//BREAKING//
Loading...

ଆବାସିକ ରହି ନିଃସ୍ଲୁକ ରେ ପାଠ ପଢୁଛନ୍ତି ପିଇସ ନାଏକ


  *ଭବାନୀପାଟଣା:---(ତର୍ଜମା ନ୍ୟୁଜ ) ବାପା ହେଲେ ଘରର ମୁରବି ତଥା ମେରୁଦଣ୍ଡ , ମୁରବି ର ଅନୁପସ୍ଥିତି ତଥା ଅଚାନକ ମୃତ୍ୟୁ ପରେ ପରିବାର ର ରକ୍ଷଣବେକ୍ଷଣ କରିବା କଷ୍ଟସାଧ୍ୟ ବ୍ୟାପାର ଓ ପୁଅଝିଅ ଙ୍କ ପାଠପଢ଼ା ଓ ଭବିଷ୍ୟତ ଗଢିବା ମା ଙ୍କ ପାଇଁ ଏକ ଚ୍ୟାଲେଞ୍ଜ ସଦୃଶ୍ୟ। ଏହି ପରି ଏକ ସମ୍ବେଦନଶୀଳ ଘଟଣା ୨୦୧୮ ମସିହା ସେପ୍ଟେମ୍ବର ଆଠ ଧର୍ମଗଡ ବ୍ଲକ ବେହେରା ଗ୍ରାମ ର ମୁକୁଦ ରଞ୍ଜନ ନାଏକ ଙ୍କ ପରିବାର ରେ ଦେଖିବାକୁ ମିଳିଥିଲା। ସ୍ବର୍ଗତ ମୁକୁଦ ରଞ୍ଜନ ନାଏକ ପେଶା ରେ ଜଣେ ସାମ୍ବାଦିକ ଥିଲେ ତାଙ୍କର ଆକସ୍ମିକ ଦେହାନ୍ତ ପରେ ତାଙ୍କ ପୁଅ ପିଇସ ନାଏକ ଙ୍କ ପାଠପଢା ରେ ବ୍ୟାଘାତ ତଥା ପୂର୍ଣଛେଦ ପଡିଯିବାର ଶୁଣି ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ଼. ଶିବରାମ ନାୟକ ତାଙ୍କ ଘରକୁ ଯାଇ ତାଙ୍କ ପୁଅ ଙ୍କ ସମସ୍ତ ପାଠପଢା ଖର୍ଚ୍ଚ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ବୁଝିବା ସହ ଆବାସିକ ରହି ନିଜ ଭବିଷ୍ୟତ ଗଡ଼ିବା ର ସୁଯୋଗ ଦେଇଥିଲେ। ବର୍ତ୍ତମାନ ପିଇସ ନାଏକ ଅଷ୍ଟମ ଶ୍ରେଣୀରେ ପଢ଼ୁଛନ୍ତି। ତାଙ୍କ ମା ଶାନ୍ତିଲତା ନାଏକ ସ୍କୁଲ କତ୍ତୃପକ୍ଷ ତଥା ଅଧ୍ୟକ୍ଷ କ ଙ୍କ ଏହି ସାହାଯ୍ୟ ଓ ସହାନୁଭୂତି ଆଜିକା ଦିନରେ ଏକ ବିରଳ ଉଦାହରଣ ବୋଲି ଖୁସି ବ୍ୟକ୍ତ ସହ ନିଜ ପ୍ରତିକ୍ରିୟା ରଖିଥିଲେ। ଏହି ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ କୁ ଆଧାର କରି ଡ଼. ନାୟକ ଙ୍କୁ ବହୁ ଅନୁଷ୍ଠାନ ତରଫରୁ ପ୍ରଶଂସା ର ସୁଅ ଛୁଟିଛି । ଏଠାରେ ସୂଚନା ଯୋଗ୍ୟ ଯେ, ଏହି ସ୍କୁଲ ରେ ସରକାରଙ୍କ RTE ଯୋଜନାରେ ଛାତ୍ର ସଂଖ୍ୟା ର ୨୫ଭାଗ ଛାତ୍ର ଛାତ୍ରୀ ମାଗଣା ଶିକ୍ଷା ପ୍ରାପ୍ତି କରୁଛନ୍ତି ।ସମସ୍ତଙ୍କୁ ଶିକ୍ଷା ଯୋଜନାରେ ସରକାର ଙ୍କ ଯୋଜନା କୁ ସଫଳ ରୂପାୟନ କରିବା ପାଇଁ ଫୁଲବାଣୀ ସାଂସଦ ଡଃ, ଅଚ୍ୟୁତ ସାମନ୍ତ ପଶ୍ଚିମ ଓଡିଶାର ୨୫ ହଜାର ରୁ ଅଧିକ ଅନୁନ୍ନତ ଆଦିବାସୀ ଛାତ୍ର ଛାତ୍ରୀ ମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଇ ଉନ୍ନତ ମାନର ଶିକ୍ଷାସୁବିଧା, ହଷ୍ଟେଲ, କ୍ରୀଡାବିତ ମାନଙ୍କୁ ରାଜ୍ୟ,ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପରିଚିତ କରିବା ସହ ଭବାନୀ ପାଟଣା ନିକଟ ବାଦିଲି ରେ ଏକ କିସ ବିଦ୍ୟାଳୟ ପ୍ରତିଷ୍ଠା କରିଛନ୍ତି ।ଯେଉଁଥିରେ ଶିକ୍ଷା ପାଇବାରୁ ବଞ୍ଚିତ ଆର୍ଥିକ ଅନୁନ୍ନତ ଆଦିବାସୀ ଛାତ୍ରଛାତ୍ରୀମାନେ ଲାଭ ପାଇ ପାରିବେ ।

    ତେବେ ଭବାନୀପାଟଣା ରେ ଏପରି ଉଦ୍ୟମ ପ୍ରଶଂସା ଯୋଗ୍ୟ ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe