ଲାଞ୍ଜିଗଡ:--(ତର୍ଜମା ନ୍ୟୁଜ)ଆଜି ଜାତୀୟ କୃମି ନାଶକ ଦିବସ ଥିବା ବେଳେ କଳାହାଣ୍ଡିର ବିଭିନ୍ନ ସ୍କୁଲ, ଅଙ୍ଗନବାଡି କେନ୍ଦ୍ର ମାନଙ୍କରେ ୧ ରୁ ୫ ବର୍ଷର ଶିଶୁ ମାନଙ୍କୁ ଏଲବେଣ୍ଡଯାଲ ଶିରପ ଖାଇବାକୁ ଦିଆଯାଉଥିବା ବେଲେ ୫ ରୁ ୧୯ ବର୍ଷ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀଙ୍କୁ ବଟିକା ଦିଆଯାଇଥିଲା ।ଏହି ପରିପ୍ରେକ୍ଷୀରେ ଲାଞ୍ଜିଗଡ ବ୍ଲକ ବାତେର୍ଲିମା ଅଙ୍ଗନବାଡି କେନ୍ଦ୍ର ଓ ରିହେପ କଲୋନୀ ଅଙ୍ଗନବାଡି କେନ୍ଦ୍ରରେ ଶିଶୁ ମାନଙ୍କୁ ଏହି ଶିରପ ଖାଇବାକୁ ଦିଆଯାଇ ଥିଲା।ସିରପ ଖାଇବା ପରେ କିଛି ଶିଶୁ ଅସୁସ୍ଥ ହୋଇ ପଡ଼ିଥିବା ବେଳେ ସେମାନଙ୍କୁ ଲାଞ୍ଜିଗଡ ସିଏଚସି ରେ ଆଣି ଚିକିତ୍ସା କରାଯାଇଛି ।ସୂଚନା ଅନୁଯାୟୀ, କୃମି ନାଶକ ଦିବସ ଅବସରରେ ଲାଞ୍ଜିଗଡ ବ୍ଳକ ବାତେଲିମା ଅଙ୍ଗନବାଡି କେନ୍ଦ୍ରରେ ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀ ୪୫ ଜଣ ୧ ରୁ ୫ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ଏଲବେଣ୍ଡଜାଲ ସିରପ ଖାଇବାକୁ ଦେଇଥିଲେ।ଦେବାର କିଛି ସମୟ ପରେ ୧୫ ଜଣ ଶିଶୁ ଅସୁସ୍ଥ ହୋଇଥିବା ନେଇ ବିଶ୍ୱନାଥପୁର ସିଏଚସି କୁ ଫୋନ କରିଥିଲେ।ଖବର ପାଇ ବିଶ୍ୱନାଥପୁର ଡାକ୍ତରୀ ଟିମ ଡ଼. ନରେନ୍ଦ୍ର ଦାସଙ୍କ ସମେତ ଅନ୍ୟ ମାନେ ଘଟଣା ସ୍ଥଳରେ ପହଞ୍ଚି ସ୍ୱାସ୍ଥ୍ୟ ପରୀକ୍ଷା ପରେ ଶିଶୁ ସୁସ୍ଥ ହୋଇଥିଲେ।ସେହିପରି ବ୍ଳକର ରିହେପ କଲୋନୀ ଅଙ୍ଗନବାଡି କେନ୍ଦ୍ରରେ ୩୦ ଶିଶୁ ମଧ୍ୟରୁ ଆଜି କେନ୍ଦ୍ରରେ ଉପସ୍ଥିତ ଥିବା ୧୭ ଜଣ ଶିଶୁଙ୍କୁ ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀ ଏଲବେଣ୍ଡଜାଲ ସିରପ ଖାଇବାକୁ ଦେଇଥିଲେ।କିନ୍ତୁ ସେ ମଧ୍ୟରୁ ୧୦ ରୁ ୧୨ ଜଣ ଶିଶୁ ଅସୁସ୍ଥ ହେବା ପରେ ଭୟରେ ସିରପ ଖାଇଥିବା ସମସ୍ତ ଶିଶୁଙ୍କୁ ଲାଞ୍ଜିଗଡ ସିଏଚସି ରେ ଚିକିତ୍ସା ପାଇଁ ପରିବାର ଲୋକେ ଆଣି ଭର୍ତ୍ତି କରିଥିଲେ।ସିଏଚସି ଡାକ୍ତର ଭବାନୀ ଶଙ୍କର ଲେଙ୍କା ସମେତ ଟୁନା ପାଣିଗ୍ରାହୀ, ତପନ ସାହୁ ଅସୁସ୍ଥ ଶିଶୁଙ୍କୁ ଏଭିଲ ଓ ଡେକସୋନା ଇଂଜେକସନ ଦେବା ପରେ ଶିଶୁ ମାନେ ସୁସ୍ଥ ହୋଇଥିଲେ।ଖବର ପାଇ ଲାଞ୍ଜିଗଡ ବେଦାନ୍ତ ଆଲୁମିନା ସିଏସଆର ମୁଖ୍ୟ ବିଭୁଦେନ୍ଦୁ ପଣ୍ଡା, ବେଦାନ୍ତ ମେଡ଼ିକାଲ ମୁଖ୍ୟ ଅକ୍ଷୟ ସାହୁ, ବଶନ୍ତପଡା ସରପଞ୍ଚ ଚାଞ୍ଚେର ମାଝୀ, ଜଗନ୍ନାଥପୁର ସମିତି ସଭ୍ୟ ପ୍ରଦୀପ ମାଝୀ,ବିଶ୍ୱନାଥପୁର ପିଏଚଇଓ ଦିବାକର ପ୍ରଧାନ, ବେଦାନ୍ତ ଡାକ୍ତରଖାନା ପରିଚାଳକ ଅଧିକାରୀ ଅମର ମହାନ୍ତି, ଅଙ୍ଗନବାଡି ସୁପରଭାଇଜର ଜୋସ୍ନା ମିଶ୍ର ସମେତ ଅନ୍ୟ ମାନଙ୍କ ଉପସ୍ଥିତରେ ଶିଶୁ ସୁସ୍ଥ ହେବା ପରେ ନିଜ ନିଜ ଘରକୁ ପରିବାର ଲୋକେ ନେଇଥିଲେ।କେଉଁ କାରଣରୁ ଏଭଳି ହେଲା ଏହାକୁ ନେଇ କୌଣସି ସୂଚନା ମିଳି ପାରିନାହିଁ।
କୃମି ନାଶକ ଔଷଦ ଖାଇ ୨୦ ରୁ ଉର୍ଦ୍ଧ୍ବ ଅଙ୍ଗନବାଡି ଶିଶୁ ଅସୁସ୍ଥ ।
By: Tarzama News
0




Post a Comment