ଭବାନୀ ପାଟଣା:----(ତର୍ଜମା ନ୍ୟୁଜ)ଦେପୁର ହାଇସ୍କୁଲକୁ 5T ରେ ଅନ୍ତର୍ଭୁକ୍ତ କରିବା ଏବଂ ସେଁପୁର UGME ସ୍କୁଲରେ ପରମାନେଣ୍ଟ ପ୍ରଧାନ ଶିକ୍ଷକ ଦେବା ଦାବିରେ ଦେପୁର ଗ୍ରାମବାସୀ ଓ ସେଁପୁର ଗ୍ରାମବାସୀଙ୍କ ତରଫରୁ ଜିଲ୍ଲାପାଳଙ୍କୁ ଡ଼. ଭବାନୀ ଶଙ୍କର ନିଆଲଙ୍କର ନେତୃତ୍ୱରେ ସାକ୍ଷାତ କରିଥିଲେ । ଏ ଅବସରରେ ଦୀର୍ଘ ୩୨ ବର୍ଷ ପୂର୍ବରୁ ପ୍ରତିଷ୍ଠା ହୋଇଥିବା ଦେପୁର ଧବଳେଶ୍ୱର ହାଇସ୍କୁଲ ଯାହା ବାର୍ତ୍ତମାନ ସୁଦ୍ଧା 5T ଅନ୍ତର୍ଗତ ଆସିପାରି ନାହିଁ । ତାର ମୁଖ୍ୟ କାରଣ ହେଉଛି ଯେ, ଏଠି କୋଠାଘର ନାହିଁ ଆଉ ପ୍ରାୟେ ପ୍ରାୟେ ଜରାଜୀର୍ଣ୍ଣ ଅବସ୍ଥାରେ କୋଠାଘର ସବୁ ରହିଛି । ଆଉ ମୁଖ୍ୟ ରାଜାରାସ୍ତାର ସାମ୍ନାରେ ଥିବା ହାଇସ୍କୁଲର ମୁଖ୍ୟ ପ୍ରାଚୀର ଭାଙ୍ଗି ଯାଇଛି । ଏହାକୁ ଦୃଷ୍ଟି ଆକର୍ଷଣ କରିକି ଏହା ପୂର୍ବରୁ ଡ଼.ଭବାନୀ ଶଙ୍କର ନିଆଲ ଧବଳେଶ୍ୱର ହାଇସ୍କୁଲକୁ ପୋଷ୍ୟ ହାଇସ୍କୁଲ ଭାବରେ ଗ୍ରହଣ କରିଛନ୍ତି ମୋ ସ୍କୁଲ ଅଭିଯାନ ମାଧ୍ୟମରେ । ଏହାକୁ ଅତିଶୀଘ୍ର 5T ରେ ଅନ୍ତର୍ଭୁକ୍ତ କରିବା,ଏହାର ଭିତ୍ତି ସରଂଚନାରେ କୋଠାଘର ତିଆରି କରିବା ଇତ୍ୟାଦି ଦାବୀ ନେଇ ପଞ୍ଚାୟତ ବାସୀ ତରଫରୁ, ପଂଚାୟତ କମିଟି ତରଫରୁ, ପଞ୍ଚାୟତର ସରପଞ୍ଚ, ନାଏବ ସରପଞ୍ଚ, ୱାର୍ଡ ମେମ୍ବର ତଥା ଅନ୍ୟାନ୍ୟ ବୁଦ୍ଧିଜୀବୀ ମାନଙ୍କ ତରଫରୁ ଜିଲ୍ଲାପାଳଙ୍କୁ ନିବେଦନ କରାଯାଇଥିଲା । ସୂଚନା ଯୋଗ୍ୟ ଯେ, ଏହି ଉପରେ ଡ଼.ନିଆଲ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଓ CEO, ଜିଲ୍ଲାପାଳ ଏବଂ ଜିଲ୍ଲାପରିଷଦ ଅଧ୍ୟକ୍ଷଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି । ଏଥିରେ ପୁରୁନ୍ଦର କରୁଆଁ, କେଶବ କରୁଆ, ହରି ମାଝୀ, ଦୟାନିଧି ମହାନନ୍ଦ,ଶେଷ ଦିପ, ହଂସ ହାତୀ,କୃଷ୍ଣଚନ୍ଦ୍ର ବେହେରା,ଉମାକାନ୍ତ ଯାନୀ,ମନୋଜ କୁମାର ଯୋଶୀ,ସୁରେନ୍ଦ୍ର ସାହୁ,ପିଙ୍କୁ ଗଉଡ଼,ଦିନମଣୀ ସା, ଗୋକୁଳ ନାଏକ, ବିଚିତ୍ର ବିଶ୍ୱାଳ,ବନବାସ ଦୀପ,ଉଦ୍ଧବ ମହାନନ୍ଦ, ମଳୟ ଗଉଡ଼, ପୂର୍ଣ୍ଣ ନାଏକ ପ୍ରମୁଖ ସାମିଲ ଥିଲେ । ଏଥି ସହିତ ସେଁପୁର UGME ସ୍କୁଲଠାରେ ଗତ ୧୨ବର୍ଷରୁ ଖାଲି ପଡିଥିବା ପ୍ରଧାନ ଶିକ୍ଷକ ପଦବୀକୁ ପୂରଣ କରିବା ପାଇଁ ଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ ।
ଦେପୁର ହାଇସ୍କୁଲକୁ 5T ରେ ଅନ୍ତର୍ଭୁକ୍ତ କରିବା ପାଇଁ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର
By: Tarzama News
0



Post a Comment