ମ:ରାମପୁର:----(ତର୍ଜମା ନ୍ୟୁଜ)କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ସୁନାମୁଖୀ ଜଙ୍ଗଲ ରେ ଏକ ମୁଣ୍ଡ ବିହୀନ ମୃତଦେହ ପଡି ରହିଥିବା ଦେଖିବାକୁ ମିଳିଛି।ସୂଚନା ଅନୁଯାୟୀ ମଦନପୁର ରାମପୁର ରୁ ବଲାଙ୍ଗୀର କୁ ସଂଯୋଗ କରୁଥିବା ରାସ୍ତାର ସୁନାମୁଖୀ ଜଙ୍ଗଲ ରାଜ୍ୟ ରାଜପଥ ରୁ ପ୍ରାୟ ୧୦୦ ମିଟର ଦୂରରେ ଉଲଗ୍ନ ଓ ମୁଣ୍ଡବିହୀନ ମୃତଦେହ ପଡି ରହିଥିବା ଲୋକେ ଦେଖି ପୋଲିସ କୁ ଖବର ଦେଇଥିଲେ।ଖବର ପାଇ ଘଟଣା ସ୍ଥଳରେ ମଦନପୁର-ରାମପୁର ଥାନା ଅଧିକାରୀ ଶ୍ରୀ ସଚିନ୍ଦ୍ର ପ୍ରଧାନ ଙ୍କ ନେତୃତ୍ୱରେ ଏକପୋଲିସ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ପ୍ରାଥମିକ ତଦନ୍ତ ରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପୋଲିସ ଜାଣିବାକୁ ପାଇଥିବା ସୂଚନା ମିଳିଛି।ସେପଟେ ଶରୀରରୁ ମୁଣ୍ଡ କେଉଁ ଆଡେ ଗଲା ସେ ନେଇ ପୋଲିସ ଓ ସନ୍ଧାନୀ କୁକୁର ସାହାଯ୍ୟ ରେ ତଦନ୍ତ ଚଳାଇ ଥିବା ବେଳେ ମୃତ ବ୍ୟକ୍ତିଙ୍କ ବର୍ତ୍ତମାନ ସୁଦ୍ଧା ପରିଚୟ ମିଳି ପାରିନଥିବା ପୋଲିସ ସୂଚନା ଦେଇଛନ୍ତି ।
Post a Comment