//BREAKING//
Loading...

ଭବାନୀପାଟଣାର ଐତିହାସିକ ଆଶା ସାଗରକୁ ଇକୋ ଟୁରିଜିମ୍ ସାଇଟ ଭାବରେ ଘୋଷଣା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କର ଜରିଆରେ ସ୍ମାରକ ପତ୍ର ପ୍ରଦାନ


 ଭବାନୀପାଟଣାର ଐତିହାସିକ ଆଶା ସାଗରକୁ ଇକୋ ଟୁରିଜିମ୍ ସାଇଟ ଭାବରେ ଘୋଷଣା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କର ଜରିଆରେ ସ୍ମାରକ ପତ୍ର ପ୍ରଦାନଐତିହାସିକ ଆଶା ସାଗରର ପୁନଃ ନିର୍ମାଣ, ପୁନଃ ଉଦ୍ଧାର ଏବଂ ଏହାକୁ ଇକୋ ଟୁରିଜମ୍ ସାଇଟ ମାନ୍ୟତା ଦାବି ନେଇ ଏକ ସ୍ମାରକପତ୍ରକଳାହାଣ୍ଡି ଜିଲ୍ଲାପାଳ ଙ୍କର ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ବିଜେଡି ରାଜ୍ୟ ପରିଷଦ ସଦସ୍ୟଡ଼ଃ, ଭବାନୀ ଶଙ୍କର ନିଆଲ ପ୍ରଦାନ କରିଥିବା ଜଣାପଡ଼ିଛି। ସୂଚନା ଯୋଗ୍ୟ ଯେ, ଐତିହାସିକ ଆଶା ସାଗର ୯୧ ହେକ୍ଟର ଜମି ଉପରେ ଖନନ କରା ଯାଇ ଥିବା ଭବାନୀପାଟଣାର ଏକ ପ୍ରମୁଖ ଜଳଭଣ୍ଡାର ଅଟେ । ଏଠି ପାଖା ପାଖି ଦଶ ରୁ ପନ୍ଦର ହଜାର ଲୋକେ ନିର୍ଭର କରନ୍ତି । ଦୀର୍ଘ ଦିନରୁ ଏହା ପ୍ରଶାସନର ଦୃଷ୍ଟି ଆକର୍ଷଣ ନ ହୋଇଥିବା କାରଣରୁ ଲଗାତାର ଭାବରେ ଏହାର ପାରିପାର୍ଶ୍ବିକ ଜମିକୁ ଜବର ଦଖଲ କରାଯାଇଥିବା ଯୋଗୁଁ ବର୍ତ୍ତମାନ ମାତ୍ର ୨୦ରୁ୨୫ଏକର ବଞ୍ଚିଛି ଏଥିସହ ଏହାର ପାରିପାର୍ଶିକ ସମସ୍ତ ଜମି ହଡପ କରିବା ଏବଂ ଜବରଦଖଲ କାରୀ ଙ୍କ କବଜା ରେ ରହିଥିବା ଯୋଗୁଁ ବିଦ୍ଭିନ୍ନ ସମୟରେ ଚର୍ଚ୍ଚା ହେଉଥିଲେ ସୁଦ୍ଧା ଏହାର ସମାଧାନ ଏ ଯାଏଁ ହେଇ ପାରୁନାହିଁ । ଏହା ବ୍ୟତୀତ ଏହାକୁ ଯଦି ଠିକ ଭାବରେ ପୁନଃଉଦ୍ଧାର କରାଯାଏ ତାହେଲେ ଏହି ଜଳଭଣ୍ଡାର ନିଶ୍ଚିତ ଭାବରେ ସହରର ଗୋଟିଏ ଇକୋ ଟୁରିଜମ୍ ସେଣ୍ଟର ଭାବରେ ଟୁରିଷ୍ଟ ମାନଙ୍କୁ ଆକର୍ଷଣ କରିବ । ଏହା ଏକ ଇନକମ ଜେନେରେସନ ମଧ୍ୟ ତିଆରି କରିପାରିବ । ଏଣୁ ଏହାର ପୁନଃଉଦ୍ଧାର କରିବା ସଙ୍ଗେ ସଙ୍ଗେ ଏହାକୁ ସ୍ୱତନ୍ତ୍ର ଭାବରେ ରାଜ୍ୟ ସରକାରଙ୍କ ଇକୋ ଟୁରିଜମ୍ ମେପରେ ସ୍ଥାନ ଦେବା ପାଇଁ ସହରବାସୀଙ୍କ ତରଫରୁ ଚର୍ଚ୍ଚା ହେଉଛି । ଏହି କ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏ ସମ୍ପର୍କରେ ରାଜ୍ୟ ପରିଷଦ ସଦସ୍ୟ ଡ଼. ଭବାନୀ ଶଙ୍କର ନିଆଲ ଦୃଷ୍ଟି ଆକର୍ଷଣ କରି ନିମ୍ନଲିଖିତ ବିଷୟ ଉପରେ ପୁନଃର୍ବିଚାର କରିବା ସହ ଏହାର ପ୍ରତିଲିପି ଶ୍ରୀମତୀ ଟୁକୁନି ସାହୁ, ମାନ୍ୟବର ଜଳସମ୍ପଦ ମନ୍ତ୍ରୀ,ଓଡିଶା ସରକାର / ସାଂସଦ, କଳାହାଣ୍ଡି/ବିଧାୟକ, ଭବାନୀପାଟଣା / ଅଧ୍ୟକ୍ଷ, ଜିଲ୍ଲାପରିଷଦ, କଳାହାଣ୍ଡି /ଅଧ୍ୟାକ୍ଷା, ଭବାନୀପାଟଣା ପୌରପାଳିକା / ନିର୍ବାହୀ ଯନ୍ତ୍ରୀ, ଏମ. ଆଇ କଳାହାଣ୍ଡି ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରଦାନ କରାଯାଇଥିବା ଜଣାଯାଇଛି ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe