//BREAKING//
Loading...

କିର୍କାକାନୀ ଗ୍ରାମରେ ଦୁଇ ଜଣ ପ୍ରେମି ଯୁଗଳ ବେକରେ ଫାସି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି

 


କଳାହାଣ୍ଡି:- ଜିଲ୍ଲା ଧର୍ମଗଡ ଥାନା ଅନ୍ତର୍ଗତ କିର୍କାକାନି କେନାଲ ହୁଡ଼ା ନିକଟସ୍ଥ ଏକ ଗଛ ଉପରେ ପ୍ରେମୀ ଯୁଗଳଙ୍କ ମୃତଦେହ ଆଜି ଦେଖିବାକୁ ମିଳିଛି। ମୃତକ ହେଲେ ପାର୍ଥ ରାଉତ (୨୩) ଓ ନାବାଳିକା ଦୀପା ନାଏକ (୧୬) ଙ୍କର ବୋଲି ଜଣାପଡିଛି। ମୃତା ଛାତ୍ରୀ ଜଣକ ଶୋଶିଆ ହାଇସ୍କୁଲ ର ନବମ ଶ୍ରେଣୀର ଛାତ୍ରୀ ବୋଲି ତା ପାଖରୁ ମିଳିଥିବା ପରିଚୟ ପତ୍ର ରୁ ଜଣା ପଡିଛି। ଖବର ପାଇ ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀ ଧିରଜ୍ ଚୋପଦାର ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରଛନ୍ତି। ପ୍ରେମ ସମ୍ପର୍କକୁ ନେଇ ଉଭୟେ ଆତ୍ମହତ୍ୟା କରିଥିବା ପାରିପାର୍ଶିକ ସ୍ଥିତିରୁ ପୋଲିସ ଅନୁମାନ କରୁଛି। ତଦନ୍ତ ଚାଲିଛି ଖୁବ ଶୀଘ୍ର ସତ୍ୟ ଲୋକଲୋଚନକୁ ଆସିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ।

କଳାହାଣ୍ଡି ଜିଲ୍ଲା, କୋକସରା ରୁ ଗଣେଶ କୁମାର ଭାଟି ଙ୍କ ରିପୋର୍ଟ ତର୍ଜମା ନ୍ୟୁଜ 

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe