//BREAKING//
Loading...

ଲୋକପ୍ରିୟ କ୍ରୀଡା ଶିକ୍ଷକ ମୁନିର ମହମ୍ମଦ ଙ୍କ ପରଲୋକ

ଭବାନୀପାଟଣା:---- (ତର୍ଜମା ନ୍ୟୁଜ) କଳାହାଣ୍ଡି ଜିଲ୍ଲାର ଲୋକପ୍ରିୟ କ୍ରୀଡା ଶିକ୍ଷକ ମୁନିର ମହମ୍ମଦ ଙ୍କ ଗତକାଲି ସ୍ଥାନୀୟ ମୁଖ୍ୟ ଡାକ୍ତରଖାନା ରେ ରାତି ପ୍ରାୟ ଘ ୮.୩୦ମି. ସମୟରେ ରେ ପରଲୋକ ଘଟିଛି । ତାଙ୍କୁ ୮୬ବର୍ଷ ବୟସ ହୋଇ ଥିଲା । ସ୍ୱାଧୀନତା ପୂର୍ବରୁ କଳାହାଣ୍ଡି ରାଜ୍ୟର ତୁରକେଲ ଗ୍ରାମ ର ଗୌନ୍ତିଆ ସ୍ବର୍ଗତ ୟାକୁବ ମହମ୍ମଦ ଙ୍କ ଦ୍ଵିତୀୟ ପୁତ୍ର ମୁନିର ପିଲାଟି ଦିନରୁ କ୍ରୀଡା ପ୍ରତି ଆକୃଷ୍ଟ ଥିଲେ ।ଶିକ୍ଷା ସମାପ୍ତ ପରେ ପଞ୍ଜାବ ପ୍ରଦେଶ ର ହରିୟାଣା, ପାଟିଆଲା ଓ ଜଳନ୍ଧର ରେ କ୍ରୀଡା ଶିକ୍ଷକ ଟ୍ରେନିଂ ସଫଳତାର ସହ ଶେଷ କରି ୧୯୬୩ ମସିହାରେ ବ୍ରଜମୋହନ ହାଇସ୍କୁଲ ର କ୍ରୀଡା ଶିକ୍ଷକ ଭାବରେ ଯୋଗଦାନ କରିଥିଲେ ।ସର୍ବ ପୁରାତନ ବ୍ରଜ ମୋହନ ହାଇସ୍କୁଲ ର କ୍ରୀଡା ଶିକ୍ଷକ ଭାବରେ ଛାତ୍ର ମାନଙ୍କ ଭିତରେ ଲୁକ୍କାୟିତ ପ୍ରତିଭା କୁ ଚିନ୍ହଟ କରି ଛାତ୍ରକୁ ଶ୍ରେଷ୍ଠ କ୍ରୀଡ଼ାବିତ ଭାବରେ ଗଢି ତୋଳିବାରେ ଜଣେ ସିଦ୍ଧହସ୍ତ ବିନ୍ଧାଣି ଥିଲେ ମୁନିର ଆଜ୍ଞା ।ଜଣେ ଶୃଙ୍ଖଳିତ, ନିଷ୍ଠାପର କ୍ରୀଡା ଶିକ୍ଷକ ଭାବରେ ସ୍କୁଲର ପ୍ରାର୍ଥନା କ୍ଲାସ ହଉ କି ବ୍ୟାୟାମ କ୍ଲାସ କିମ୍ବା ଲାଲ ବାହାଦୂର ଶାସ୍ତ୍ରୀ ଷ୍ଟାଡିୟମ ର ଖେଳ ପଡିଆ ଜଣେ କୋଚ ଭାବରେ ଛାତ୍ର ମାନଙ୍କ ଠାରୁ ଶ୍ରେଷ୍ଠ ପ୍ରଦର୍ଶନ ଆଶା କରୁଥିଲେ ଓ ଅନେକ ସଫଳତା ଓ ଆତ୍ମ ସନ୍ତୋଷ ପାଇଥିଲେ ।ଜାତୀୟ ଓ ରାଜ୍ୟ ସ୍ତରୀୟ କ୍ରୀଡ଼ାବିତ ଓ ଶ୍ରେଷ୍ଠ ଫୂଟବଲ ଖେଳାଳି ସୃଷ୍ଟି କରି ବ୍ରଜମୋହନ ହାଇସ୍କୁଲ କୁ ରାଜ୍ୟସ୍ତରରେ ସଫଳତା ର ଶ୍ରେୟ କେବଳ ମୁନିର ମହମ୍ମଦ ଙ୍କ ସଫଳ ଓ ନିଷ୍ଠାପର ଉଦ୍ୟମ ର ପ୍ରତିଫଳନ ଅଟେ ।ଯେତେବେଳେ ଜିଲ୍ଲାରେ ମାତ୍ର କେତୋଟି ହାଇସ୍କୁଲ ଥିଲା ସେତେବେଳେ ପ୍ରତିଷ୍ଠିତ ବ୍ରଜମୋହନ ହାଇସ୍କୁଲ ର ଛାତ୍ର ମାନେ ଜାତୀୟ ଓ ରାଜ୍ୟ ସ୍ତରରେ ଅନେକ ସୁନାମ ଆଣି ପାରି ଥିଲେ ।ଆଜି ସ୍ଥାନୀୟ କବରସ୍ଥାନ ରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।ସ୍ୱର୍ଗତ ମୁନିର ମହମ୍ମଦ ଙ୍କ ପରଲୋକରେ ବ୍ରଜମୋହନ ହାଇସ୍କୁଲ ର ପୁରାତନ ଛାତ୍ରସଙ୍ଘ, ୧୯୭୪ମସିହା ମାଟ୍ରିକ ବ୍ୟାଚ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ,ଓଡିଶା ଅଲମ୍ପିକ ସଙ୍ଘ ସଭାପତି ଜଗମୋହନ ପଟ୍ଟନାୟକ, କଳାକାର ସଙ୍ଘ ସଭାପତି ଅବଦୁଲ କାଦିର,କଳାହାଣ୍ଡି କ୍ରୀଡ଼ାସଂସ୍ଥା ର ସମସ୍ତ ସଭ୍ୟ ଓ ଜିଲ୍ଲାର ବହୁ ସୁନାମଧନ୍ୟ କ୍ରୀଡ଼ାବିତ ଗଭୀର ଦୁଃଖ ପ୍ରକାଶ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe