//BREAKING//
Loading...

NMOPS କୋକସରା ବ୍ଳକ ଶାଖା କମିଟି ଗଠିତ


 

ଜୟପାଟଣା - -(ତର୍ଜମା ନ୍ୟୁଜ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ଠାରେ କୋକସରା ବ୍ଲକ ର ସମସ୍ତ ବିଭାଗର NPS କର୍ମଚାରୀ ମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ପ୍ରାଥମିକ ଶିକ୍ଷକ ସଂଘ ହରିପୁର ରୋଡ଼ କଟକ ର କୋକସରା ବ୍ଲକ ସଭାପତି ଭୁରିଶ୍ରବା ଜାଲ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟଅତିଥିଭାବେ କଳାହାଣ୍ଡି (NMOPS) ଜିଲ୍ଲା ସଭାପତି ସାମନ୍ତ ପାଟ୍ଟଯୋଶୀ ଯୋଗ ଦେଇଥିଲେ। ଜୟପାଟଣା NPS ଶିକ୍ଷକ ସଂଘ ସଭାପତି ଲଲିତ ନାଏକ ମୁଖ୍ୟବକ୍ତାଭାବେ ଜିଲ୍ଲା ସମ୍ପାଦକ ରାଜ କୁମାରୀ ନାଏକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅଜିତ କୁମାର ସିଂ (ସ୍ୱାସ୍ଥ୍ୟ) ରଞ୍ଜନ କୁମାର ହଂସ (କୃଷି) ବାପୁନ ବେହେରା (ଜଳସେଚନ) ସୁଧୀର କୁମାର ପଣ୍ଡା (ssd) ମଞ୍ଚାସୀନ ଥିଲେ। କର୍ମଚାରୀ ସମନ୍ଵୟ ସମିତି ପକ୍ଷରୁ ସରକାରଙ୍କ NPS ନୀତି ର ତୀବ୍ର ନିନ୍ଦା କରାଯିବା ସହ ଓଡିଶାରେ ସମସ୍ତ ବିଭାଗର NPS କର୍ମଚାରୀ ମାନଙ୍କୁ ପୁରାତନ ପେନସନ୍ ଯୋଜନା ଲାଗୁ କରିବା ପାଇଁ ଦାବି କରାଯାଇଥିଲା। ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ କୁ ଆହୁରି ତୀବ୍ର କରାଯିବ ବୋଲି ବକ୍ତାମାନେ ଚେତାବନୀ ଦେଇଛନ୍ତି।ଏ ଅବସରରେ କୋକସରା ବ୍ଲକ (NPS) ଶାଖାର ସାଂଗଠନିକ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। CRCC ସୁବାସ ଚନ୍ଦ୍ର ବାଗ ସଭାର ଆଭିମୁଖ୍ୟ ପ୍ରକାଶ କରିଥିବା ବେଳେ ସାମନ୍ତ କୁମାର ପାଟ୍ଟଯୋଶୀ ନିର୍ବାଚନ ପରିଚାଳନା କରିଥିଲେ। କୋକସରା ବ୍ଲକ ସାଂଗଠନିକ କମିଟିର ସଭାପତି ଭାବେ ଦୀପ୍ତି ରଞ୍ଜନ ଠାକୁର, ସମ୍ପାଦକ ଭାବେ ଭୁବନେଶ୍ଵର ଛତ୍ରୀଆ, କୋଷାଧ୍ୟକ୍ଷ ଭାବେ ବିଜୟ ଶବର, କାର୍ଯ୍ୟକାରୀ ସଭାପତି ଭାବେ ବାପୁନ ବେହେରା, ଅଜିତ ସିଂ, ଯୁଧିଷ୍ଠିର କର, ରଞ୍ଜନ ହଂସ, ଥବିର ଧାଙ୍ଗଡାମାଝି, ସୁଧୀର ପଣ୍ଡା ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିବା ବେଳେ ମିଡିଆ ସେଲ ପାଇଁ ରମେଶ ଚନ୍ଦ୍ର ସାହୁ, ବିକାଶ ରଞ୍ଜନ ସାହୁ, କୌସଲ୍ୟା ନାଏକ ମଦନ ନାଏକ ମନୋନୀତ ହୋଇଛନ୍ତି। NPS ସରକାରୀ ହାଇ ସ୍କୁଲ କୋକସରା ବ୍ଲକ ସଭାପତି ବୁଦ୍ଧିରାମ ନାଏକ ମଂଚ ପରିଚାଳନା କରିଥିବା ବେଳେ ଲୋକନାଥ ଶବର ଧନ୍ଯବାଦ ଅର୍ପଣ କରିଥିଲେ। ନବ ନିର୍ବାଚିତ ପ୍ରତିନିଧି ମାନଙ୍କୁ ଜିଲ୍ଲା ସଭାପତି ଶପଥ ପାଠ କରାଇଥିଲେ।


ଜୟପାଟଣା ରୁ ଅମଜଦ ଖାଁ ଙ୍କ ରିପୋର୍ଟ, ତର୍ଜମା ନ୍ୟୁଜ

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe