ଭବାନୀପାଟଣା:----(ତର୍ଜମା ନ୍ୟୁଜ ) ରାଜ୍ୟ ର ଅନ୍ୟତମ ସର୍ବପୁରାତନ ହଜାରେ ବର୍ଷ ର ସହର ଜୁନାଗଡ ମଧ୍ୟରେ ଏବଂ ଆଖ ପାଖ ଅଞ୍ଚଳରେ ଅନେକ ପରିମାଣରେ ସରକାରୀ ଜମି ଥିବା ବେଳେ ସେସବୁ ବେଆଇନ ଜମି ମାଫିଆ ମାନ ଙ୍କ ଲୋଲୁପ ଦୃଷ୍ଟି ପଡି ଧୀରେ ଧୀରେ ଜବର ଦଖଳ ହେବାରେ ଲାଗିଛି । ସରକାରୀ ଜମି ପାର୍ଶ୍ବରେ ବେସରକାରୀ ଜମି ଥିଲେ ଉଭୟ ଖାତାକୁ ରେକର୍ଡ ରୁମ୍ ରେ ଚିରି ଦେଇ ପୁନଃ ଲିଖନ ନାମରେ ଅନେକ ସରକାରୀ ଜମି ହେରାଫେରି କରାଯାଇ ପ୍ରାଇଭେଟ ଲୋକଙ୍କ ଖାତାରେ ଦରଜ କରାଯାଇଥିବା ଅତୀତରେ ଅନେକ ଅଭିଯୋଗ ହୋଇଥିଲା । ଜୁନାଗଡ ଉପକଣ୍ଠ ହିଞ୍ଜିଳୀବାହାଳି ଠାରେ ରାମସ୍ଵାମୀ ମହାପ୍ରଭୁ ଓଗେର ଅନ୍ୟ ମାନଙ୍କ ନାମରେ ଯୁକ୍ତ ଖାତାରେ ଥିବା ଇଜମାଇଲ ଜମିକୁ ହିସାଦାର ମାନେ ଚଞ୍ଚକତା କରି ଜନୈକ ଜମି ମାଫିଆଙ୍କ ମାର୍ଫତରେ ବିକ୍ରି କରୁଥିବା ବିଷୟ ସମଗ୍ର ଅଞ୍ଚଳରେ ଆଲୋଚନା ହେଉଛି । ସେହିପରି ତତ୍କାଳୀନ ତହସିଲଦାର ସୂର୍ଯ୍ୟ ନାରାୟଣ ଦାସ ନିଜେ ଏନ ଏଚ -୨୬ ( ପୂର୍ବରୁ ଥିବା ଏନେକ-୨୦୧ ) ପାର୍ଶ୍ବ ରେ ଦକ୍ଷିଣ ରେ ବନମାଳୀ ପୁର ପର୍ଯ୍ୟନ୍ତକୁ ସରକାରୀ ଜମି ଚିହ୍ନଟ କରାଇ ତାରବାଡ଼ କରାଇଥିଲେ । ବିଗତ ଦୁଇ ବର୍ଷ ହେବ ଏନ ଏଚ -୨୬ ( ପୂର୍ବରୁ ଥିବା ଏନେକ-୨୦୧ ) ପାର୍ଶ୍ବ ରେ ଦକ୍ଷିଣ ରେ ଥିବା ସେହି ମୁଲ୍ୟବାନ ଜମିକୁ ବେସରାକାରୀ ଭାବେ ଚଢା ଦରରେ ବିକ୍ରି କରାଯାଉ ଥିବାର ଅଭିଯୋଗ ହେଉଛି ।
ଏ ସମ୍ପର୍କରେ ଗଣମାଧ୍ୟମରେ ସବିଶେଷ ତଥ୍ୟ ସହ ଖବର ପରିବେଷଣ ହେବା ପରେ ବର୍ତମାନ ର ତହସିଲଦାର ଗଣମାଧ୍ୟମକୁ ଡରାଇବା ଉଦ୍ଦେଶ୍ୟ ରେ ନୋଟିସ କରାଇଥିବା ଜଣାପଡିଛି । ବିଗତ ସପ୍ତାହ ମଧ୍ୟରେ ଜୁନାଗଡ ସ୍ଥିତ ପୁରୁଣା ବସଷ୍ଟାଣ୍ଡ ଠାରୁ ବଡପଡା ମଧ୍ୟରେ ଏନ ଏଚ -୨୬ ପାର୍ଶ୍ବରେ ଥିବା ସରକାରୀ ଜମି ଉପରେ ମନ୍ଦିର ତୋଳା ଯାଇଥିବା ବେଳେ ତତ୍କାଳୀନ ଉପଜିଲ୍ଲାପାଳ ଜଗନ୍ନାଥ ମହାନ୍ତି ଚିହ୍ନଟ କରାଇ ସରକାରୀ ଜମି ଉପରେ ଥିବା ସେହି ମନ୍ଦିରକୁ ଭାଙ୍ଗି ଦେଇଥିଲେ । କାଳକ୍ରମେ ମନ୍ଦିର ଥିବା ସେହି ସରକାରୀ ଜମି ଉପରେ ଜନୈକ ବ୍ୟକ୍ତି ଘର କରି ରହୁଥିବା ବେଳେ ଗତ ସପ୍ତାହରେ ଜନୈକ ଜମି ମାଫିଆ ସେହି ଜମିକୁ ଚଢା ଦରରେ କିଣି ରାସ୍ତା କରୁଥିବା ଜଣାପଡିଛି ବଡପଡା ପଛ ପଟେ ଥିବା ପ୍ରାଇଭେଟ ଜମିକୁ ସେହି ରାସ୍ତା ହେଲେ ସିଧା ସଳଖ ସଂଯୋଗ ହୋଇଯାଇପାରିବ ଏବଂ ସେହି ଜମିକୁ ଅକ୍ଲେଶରେ ଘର ଡିହ ଆକାରରେ ଚଢା ଦରରେ ବିକ୍ରି କରାଯାଇପାରିବ ବୋଲି ବିଚାର କରି ମନ୍ଦିର ଭଙ୍ଗା ଯାଇଥିବା ଜମିକୁ ଅକ୍ତିଆର କରିବାର ଯୋଜନା କରୁଥିବା ଜଣାପଡିଛି । ଏସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶିତ ହେବାପରେ ଜୁନାଗଡ ତହସିଲଦାର ସମ୍ପୃକ୍ତ ପ୍ରତିନିଧିକୁ ନୋଟିସ କରି ତୁମ ନାମରେ କେସ କରିଦେବି ବୋଲି ଫୋନ ଯୋଗେ ଧମକ ଦେଉଥିବା ଅଭିଯୋଗ ହେଉଛି ।ଏହା ଯଦି ସତ୍ୟ ହୋଇଥାଏ ତେବେ ସମ୍ପୃକ୍ତ ଜମି ମାଫିଆଙ୍କ ଈଶାରାରେ ହିଁ ତହସିଲଦାର ଏମିତି ଧମକ ଦେଉଥାଇ ପାରନ୍ତି ବୋଲି ଆଲୋଚନା ହେଉଛି । ପ୍ରାକ୍ତନ ତହସିଲଦାର ଓ ଉପଜିଲ୍ଲାପାଳ ମାନେ ବହୁ ପରିଶ୍ରମ କରି ରାସ୍ତା ପାର୍ଶ୍ବ ରେ ଥିବା ସରକାରୀ ଜମିକୁ ସୁରକ୍ଷିତ ରଖିବାକୁ ପ୍ରୟାସ କରିଥିବା ବେଳେ ବର୍ତମାନ ର ତହସିଲଦାର ସେଥିପ୍ରତି ଦୃଷ୍ଟି ଦେଉଥିବା ସାଧାରଣରେ ଅଭିଯୋଗ ହେଉଛି । ଏନ ଏଚ -୨୬ ପାର୍ଶ୍ବ ରେ ଥିବା ସରକାରୀ ଜମିକୁ ଅନେକ ଲୋକ ଅକ୍ତିଆର କରିସାରିଲେଣି ଏପରିକି ତାର ବାଡ ଉପରେ ମାଟି ପକାଇ ଦେଇ ରାସ୍ତା କରିସାରିଲେଣି ସେହି ତାର ବାଡ ଉପରେ ରାସ୍ତା କରି ଦେଇ ଭିତରେ ଥିବା ଜମି ସହ ସିଧା ସଳଖ ଏନ ଏଚ -୨୬ କୁ ସଂଯୋଗ କରାଇ ଜମି ମାଫିଆ ମାନେ ଶାଗ ମାଚ ଦରରେ କିଣିଥିବା ଜମିକୁ ଘରଡିହ ଆକାରରେ ଚଢା ଦରରେ ବିକ୍ରି କରୁଥିବା ଦେଖାଯାଉଛି । ସେସବୁ ପ୍ରତି ତହସିଲ ଅଫିସ କର୍ମଚାରୀ ଦେଖି ନଦେଖିଲା ପରି ଅଭିନୟା କରୁଥିବା ବେଲେ ଗଣମାଧ୍ୟମକୁ ନାଲିଆଖି ଦେଖାଇ ଚୁପ କରାଇବାକୁ ପ୍ରଚେଷ୍ଟା କରୁଥିବା ଜଣାପଡିଛି । ଏନ ଏଚ -୨୬ ରୁ ତହସିଲ ଅଫିସକୁ ଯାଇଥିବା