ ନେତୃତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି କଂଗ୍ରେସ ପର୍ଯ୍ୟବେକ୍ଷକ ଶ୍ରୀ ଡମ୍ବରୁ ଛତ୍ରିଆ, ଜିଲ୍ଲା ସଭାପତି ଭାରତ ବେମାଲ, ରାଜୀବଗାନ୍ଧୀ ପଂଚାୟତ୍ତିରାଜ ସଂଗଠନ କଳାହାଣ୍ଡି ସଂଯୋଜକ ସରୋଜ ବାଗ, ଜିଲ୍ଲା ଛାତ୍ର କଂଗ୍ରେସ ଉପସଭାପତି ଦେବାଶିଷ କୁମାର, ଯୁବକଂଗ୍ରେସ ବ୍ଲକ ସଭାପତି ଦିପୁ ପାତ୍ର, ଙ୍କ ସମେତ ଅନେକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ l କେନ୍ଦ୍ର ସରକାର ଙ୍କ ଅହେତୁକ ଦରଦାମ ବୃଦ୍ଧି, ଗରିବ ମଧ୍ୟବିତ୍ତ ଙ୍କ ମୁଣ୍ଡବ୍ୟଥାର କାରଣ ସାଜିଲାଣି l ସେହିପରି ଗ୍ୟାସ, ପେଟ୍ରୋଲ, ଡିଜେଲ, ଖାଉଟି ସାମଗ୍ରୀ ଯଥା ତେଲ, ଲୁଣ, ଡାଲି, ଚାଉଳ, ବିସ୍କୁଟ,ଭଳି ସାମଗ୍ରୀ ପନିପରିବା ଇତ୍ୟାଦି ର ଦରଦାମ ବୃଦ୍ଧି ସାଧାରଣ ଲୋକଙ୍କୁ ଅଡୁଆରେ ପକାଇଲାଣି l ଚୂଡ଼ା, ମୁଢି,ଅଟା, ଗୁଡା, ଉଖୁଡା, ଦହି,ପନିର ଓ ସ୍କୁଲ ପିଲାଙ୍କ ପେନସିଲ, କଟର, ଖାତା ଉପରେ ସରକାର ଟେକ୍ସ ଲାଇବା ବୋଝ ଉପରେ ନଳିତାବିଡା ସଦୃଶ ଏଣୁ କେନ୍ଦ୍ର ସରକାର ଙ୍କ ଉପରେ ନେତାମାନେ ଗର୍ଜିଥିଲେ l



Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe