ଧର୍ମଗଡ଼ :-(ତର୍ଜମା ନ୍ୟୁଜ):---- ଜୁନାଗଡ଼--ଧର୍ମଗଡ଼ ବଡବସୁଲ୍ ହାଲେର୍ ଜୋର ଜାତୀୟ ରାଜପଥ ୧୩୦ - ସି ଉପରେ ୩ ଫୁଟ ର ପାଣି ଯୋଗୁଁ ଭବାନୀପାଟଣା ମୁଖ୍ୟ ରାସ୍ତା ରେ ଗାଡ଼ି ମୋଟର ଚଳାଚଳ ବନ୍ଦ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡିଛି ।ପ୍ରବଳ ବର୍ଷା ଯୋଗୁଁ ସେଠାରେ ଥିବା ଅସ୍ଥାୟୀଗ ପୋଲ ପୁଣି ଭାଙ୍ଗିବା ଆଶଙ୍କା ରେ ପ୍ରଶାସନ ପକ୍ଷ ରୁ ବନ୍ଦ କରି ଦିଆଯାଇଥିବା ଧର୍ମଗଡ ତହସିଲଦାର ହରେକୃଷ୍ଣ ବରିହା ଙ୍କ ସୂଚନା !ଏଠାରେ ସୂଚନାଯୋଗ୍ୟ ଯେ, ଏହି ବଡ଼ବସୁଲ ହାଲେର ଜୋର ନିର୍ମାଣ ରେ ଠିକାଦାର ଙ୍କ ଅହେତୁକ ବିଳମ୍ବ ସହ ବିଭାଗୀୟ ଅଧିକାରୀ ଙ୍କ ଦାୟିତ୍ବ ହୀନତା ଯୋଗୁଁ ବର୍ଷା ସମୟରେ ବାରମ୍ବାର ଅସ୍ଥାୟୀ ପୋଲ ଭାଙ୍ଗିବା ସହ ଅନେକ ଚାଷ ଜମି କ୍ଷତିଗସ୍ତ ହେଉଛନ୍ତି ।ଏଥିସହ ସାମାନ୍ୟ ବର୍ଷା ହେଲେ ରାସ୍ତା ଅବରୋଧ ହୋଇ ଯାତାୟତ ରେ ବାଧା ସୃଷ୍ଟି କରୁଛି ।ଠିକାଦାର ଓ ବିଭାଗୀୟ ଅଧିକାରୀ ମାନଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଯାତାୟତରେ ବାଧା ସୃଷ୍ଟି ହୋଇ ସାଧରଣ ଲୋକ ନାହିଁ ନ ଥିବା ଦୁର୍ଦଶା ର ସମ୍ମୁଖୀନ ହେଉଛନ୍ତି ।ତେବେ ଏହି ଅସ୍ଥାୟୀ ପୋଲ କେବେ ସ୍ଥାୟୀ ନିର୍ମାଣ ହେବ ଦେଖିବାକୁ ବାକି ରହିଲା ।
ବଡ଼ବସୁଲ ହାଲେର ଜୋର ରାସ୍ତା ଉପରେ ୩ ଫୁଟପାଣି : ଯୋଗାଯୋଗ ବିଚ୍ଛିନ୍ନ
By: Tarzama News
0




Post a Comment