ରାସ୍ତାକୁ ମଧ୍ୟ ଜନୈକ ହୋଟେଲ ମାଲିକଙ୍କ ନାମରେ କରାଇ ଦେଇଥିବା ସରକାରୀ କାଗଜ ରୁ ଜଣାପଡିଛି । ଜୁନାଗଡ ତହସିଲରେ ଆର ଟି ଆଇ ତଥ୍ୟ ମିଳି ପାରୁ ନ ଥିବା ବେଳେ ସାର୍ଟିଫାଏଡ କପି ମଧ୍ୟ ଠିକ ଭାବେ ମିଳି ପାରୁ ନଥିବା ଅଭିଯୋଗ ହେଉଛି । ଏପରିକି ଜମି ଡିମାରକେଶନ ଦରଖାସ୍ତ ଦେଲେ ବର୍ଷ ବର୍ଷ ଲାଗିଯାଉଥିବା ମଧ୍ୟ ଅଭିଯୋଗ ହେଉଛି । ମୋଟାମୋଟୀ ଭାବରେ ବିଗତ ଦିନରେ ଜବର ଦଖଲ ହୋଇଥିବା ୩୯ ଏକର ସରକାରୀ ଜମି ସମ୍ପର୍କରେ ତତ୍କାଳୀନ ତହସିଲଦାର ଉପେନ୍ଦ୍ର ଲୁହା ଜବର ଦଖଳକାରୀ ମାନଙ୍କୁ ନୋଟିସ ଜାରି କରିଥିବା ବେଳେ ବର୍ତମାନର ତହସିଲଦାର ନୀରବ ଦ୍ରଷ୍ଟା ରହିଥିବା ଦେଖାଯାଉଛି । ଜୁନାଗଡ ତହସିଲଦାର ସରକାରୀ ଜମିକୁ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଯାଇଥିବା ବେଳେ ଜମି ମଫିଆ ମାନଙ୍କ ସହ ମଧୁଚନ୍ଦ୍ରିକା କରି ପରୋକ୍ଷରେ ସହଯୋଗ କରୁଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ଜନସାଧାରଣଙ୍କ ସର୍ବନିମ୍ନ ସମସ୍ୟା ପ୍ରତି ଦୃଷ୍ଟି ଦେଉ ନ ଥିବା ବେଳେ ଜନସାଧାରଣଙ୍କ ମତାମତକୁ ଲୋକ ଲୋଚନକୁ ଆଣିଲେ ଗଣମାଧ୍ୟମ ପ୍ରତିନିଧି ଙ୍କୁ ଫୋନ କରି କେସ କରିବାକୁ ଧମକାଇବା କେତେ ଦୂର ନ୍ୟାୟ ସଙ୍ଗତ ତାହା ବିଚାର ସାପେକ୍ଷ ସରକାର ରାଜସ୍ବ ବିଭାଗକୁ ୫ ଟି ପରିସରଭୁକ୍ତ କରିଥିବା ବେଳେ ଜୁନାଗଡ ତହସିଲ ଅଫିସରେ ଅନ୍ଧାରି ଶାସନ ଚାଲିଥିବା ଜନସାଧାରଣରେ ଆଲୋଚନା ହେଉଛି । ଏସମ୍ପର୍କରେ ତହସିଲଦାର ଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ସମ୍ଭବପର ହୋଇ ପାରିନାହିଁ , ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟ-ଶାସନ ସଚିବ ଏବଂ ଆରଡିସି ଏଥି ପ୍ରତି ଦୃଷ୍ଟି ଦେବାକୁ ଦାବି ହେବା ସହ ଉଚ୍ଚ ସ୍ତରୀୟ ତଦନ୍ତ ହେଲେ ଜମି ମାଫିଆ ଓ ତହସିଲ ବିଭାଗର ମଧୁଚନ୍ଦ୍ରିକା ର ଅନେକ ରହସ୍ୟ ଲୋକ ଲୋଚନ କୁ ଆସି ପାରିବ ବୋଲି ସାଧାରଣ ରେ ଆଲୋଚନା ହେଉଛି ।
Post a Comment