କୋକସରା:- (ତର୍ଜମା ନ୍ୟୁଜ )ନିଜକୁ ବ୍ୟାଙ୍କ୍ ଅଧିକାରୀ ପରିଚୟ ଦେଇ ଫାଇନାନ୍ସ୍ କରେଇଦେବା ଆଳ ରେ ନିରିହ ଲୋକଙ୍କ ଠାରୁ ଲକ୍ଷାଧିକ ତଙ୍କା ଠକେଇ କରିଥିବା ଅଭିଯୋଗରେ ଅଭିଯୁକ୍ତ ଯୁବକକୁ କୋକସରା ପୋଲିସ୍ ଥାନାରେ ଅଟକ ରଖିଥିବା ଜଣାପଡିଛି l ପ୍ରାପ୍ତ ସୁଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲା ବାଘମାରି ଗ୍ରାମର ୩୪ ବର୍ଷିୟ ଦେବେନ୍ଦ୍ର କୁମାର ପାଢୀ ନିଜକୁ ୟସ୍ ବ୍ୟାଙ୍କର ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ ପରିଚୟ ଦେଇ କଳାହାଣ୍ଡି ଜିଲ୍ଲା ସମେତ ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାରେ ନିରିହ ଲୋକଙ୍କୁ ଫାଇନାନ୍ସ୍ କରେଇଦେବା ଆଳରେ ଠକେଇ ନେଟ ୱର୍କ ଚଳାଇ ଥିଲା l ତେବେ, ଦିର୍ଘଦିନ ଧରି ଲୋକଙ୍କୁ ଭୁଆଁ ବୁଲାଇବା ପରେ ଅଭିଯୁକ୍ତ ଯୁବକକୁ ଯୋଜନାବଦ୍ଧ ଉପାୟରେ ଧରି କୋକସରା ପୋଲିସ୍ ଜିମାରେ ଦେଇଛନ୍ତି ଠକେଇର ଶିକାର ହୋଇଥିବା କୋକସରା ଅଞ୍ଚଳର ଲୋକେ l ଲୋକଙ୍କ ଅଭିଯୋଗ ମତେ ଅଭିଯୁକ୍ତ ଦେବେନ୍ଦ୍ର କୋକସରା ବ୍ଲକ୍ ଅଞ୍ଚଳର କିଛି ସ୍ଥାନିୟ ଯୁବକ ଓ ଜଣେ ମହିଳା ଙ୍କୁ ଏଜେଣ୍ଟ କରି ସେମାନଙ୍କ ଜରିଆରେ କଳାହାଣ୍ଡି ଜିଲ୍ଲାର କୋକସରା ଓ ଜୟପାଟଣା ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରେ ନିଜକୁ ୟସ୍ ବ୍ୟାଙ୍କର ଆସିଷ୍ଟାଣ୍ଟ ମ୍ୟାନେଜର ପରିଚୟ ଦେଇ ଜଣ ପିଛା ଦୁଇ ଲକ୍ଷ ଟଙ୍କା ଲୋନ୍ କରାଇଦେବା ଲୋଭ ଦେଖାଇ ଜଣ ପିଛା ଏକ ହଜାର ରୁ ପନ୍ଦରସହ ଟଙ୍କା ପର୍ଜ୍ୟନ୍ତ ଠକେଇ କରିଥିବା ଜଣାପଡିଛି l
ଏହିଭଳି ସେ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି l ତେବେ, ପରେ ସେ ଆଉ ଧରାଛୁଆଁ ନଦେଇ ଲୋକଙ୍କୁ ଖାଲି ଆଜି କାଲି କହି ଭୁଆଁ ବୁଲେଇବାରୁ ଲୋକେ ଠକାମିର ଶୀକାର ହୋଇଥିବା ସନ୍ଦେହ କରି ଏଜେଣ୍ଟ ମାନଙ୍କୁ ଧରିବାରୁ ଏଜେଣ୍ଟ ଓ ଠକାମିର ଶୀକାର ହୋଇଥିବା ଲୋକେ ଯୋଜନାବଦ୍ଧ ଭାବେ ପୁଣି ଥରେ ଦୁଇ ଲକ୍ଷ ଟଙ୍କା ଜମା ଦେବା ବାହାନାରେ ଫୋନ୍ କରି ଉକ୍ତ ନକଲି ବ୍ୟାଙ୍କ୍ ଅଧିକାରୀ କୁ ଡାକିବାରୁ ସେ ଏକ କାର୍ ଯୋଗେ କାଉଡଲା ଛକକୁ ଆସିଥିଲା l କିନ୍ତୁ କୌଣସି ସୁତ୍ରରୁ ଖବରପାଇ ସେ ଦ୍ରୁତଗତିରେ କାଉଡଲା ରୁ ଜୁନାଗଡ଼ ପଟକୁ ପଳାଇ ଆସୁଥିବା ସମୟରେ କୋକସରା ପୋଲିସ୍ ଟିମ୍ ହାତରେ ଧାରାପଡିଥିଲା l ଠକାମିର ଶୀକାର ହୋଇଥିବା ଲୋକଙ୍କ ଠାରୁ ଲିଖିତ ଅଭିଯୋଗ ପାଇ କୋକସରା ପୋଲିସ୍ କେସ୍ ନମ୍ବର ୨୩୨/୨୨ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଯୁବକ ଜଣକୁ ଅଟକ ରଖିବା ସହ ଘଟଣାର ତଦନ୍ତ ଜାରି ରଖିଥିବା ନେଇ କୋକସରା ଥାନା ଅଧିକାରୀ ପ୍ରସନ୍ନ ବେହେରା ସୁଚନା ଦେଇଛନ୍ତି l
ଜୟପାଟଣା ରୁ ଅମଜଦ ଖାଁ ଙ୍କ ରିପୋର୍ଟ




Post a Comment