ଭବାନୀପାଟଣା:----(ତର୍ଜମା ନ୍ୟୁଜ) ସାରା ଭାରତ ରେ ଆଜାଦି କା ୭୫ ବର୍ଷ ପୂର୍ତ୍ତି ଅବସର ରେ ଆଜାଦି କା ଅମୃତ ମହୋତ୍ସବ ପାଳନ ହେଉଛି ଏହି କ୍ରମରେ ସ୍ଥାନୀୟ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ପରିସର ରେ *ସାଲୁଟ ତିରଙ୍ଗା ରାଷ୍ଟ୍ରବାଦୀ ସଂଗଠନ* ତରଫରୁ ଶିଶୁ ଚିତ୍ରକଳା ଅନୁଷ୍ଠିତ ହୋଇଥିଲା। ଏହି ଚିତ୍ରକଳା ର ବିଷୟ ବସ୍ତୁ ଥିଲା *ଭାରତୀୟ ଜାତୀୟ ପତାକା* ବିଭିନ୍ନ ସ୍କୁଲ ରୁ ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ସାଲୁଟ ତିରଙ୍ଗା ସଂଗଠନ ର ରାଜ୍ୟ ସଭାପତି ଡ଼. ଶିବରାମ ନାୟକଙ୍କ ସତ୍ଵାବଧାନ ରେ ଅନୁଷ୍ଠିତ ପ୍ରତିଯୋଗିତା ରେ ଚିତ୍ରକଳା ର ମୁଖ୍ୟ ବିଚାରକ ରୂପେ ମୁକୁନ୍ଦ ରେଡ୍ଡୀ ଯୋଗଦେଇଥିଲେ। ଏହି କାଯ୍ୟକ୍ରମ ରେ ବସନ୍ତ କୁମାର ନାଏକ, ନରେନ୍ଦ୍ର ସୁନାନୀ, ଘନଶ୍ୟାମ ପ୍ରଧାନ, ବୃଷଭ ଦାସ, ଜଗମୋହନ ମାଝୀ, ପିଙ୍କି ସାଗର,ସୁଶାନ୍ତ ନାଏକ, ଚନ୍ଦ୍ରପ୍ରଭା ମିଶ୍ର, ବୈଶାଖୀ ନାଏକ, ବିଷ୍ଣୁ ଚରଣ ସ୍ୱାଇଁ ଓ ଶୋଭନ ରେଡ୍ଡୀ ସହଯୋଗ କରିଥିଲେ।
ସାଲୁଟ ତିରଙ୍ଗ ସଂଗଠନ ତରଫରୁ ଶିଶୁ ଚିତ୍ରକଳା ପ୍ରତିଯୋଗିତା
By: Tarzama News
0
Tags
ଭବାନୀପାଟଣା



Post a Comment